ବିହାର: ବିଷାକ୍ତ ମଦ ପିଇ ୨୭ ମୃତ

ଛପରା, ୧୪ା୧୨: ବିହାରର ସାରଣ ଜିଲ୍ଲାରେ ବିଷାକ୍ତ ମଦ ପିଇ ବୁଧବାର ସନ୍ଧ୍ୟା ସୁଦ୍ଧା ୨୭ଜଣ ଲୋକ ପ୍ରାଣ ହରାଇଛନ୍ତି । ମୃତୁ୍ୟ ସଂଖ୍ୟା କ୍ରମାଗତ ବଢୁଛି । ଆହୁରି ୧୩ଜଣ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅନେକେ ଦୃଷ୍ଟିଶକ୍ତି ହରାଇଛନ୍ତି । ପୁଲିସ ଜିଲ୍ଲାସାରା ଚଢଉ କରି ୪୦ଜଣ ମଦ ବିକ୍ରେତାଙ୍କୁ ଗିରଫ କରିଛି । ମଦ ମୃତୁ୍ୟ ଘଟଣାରେ କ୍ଷୁବ୍ଧ ସ୍ଥାନୀୟ ଲୋକେ ଛପରାଠାରେ ଶବ ରଖି ରାସ୍ତା ଜାମ୍ କରିଛନ୍ତି ।
ପ୍ରାଥମିକ ତଦନ୍ତ ଅନୁଯାୟୀ ସୋମବାର ସନ୍ଧ୍ୟାରେ ଗୋଟିଏ ସ୍ଥାନରେ ସମସ୍ତେ ମଦ ପିଇଥିଲେ । ମଙ୍ଗଳବାର ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା । ସନ୍ଧ୍ୟା ସୁଦ୍ଧା ସମସ୍ତଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ନସୁଧୁରିବାରୁ ସେମାନଙ୍କୁ ଛପରା ରେଫର କରାଗଲା ।
ମଦମୃତୁ୍ୟ ନେଇ ବିଧାନସଭାରେ ବୁଧବାର ପ୍ରବଳ ହଙ୍ଗାମା ହୋଇଛି । ବିଜେପି ବିଧାୟକମାନେ ମୃତୁ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଦାୟୀ କରି ଗୃହ ଭିତରେ ଓ ବାହାରେ ନାରାବାଜି କରିଛନ୍ତି । ହଙ୍ଗାମା ଦେଖି ମୁଖ୍ୟମନ୍ତ୍ରୀ ଖୁବ୍ ରାଗିଯାଇ ବିଜେପି ବିଧାୟକଙ୍କୁ ‘ତୁମେ ସବୁ ମଦୁଆ’ ବୋଲି କହିଥିଲେ । ହଙ୍ଗାମା ଆହୁରି ବଢିବାରୁ ଗୃହକୁ ଗୁରୁବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *