ପେରୁରେ ଇମର୍ଜେନ୍ସି
ଲିମା(ଏଜେନ୍ସି): ଗତ ୮ଦିନ ଧରି ପେରୁରେ ଉଗ୍ର ପ୍ରଦର୍ଶନ ଏବଂ ରାସ୍ତ ଅବରୋଧ ଭଳି ସ୍ଥିତି ଲାଗି ରହିଥିବା ବେଳେ ଗୁରୁବାର ସରକାରଙ୍କ ପକ୍ଷରୁ ଦେଶରେ ସପ୍ତାହବ୍ୟାପୀ ଇମର୍ଜେନ୍ସି (ଜରୁରିକାଳୀନ ପରିସ୍ଥିତି) ଲାଗୁ କରାଯାଇଛି । ରାଷ୍ଟ୍ରପତି ପଦରୁ ପେଡ୍ରୋ କୈଷ୍ଟିଲେଙ୍କ୍ୁ ହଟାଯିବା ନିଷ୍ପତ୍ତିକୁ ବିରୋଧ କରି ଏବେ ପେରୁବାସୀ ସରକାର ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ହଜାର ହଜାର ସଂଖ୍ୟାରେ ରାଜରାସ୍ତାକୁ ଓହ୍ଲାଇ ଆସି ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି । କେବଳ ସେତିକି ନୁହେଁ, ସରକାର ବିରୋଧୀ ପ୍ରତିବାଦ ତଥା ହିଂସକ ପ୍ରଦର୍ଶନରେ ବର୍ତ୍ତମାନ ସୁଦ୍ଧା ୩ଜଣ ପ୍ରାଣ ହରାଇସାରିଛନ୍ତି ।
ପ୍ରକାଶ, ଗତ ବୁଧବାର ପେରୁ ସଂସଦରେ ରାଷ୍ଟ୍ରପତିଙ୍କୁ କ୍ଷମତାରୁ ବାହାର କରିବା ପାଇଁ ମହାଭିଯୋଗ ପ୍ରସ୍ତାବ ଉପରେ ମତଦାନ ହୋଇଥିଲା । ୧୩ଠ ସଦସ୍ୟ ବିଶିଷ୍ଟ ସଂସଦରେ ଏହି ପ୍ରସ୍ତାବ ସପକ୍ଷରେ ୧ଠ୧ ଭୋଟ ପଡ଼ିଥିବା ବେଳେ ରାଷ୍ଟ୍ରପତି ପେଡ୍ରୋ କୈଷ୍ଟିଲେଙ୍କ ସପକ୍ଷରେ ମାତ୍ର ୬ ଭୋଟ ପଡିଥିଲା । ପେରୁର ସାମ୍ବିଧାନିକ ଅଦାଲତ ମୁଖ୍ୟ ଫ୍ରାନ୍ସିକୋ ମୋରାଲେସ ସଂସଦରେ ମତଦାନ ହେବା ପୂର୍ବରୁ ହିଁ ଉପରାଷ୍ଟ୍ରପତି ଡିନା ବୋଲୁଆର୍ଟଙ୍କୁ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ ।