ରାସ୍ତା ନିର୍ମାଣ ଓ ଟାଉନ୍ ବସ୍ ଚଳାଚଳ ଦାବି
ବ୍ରହ୍ମପୁର (ବୁ୍ୟରୋ): ସିପିଆଇ(ଏମ୍)ର ଆଙ୍କୁଲି ଓ ଶିଳ୍ପାଞ୍ଚଳ ଶାଖା ପକ୍ଷରୁ ଅତିଶୀଘ୍ର ରାସ୍ତା ନିର୍ମାଣ ଓ ଲାଞ୍ଜିପଲ୍ଲୀ, ଶିଳ୍ପାଞ୍ଚଳ, ଆଙ୍କୁଲି ଦେଇ ଟାଉନ୍ ବସ୍ ପ୍ରଚଳନ ଦାବିରେ ଶିଳ୍ପାଞ୍ଚଳ ଛକରେ ପ୍ରତିବାଦ କରାଯାଇଛି । ଶତାଧିକ କର୍ମୀ ଛକ ରାସ୍ତା ଅବରୋଧ କରି ପ୍ରତିବାଦ କରିବା ପରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ପ୍ରଶାସନ ପକ୍ଷରୁ ଅତିଶୀଘ୍ର ପଦକ୍ଷେପ ଗ୍ରହଣ କରାନଗଲେ ଅଞ୍ଚଳବାସୀ ଆନେ୍ଦାଳନ କରିବେ ବୋଲି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ପୂର୍ବତନ କାଉନ୍ସିଲର ବାବୁଲା ନାୟକ, ପ୍ରତାପ ଚୌଧୁରୀ, କେଶବ ଗୌଡ, ହରି ନାହାକ, ଚିଟି ବାବୁ, ରଞ୍ଜନ ପାତ୍ର, ଗୋପାଳ ମହାନ୍ତି, ଲୋକନାଥ ଖୁଣ୍ଟିଆ, ଶ୍ରୀନିବାସ ଦାସ ପ୍ରମୁଖ ନେତୃତ୍ୱ ନେଇଥିଲେ ।