ଦିନକରେ ଭଙ୍ଗାଗଲା ୩ଠଠ ବେଆଇନ ନିର୍ମାଣ

ଭୁବନେଶ୍ୱର (ବୁ୍ୟରୋ)): ପାଖେଇ ଆସୁଛି ହକି ବିଶ୍ୱକପ୍ । ଯେତିକି ହକିର ମହାକୁମ୍ଭ ତାରିଖ ନିକଟବର୍ତ୍ତୀ ହେଉଛି, ସେତିିକି ଜୋରସୋରରେ ସୌନ୍ଦର୍ଯ୍ୟକରଣ କାମ ଆଗଉଛି । ଏହାରି ଭିତରେ ରାସ୍ତା ଉପରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଜାରି ରହିଛି । ଶୁକ୍ରବାର ଦିନକରେ ପୁଣି ୩୦୦ରୁ ଊଦ୍ଧ୍ୱର୍ ଦୋକାନ ମାଟିରେ ମିଶାଇଛି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ । ସ୍କ୍ୱାଡ୍ ଡ୍ରେନ ଓ ରାସ୍ତା ଉପରେ ଲଗାଯାଇଥିବା ହୋର୍ଡିଂକୁ ହଟାଇଥିବା ବେଳେ ଦୋକାନୀମାନଙ୍କଠୁ ୫୦ ହଜାର ଟଙ୍କା ଫାଇନ ଆଦାୟ କରିଛି । ବିଡିଏ ଏନଫୋର୍ସମେଣ୍ଟ ପକ୍ଷରୁ ଷ୍ଟିୱାର୍ଟ ସ୍କୁଲରୁ ଡେଲଟା ଓ ଷ୍ଟିୱାର୍ଟ ସ୍କୁଲ ଛକରୁ ସିଆରପି ଛକ ପର୍ଯ୍ୟନ୍ତ ରାସ୍ତା ପାଶ୍ୱର୍ରୁ ଉଚ୍ଛେଦ କରାଯାଇଛି । ଏଥିରେ ମୋଟ ୨୧୭ ବେଆଇନ ନିର୍ମାଣ ଭଙ୍ଗାଯାଇଥିଲା । ସେଥିମଧ୍ୟରୁ ୯ ହୋଟେଲ, ୩୧ ପରିବା ଦୋକାନ, ୩୮ ଫଳ ଦୋକାନ, ୬ କୁକୁଡ଼ା ଦୋକାନ, ୧୮ ଫାଷ୍ଟଫୁଡ ଦୋକାନ, ୧୭ କ୍ୟାବିନ, ୨୭ ଅସ୍ଥାୟୀ ଦୋକାନ, ୩୯ ସେଡ୍, ୭ ସମ୍ପ୍ରସାରଣ, ୭ ଗାଡି ସର୍ଭିସିଂ ସେଣ୍ଟର ଓ ୯ ବହି ଦୋକାନ ଭାଙ୍ଗିଛି । ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ପୁଲିସ ମୁତୟନ ହୋଇଥିବାବେଳେ ବିଡିଏ ଏନଫୋର୍ସମେଣ୍ଟ ଅଫିସର ପ୍ରମୋଦ ପାତ୍ର ଓ ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତିଙ୍କ ତତ୍ତ୍ୱାବଧାନରେ ସ୍କ୍ୱାଡ୍ ୧, ୨, ୩, ୪, ୧୪, ୧୫ ଓ ୧୬ ସାମିଲ ଥିଲେ । ସେହିପରି ସ୍କ୍ୱାଡ୍ ନମ୍ବର ୯, ୧୦, ୧୧ ଓ ୧୨ ହାଉସିଂ ବୋର୍ଡ ଛକରୁ ରାମ ମନ୍ଦିର ଛକ ପର୍ଯ୍ୟନ୍ତ ଉଚ୍ଛେଦ କରିଥିଲା । ଏଥିରେ ୧୨ ଫାଷ୍ଟଫୁଡ୍ ବକ୍ସ ଓ ୨୦ ବାଉଁଶ ନିର୍ମିତ ଦୋକାନକୁ ଭଙ୍ଗାଯାଇଛି । ସ୍କ୍ୱାଡ୍ ଆଚାର୍ଯ୍ୟ ବିହାରରୁ ଏଜି ଛକ ପର୍ଯ୍ୟନ୍ତ ଡ୍ରେନ ଓ ରାସ୍ତା ଉପରେ ଲାଗିଥିବା ହୋର୍ଡିଂକୁ ହଟାଇଛି । ଏହାସହ ସୋମନଙ୍କଠୁ ବେଆଇନ ହୋର୍ଡିଂ ବାବଦକୁ ୫୦ ହଜାର ଟଙ୍କା ଆଦାୟ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *