ବେଳାମାର୍ଗ ଇକୋ ରି-ଟ୍ରିଟ୍ ଉଦ୍ଘାଟିତ

କୋଣାର୍କ (ଆପ୍ର): ଗତ ୩ ବର୍ଷ ଧରି ଇକୋ ରି-ଟ୍ରିଟ୍ର ଅଭୂତପୂର୍ବ ସଫଳତା ପରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ସ୍ୱର୍ଣ୍ଣାଭ କୋଣାର୍କ ବେଳାମାର୍ଗର ରାମଚଣ୍ଡୀ ମୁହାଁଣ ନିକଟରେ ଚତୁର୍ଥ ଥର ପାଇଁ ଗୁରୁବାର ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ନିଦେ୍ର୍ଦଶକ ସଚିନ ରାମଚନ୍ଦ୍ର ଯାଦବ, ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଲେନିନ ମହାନ୍ତି, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ ମହାପାତ୍ର, କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ ସେଠୀ, ଅତିରିକ୍ତ ଏସ୍ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ଅମୀୟ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ପର୍ଯ୍ୟଟନ ବିଭାଗ ଏଭଳି ଏକ ଉତ୍ସବ ଆୟୋଜନ କରିବା ଦ୍ୱାରା ଓଡ଼ିଶାକୁ ଦେଶବିଦେଶରୁ ଅଧିକ ପର୍ଯ୍ୟଟଙ୍କ ଆଗମନ ହେବ । ଯାହାଦ୍ୱାରା ଓଡ଼ିଶାର ଅର୍ଥନୀତି ବିକଶିତ ହୋଇପାରିବ ।
ଇକୋ ରି-ଟ୍ରିଟ୍ ପ୍ରତି ପର୍ଯ୍ୟଟକଙ୍କ ଆଗ୍ରହ ଓ ଉତ୍ସାହ ପରିଲକ୍ଷିତ ହୋଇଛି । ଉଦ୍ଘାଟନୀ ଦିବସରେ ୩୨ ଗୋଟି ରୁମ୍ ବୁକିଂ ହୋଇଥିବା ଜଣାପଡ଼ିଛି । ଭଲ ବ୍ୟବସାୟ ହେବ ବୋଲି ପର୍ଯ୍ୟଟନ ବିଭାଗ ଆଶା ରଖିଛି । ପର୍ଯ୍ୟଟକମାନେ ରାତ୍ରୀଯାପନ କରିବା ପାଇଁ ଅନ୍ଲାଇନରେ ବୁକିଂ କରିପାରିବେ । ଯାହା ୪ଟି ଭିନ୍ନ ଭିନ୍ନ ପ୍ରକାରର କଟେଜ୍ ଉପଲବ୍ଧ ରହିଛି । ସେଥିମଧ୍ୟରୁ ୩୦ଟି ଡିଲକ୍ସ ରୁମ୍, ଯାହାର ମୂଲ୍ୟ ୭୦୦୦, ୨୦ଟି ପ୍ରିମିୟମ୍ ରୁମ୍, ଯାହାର ମୂଲ୍ୟ ୮୫୦୦, ୧୨ଟି ରୟାଲ୍ ରୁମ୍ ଯାହାର ମୂଲ୍ୟ ୧୨୫୦୦ ଓ ୮ଟି ପ୍ରେସିଡେନ୍ସିଆଲ୍ ରୁମ୍ ଯାହାର ମୂଲ୍ୟ ୨୭୦୦୦ ରହିଛି । ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ପ୍ରାୟ ଚାଲିବ ବୋଲି ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ଓ ପୁରୀ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *