୧୨ ଡିଷ୍ଟ୍ରିବୁ୍ୟଟରଙ୍କ ବିରୋଧରେ ମାମଲା କଳାତାଲିକା ଭୁକ୍ତ କଲା ସ୍ୱାସ୍ଥ୍ୟ ବିଭାଗ
ନକଲି ମେଡିସିନ୍ କାରବାର
ଭୁବନେଶ୍ୱର, ୧୪ା୧୨ (ବୁ୍ୟରୋ): ରାଜ୍ୟରେ ବେଧଡକ ଚାଲିଛି ନକଲି ମେଡିସିନ କାରବାର । ଗତ କିଛି ମାସ ଧରି ଏକାଧିକ ମେଡିସିନ୍ ଷ୍ଟୋରରେ ନକଲି ମେଡିସିନ୍ ଜବତ ହୋଇଥିବାବେଳେ ଏବେ ଏ ଘଟଣାକୁ ସ୍ୱୀକାର କରିଛି ସ୍ୱାସ୍ଥ୍ୟବିଭାଗ । ଏ ନେଇ ପ୍ରେସ ବିଜ୍ଞପ୍ତି ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ଯେଉଁଥିରେ କୁହାଯାଇଛି, ବର୍ତ୍ତମାନ ସୁଦ୍ଧା ୬ ଜିଲ୍ଲାରେ ଥିବା ୧୨ ଡିଷ୍ଟ୍ରିବୁ୍ୟଟର ସଂସ୍ଥା ବିରୋଧରେ ମାମଲା ରୁଜୁ ହୋଇଛି । ଏଥିସହ ନକଲି ଔଷଧ କାରବାର କରୁଥିବା ଏହି ସଂସ୍ଥାକୁ ବ୍ଲାକ୍ ଲିଷ୍ଟରେ ଯୋଡ଼ା ଯାଇଛି । ଏମାନଙ୍କ ମଧ୍ୟରେ କଟକର ୬, ଝାରସୁଗୁଡ଼ାର ୨ ଏବଂ କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ ବରଗଡ଼ର ଗୋଟିଏ ଲେଖାଏ ସଂସ୍ଥା ରହିଛି । ଜବତ ସମସ୍ତ ନକଲି ମେଡିସିନ୍କୁ ରିଟେଲର ପଏଣ୍ଟରୁ ଫେରାଇ ଅଣାଯାଉଛି । ପ୍ରଥମେ କଟକରୁ ନକଲି ମେଡିସନ କାରବାର ନେଇ ତଥ୍ୟ ସାମ୍ନାକୁ ଆସିବା ପରେ ଆକ୍ସନ ମୋଡକୁ ଆସିଥିଲା ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ଔଷଧ କାରବାର ରୋକିବାକୁ ଧରପଗଡ଼ ଜାରି ରହିଛି । ତେବେ ଏଥିରୁ ସ୍ପଷ୍ଟ ହୋଇଛି କେବଳ କଟକ ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନକଲି ଔଷଧ କାରବାର ବୃଦ୍ଧି ପାଇଛି । ଯାହା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି ।