ୟୁପିଆଇ ଟ୍ରାଞ୍ଜାକ୍ସନ୍ ଉପରେ ଏନ୍ପିସିଆଇ କଟକଣା

ଦୈନିକ କାରବାର ୧ଲକ୍ଷରେ ସୀମିତ
ନୂଆଦିଲ୍ଲୀ (ଏଜେନ୍ସି): ଦୈନିକ ୟୁପିଆଇ ଟ୍ରାଞ୍ଜାକ୍ସନ୍ ଉପରେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ପକ୍ଷରୁ କଟକଣା ଲାଗୁ କରାଯାଇଛି । ଏଣିକି ଦୈନିକ ୟୁପିଆଇ ଟ୍ରାଞ୍ଜାକ୍ସନ ୧ଲକ୍ଷ ମଧ୍ୟରେ ସୀମିତ ରହିବ । ସୁତରାଂ ୟୁପିଆଇର ସମସ୍ତ ପ୍ଲାଟଫମ୍ଗୁଡ଼ିକୁ ଏନେଇ ଏନ୍ପିସିଆଇ ପକ୍ଷରୁ ଅବଗତ କରାଇଦିଆଯାଇଛି । ଅନ୍ୟପକ୍ଷେ ଏନ୍ପିସିଆଇର ଏପ୍ରକାର ନିଦେ୍ର୍ଦଶ ଫଳରେ ୟୁପିଆଇ ବ୍ୟବହାରକାରୀଙ୍କୁ ଜୋରଦାର ଝଟ୍କା ଲାଗିଛି । କାରଣ ୟୁପିଆଇ ମାଧ୍ୟରେ ଏଣିକି ମନଇଚ୍ଛା ଟ୍ରାଞ୍ଜାକ୍ସନ୍ ସମ୍ଭବ ହେବ ନାହିଁ ।
ଏନ୍ପିସିଆଇ ପକ୍ଷରୁ ଏନେଇ ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି । ଗାଇଡଲାଇନ୍ ମୁତାବକ, ଏଣିକି ୟୁପିଆଇ ମାଧ୍ୟମରେ ଦିନକରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରାଯାଇପାରିବ । କ୍ଷୁଦ୍ର ବ୍ୟାଙ୍କ୍ ତଥା କାନାରା ବ୍ୟାଙ୍କ ଉପଭୋକ୍ତାମାନେ ୟୁପିଆଇ ମାଧ୍ୟମରେ ୨୫ହଜାର ଟଙ୍କା କାରବାର କରିପାରିବେ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଉପଭୋକ୍ତା କିନ୍ତୁ ୟୁପିଆଇ ମାଧ୍ୟମରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଣଦେଣ କରିପାରିବେ । ଏତଦ୍ବ୍ୟତୀତ ଗୋଟିଏ ଦିନରେ ସର୍ବାଧିକ ୨ଠ ଥର ୟୁପିଆଇ ଟ୍ରାଞ୍ଜାକ୍ସନ୍କୁ ଏନ୍ପିସିଆଇ ସ୍ୱୀକୃତି ଦେଇଛି । ଏହାକୁ ଦୈନିକ ଟ୍ରାଞ୍ଜାକ୍ସନ୍ ଲିମିଟ୍ ଭାବେ ବିବେଚନା କରାଯିବ । ଗୋଟିଏ ଦିନରେ ୟୁପିଆଇ ଏହି ଲିମିଟ୍ ଅତିକ୍ରିମ କରିବା ପରେ ନୂଆ ଟ୍ରାଞ୍ଜାକ୍ସନ୍ ପାଇଁ ୨୪ ଘଣ୍ଟା ଅର୍ଥାତ୍ ପରଦିନକୁ ଅପେକ୍ଷା କରିବାକୁ ହେବ । ଏସବୁ ମଧ୍ୟରେ ୟୁପିଆଇ ପ୍ଲାଟ୍ଫର୍ମଗୁଡ଼ିକ ପାଇଁ ମଧ୍ୟ ଦୈନିକ ଟ୍ରାଞ୍ଜାକ୍ସନ୍ ଲିମିଟ୍କୁ ସୀମିତ କରିଦେଇଛି ଏନ୍ପିସିଆଇ । ଦେଶରେ ମୁଖ୍ୟତଃ ଗୁଗୁଲ୍ ପେ’, ଫୋନ୍ ପେ ଏବଂ ପେ-ଟିଏମ୍ ମାଧ୍ୟମରେ ୟୁପିଆଇ ଟ୍ରାଞ୍ଜାକ୍ସନ୍ ହେଉଥିବା ବେଳେ ଏସବୁ ପାଇଁ ନିର୍ଦ୍ଦିଷ୍ଟ ଲିମିଟ୍କୁ ସ୍ଥିର କରିଛି ଏନ୍ପିସିଆଇ । ତେବେ ଏହି ୩ ପ୍ଲାଟଫର୍ମ ପାଇଁ ଦୈନିକ ୧ ଲକ୍ଷ ଟଙ୍କାର କାରବାର ନିର୍ଦ୍ଧାରିତ କରାଯାଇଥିବା ବେଳେ କେବଳ ଟ୍ରାଞ୍ଜାକ୍ସନ୍ ଟାଇମ୍ସ (କେତେ ଥର ଟଙ୍କା କାରବାର ଏବଂ ଥରକେ କେତେ ଟଙ୍କା ଲେଖାଏ)ରେ ସାମାନ୍ୟ ତାରତମ୍ୟ ରଖାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *