ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିÿଲା ବିଜେପି
ଆଇନଜୀବୀ ଗିରଫଦାରୀ
ଭୁବନେଶ୍ୱର, ୧୬ା୧୨ (ବୁ୍ୟରୋ): ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ୍ ଆନେ୍ଦାଳନ ଘଟଣାରେ ଓକିଲ ଓ ସାଧାରଣ ଲୋକଙ୍କ ଗିରଫଦାରି ଜାରି ରହିଛି । ଶୁକ୍ରବାର ସୁଦ୍ଧା ୧୨ ଆନେ୍ଦାଳନ ଓ ଭଙ୍ଗାରୁଜା ଘଟଣାରେ ଗିରଫଙ୍କ ସଂଖ୍ୟା ୩୦ ପାର କରିଛି । ଗିରଫ ଓକିଲ ଓ ଅନ୍ୟଙ୍କ ବିରୋଧରେ ଟାଉନ୍ ଥାନାର ମାମଲା ନଂ ୪୬୦ ଓ ମାମଲା ନମ୍ବର ୪୭୯, ୪୮୦, ୪୮୧ ରୁଜୁ ହୋଇଛି । ଏହି ଆଧାରରେ ଧାରା ୧୪୭, ୩୪୧, ୧୮୬, ୧୮୮, ୨୯୪, ୫୦୬, ୩୫୩, ୩୩୨, ୧୪୯, ୩୨୩, ୪୨୭ରେ ମାମଲା ରୁଜୁ କରାଯାଇଛି । ସେପଟେ ଆଇନ୍ଜୀବୀଙ୍କ ଗିରଫଦାରୀ ନେଇ ରାଜନୈତିକ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି । ଉଭୟ ବିଜେଡି-ବିଜେପି ଓ କଂଗ୍ରେସ ଏନେଇ ପ୍ରତିକ୍ରିୟା ରଖିଛନ୍ତି ।
ଗିରଫ ଓକିଲଙ୍କୁ ମୁକ୍ତ କରି ସେମାନଙ୍କ ଲାଇସେନ୍ସ ସଚଳ କରିବା ସହ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ସ୍ଥାପନ ନିମନ୍ତେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ଲାଗି ଶୁକ୍ରବାର ବିଜେପିର ୫ ସାଂସଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି । ସାଂସଦ ସୁରେଶ ପୂଜାରୀ, ବସନ୍ତ କୁମାର ପଣ୍ଡା, ଜୁଏଲ୍ ଓରାମ୍, ସଙ୍ଗୀତା ସିଂହଦେଓ ଏବଂ ନୀତେଶ ଗଙ୍ଗଦେବ କହିଛନ୍ତି, ଓଡ଼ିଶାର ପଶ୍ଚିମ ପ୍ରାନ୍ତରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ସ୍ଥାପନ କରାଯିବା ସଂକ୍ରାନ୍ତରେ ଫଳପ୍ରଦ ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ସ୍ଥାପନା ଲାଗି ସନ୍ତୋଷଜନକ ପ୍ରସ୍ତାବନା ଦେବା ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀ ଥରକୁ ଥର ସଂସଦରେ ବିବୃତ୍ତି ଦେଇଛନ୍ତି । ଏହାଛଡ଼ା, ଉକ୍ତ ବେଞ୍ଚର ସଠିକ ଅବସ୍ଥିତି, ନ୍ୟାୟସୀମା, ଉପଯୁକ୍ତ ଭିତ୍ତିଭୂମି ଯୋଗାଇ ଦେବା ପ୍ରତିଶ୍ରୁତି ଏବଂ ବ୍ୟୟ ବହନ କରିବା ଆଦି ପ୍ରସଙ୍ଗରେ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ରାଜ୍ୟପାଳଙ୍କ ସହ ବିଚାରବିମର୍ଶ କରି ସାମଗ୍ରିକ ପ୍ରସ୍ତାବନା ଦାଖଲ କଲେ ସଂସଦର ଉଭୟ ଗୃହରେ ସରକାର ପ୍ରସ୍ତାବନା ଆଗତ ରିବାକୁ ସମର୍ଥ ହେବେ ବୋଲି ଆଇନ ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ସବୁବେଳେ ଚିଠି ଲେଖି ଜଣାଉଛନ୍ତି ।
କିନ୍ତୁ, ଏ ଦିଗରେ ବିଳମ୍ବ ଓ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଅଭାବରୁ ଏଭଳି ଅପ୍ରୀତିକର ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଲା । ଫଳରେ ସମ୍ବଲପୁରରେ ୩୦ରୁ ଊଦ୍ଧ୍ୱର୍ ଓକିଲ ଗିରଫ ହେଲେ, ୪୩ରୁ ଊର୍ଦ୍ଧ୍ୱ ଓକିଲଙ୍କ ଲାଇସେନ୍ସ ଦେଢ଼ ବର୍ଷ ପାଇଁ ଅଚଳ ହେଲା ଓ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସମ୍ବଲପୁର ବାର୍ ଆସୋସିଏସନ୍ର ସମସ୍ତ ଓକିଲଙ୍କ ଲାଇସେନ୍ସ ଅଚଳ ହେଲା । ଉପରୋକ୍ତ ତଥ୍ୟାବଳି ଓ ପରିସ୍ଥିତି ପ୍ରତି ଦୃଷ୍ଟି ଦେଲେ, ରାଜ୍ୟ ସରକାର ହିଁ ଏଭଳି ଦୁଃଖଦ ଘଟଣା ପାଇଁ ଦାୟୀ ବୋଲି ଜଣାପଡୁଛି । ତେଣୁ, ଏହାର ପ୍ରତିକାର ପାଇଁ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ଜନପ୍ରତିନିଧି ଭାବେ ଆମେ ଦାବି କରୁଛୁ ବୋଲି ସାଂସଦମାନେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ।
ସେହିପରି ଏପରି ସ୍ଥିତିରେ ସମ୍ବଲପୁର କୋର୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ଗରିବ ଲୋକ ହଇରାଣ ହେଉଛନ୍ତି । ଏହା ଏକ ସ୍ପର୍ଶକାତର ଘଟଣା ହୋଇଥିବାବେଳେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ସାଂସଦ ସୁରେଶ ପୂଜାରୀ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀରବତା ଯୋଗୁଁ ଏଭଳି ଘଟିଲା । ଠିକ୍ ସମୟରେ ପଦକ୍ଷେପ ନିଆଯାଇଥିଲେ ଏହାକୁ ଏଡ଼ାଇ ହୋଇଥାନ୍ତା ବୋଲି ସେ କହିଛନ୍ତି ।
ସେହିଭଳି କଂଗ୍ରେସ ମଧ୍ୟ ସମ୍ବଲପୁରରେ ସୃଷ୍ଟି ହୋଇଥିବା ସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି । କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ହେବ ନା ନାହିଁ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ରାଜ୍ୟ ସରକାର ନିଷ୍ପତ୍ତି ନେଇ କେନ୍ଦ୍ରକୁ ସୁପାରିସ କରିବେ । ପରେ କେନ୍ଦ୍ର ଆଇନ ଆଣିବେ । ସଂସଦରେ ବିଲ୍ ପାସ୍ ନହେବା ଯାଏ ସୁପ୍ରିମକୋର୍ଟଙ୍କର କୌଣସି କ୍ଷମତା ନାହିଁ । ସମ୍ବଲପୁରରେ ସୃଷ୍ଟି ହୋଇଥିବା ପରିସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ । ରାଜ୍ୟ ସରକାର ଚାହୁଁ ନାହାନ୍ତି ହାଇକୋର୍ଟର ସ୍ଥାୟୀ ବେଞ୍ଚ ହେଉ । ପ୍ରସ୍ତାବ ଦେଇଥିବା କହୁଛନ୍ତି । କିନ୍ତୁ କେଉଁଠି ହେବା ପାଇଁ ପ୍ରସ୍ତାବ ଦେଇଛନ୍ତି କହୁନାହାନ୍ତି ବୋଲି ଶ୍ରି ମଶ୍ର କହିଛନ୍ତି ।
ଏହି ମଧ୍ୟରେ ବିଜେଡି ସାଂସଦତ୍ସ୍ିତ ପାତ୍ର ନିଜ ପ୍ରତିକ୍ରିୟା ରଖି କହିଛନ୍ତି, କେନ୍ଦ୍ର ସରକାର ଚାହିଁଲେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରିବ । ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କେନ୍ଦ୍ର ଏଥି ପ୍ରତି ଧ୍ୟାନ ଦେଉନାହାନ୍ତି । ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟକୁ ସହଯୋଗ କରୁନାହିଁ କେନ୍ଦ୍ର । ହେଲେ ବିଜେପି ବାରମ୍ବାର ମିଥ୍ୟାରୋପ କରିଆସୁଛି, ଯାହା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପାତ୍ର କହିଛନ୍ତି ।
ପଶ୍ଚିମ ଓଡ଼ିଶାବାସୀଙ୍କୁ ମିଛ କହି ବିଜେପି ନେତା ଭୁଆଁ ବୁଲାଉଛନ୍ତି । ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କୁ ସମ୍ବିଧାନ କ୍ଷମତା ଦେଇଛି । ହେଲେ ସେମାନେ ଚାହୁଁନାହାନ୍ତି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେଉ ବୋଲି । କେନ୍ଦ୍ର ସରକାର ଅଯଥା ରାଜ୍ୟ ଉପରେ ଦୋଷ ଲନଦି ଏଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ସାଂସଦ ଶ୍ରୀ ପାତ୍ର କହିଛନ୍ତି ।