କଟକରେ ମଶା ଦାଉ ଅସହ୍ୟ

କଟକ (ବୁ୍ୟରୋ): କଟକ ସହରରେ ମଶା ଦାଉ ଦିନକୁ ଦିନ ବଢ଼ିବାରେ ଲାଗିଛି । କେବଳ ରାତିରେ ନୁହେଁ ଦିନରେ ମଧ୍ୟ ମଶା ଦାଉରେ ରାହିହେଉନି । ମଶା କାମୁଡା ଦ୍ୱାରା ମେଲେରିଆ, ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥିପାଇଁ ସିଏମ୍ସିର କୌଣସି କର୍ତ୍ତୃତ୍ୱ ଥିଲା ପରି ମନେ ହେଉନାହିଁ । ସିଏମ୍ସି ମେୟର କେବଳ ବୈଠକ ପରେ ବୈଠକ କରୁଛନ୍ତି । ମାତ୍ର ଫଳ ଶୂନ୍ୟ ରହିଛି । ମଶା ନିୟନ୍ତ୍ରଣ ପାଇଁ ଟିଫା ମେସିନ୍ ଆସିବ, ମଶାତେଲ ଓ ଧୂଅାଁ ଛଡ଼ାଯିବ ଏହା କେବଳ ଧୂଆଁବାଣରେ ପରିଣତ ହୋଇଛି । ବୈଠକ କରି ଗଣମାଧ୍ୟମ ଜରିଆରେ ନିଜର ପ୍ରଚାର କରିବା ଛଡ଼ା କିଛି ନୁହେଁ ବୋଲି ସାଧାରଣରେ ଆଲୋଚନା ହେଉଛି ।
ସିଡିଏ ପେଟାନାଳ, ସୂତାହାଟରୁ ନୂଆବଜାର, କଲ୍ୟାଣୀ ନଗର ପର୍ଯ୍ୟନ୍ତ ମୁଖ୍ୟ ଡ୍ରେନ୍ରେ ମଶା ବଂଶ ବିସ୍ତାରକରି ସହରରେ ଆତଙ୍କ ମଚାଉଛନ୍ତି । ସେହିସବୁ ନାଳରେ ମଶା ନିୟନ୍ତ୍ରଣ ପାଇଁ କିଛି କରାଯାଉ ନାହିଁ । ସିଏମ୍ସି କେବଳ ବୈଠକ ନକରି ମଶା ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି । ଆଗକୁ କଟକ ବାରବାଟୀରେ ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବ ହେବ ବୋଲି ସରକାର ଘୋଷଣା କରିଛନ୍ତି । ଏହା ପୂର୍ବରୁ ମଶା ନିୟନ୍ତ୍ରଣ ପାଇଁ କିଛି କରାଯିବା ପାଇଁ ସାଧାରେଣରେ ଦାବି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *