ନିଜ ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଦାବି କରି ଚର୍ଚ୍ଚାରେ ଦେଶର ପ୍ରଥମ କିନ୍ନର ବିଚାରପତି

ଇନେ୍ଦାର (ଏଜେନ୍ସି): ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ବା କିନ୍ନର ବିଚାରପତି ହେବାର ସୌଭାଗ୍ୟ ଲାଭ କରିଥିବା ଜଷ୍ଟିସ୍ ଜୋୟିତା ମଣ୍ଡଳ ନିଜ ସମ୍ପ୍ରଦାୟ (କିନ୍ନର)ର ସାମାଜିକସ୍ତରରେ ଉତ୍ଥାନ ପାଇଁ ସ୍ୱର ଉଠାଇଛନ୍ତି । ଏହି କାରଣ ପାଇଁ ସେ ଏବେ ଚର୍ଚ୍ଚାରେ ରହିଛନ୍ତି । ଜଷ୍ଟିସ୍ ଜୋୟିତା, ଦେଶର ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟଙ୍କ ପାଇଁ ସରକାରୀସ୍ତରରେ ନିଯୁକ୍ତିଗତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଛନ୍ତି ।
ଏସମ୍ପର୍କରେ ସେ ଆଲୋକପାତ କରି କହିଛନ୍ତି, ଏଦିଗରେ ସରକାରଙ୍କୁ ଚିନ୍ତା କରିବାକୁ ହେବ । ସମାଜରେ ଅବହେଳିତ ତଥା ଲାଞ୍ଝôତ ହେଉଥିବା କିନ୍ନର ବର୍ଗର ନାଗରିକଙ୍କ ପାଇଁ ସରକାରୀ ଚାକିରିରେ ସଂରକ୍ଷଣର ଯଥେଷ୍ଟ ଆବଶ୍ୟକତା ରହିଛି । ସମାଜରେ ଆତ୍ମ ସ୍ୱାଭିମାନର ସହ ମୁଣ୍ଡ ଉଠାଇ ବଞ୍ଚôବା ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର ହୋଇଥିବା ବେଳେ ଟ୍ରାନ୍ସଜେଣ୍ଡରଙ୍କୁ ଏଥିରୁ ବଞ୍ଚôତ କରିବା ଉଚିତ୍ ନୁହେଁ । ପୁଲିସ ଫୋର୍ସ ଏବଂ ରେଳବାଇ ଭଳି ବିଭାଗରେ କିନ୍ନର ବର୍ଗର ବ୍ୟକ୍ତିଙ୍କୁ ନିଯୁକ୍ତି ମିଳିଲେ ସେମାନଙ୍କ ପ୍ରତି ଥିବା ସମାଜର ଦୃଷ୍ଟିକୋଣକୁ ବଦଳାଯାଇପାରିବ । ଏତଦ୍ବ୍ୟତୀତ ସେମାନଙ୍କ ଜୀବନରେ ଉନ୍ନତି ମଧ୍ୟ ସମ୍ଭବ ହୋଇପାରିବ । ଏଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏପ୍ରକାର ଦାବି ଉଠାଇଛନ୍ତି ।
ପ୍ରକାଶ, ୨ଠ୧୭ରେ ଜଷ୍ଟିସ୍ ଜୋୟିତା ମଣ୍ଡଳ ଦେଶର ପ୍ରଥମ କିନ୍ନର ବିଚାରପତି ହୋଇଥିଲେ । ପଶ୍ଚିମବଙ୍ଗର ଇସଲାମ୍ପୁର ଲୋକ ଅଦାଲତରେ ସେ ନିଯୁକ୍ତି ପାଇଛନ୍ତି । ୨ଠ୧ଠରୁ ସେ କିନ୍ନରଙ୍କ ଅଧିକାର ଓ ସ୍ୱାର୍ଥ ଦିଗରେ କାମ କରିଆସୁଛନ୍ତି । ଜୋୟିତା ମଣ୍ଡଳ ଏବେ ସମଗ୍ର କିନ୍ନର ବର୍ଗ ପାଇଁ ଜଣେ ବୃହତ୍ ପ୍ରେରଣା ପାଲଟିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *