ଯୁବ ପ୍ରତିଭାଙ୍କୁ ଉତ୍ସାହିତ କରୁଛି ୟାଟ୍ସ
ଟାଟା ଷ୍ଟିଲ୍ ୟାଟ୍ସ ବିଜେତା ସମ୍ବର୍ଦ୍ଧିତ
ଭୁବନେଶ୍ୱର (ବୁ୍ୟରୋ): ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍ସ)ର ୧୬ତମ ସଂସ୍କରଣର ଗ୍ରାଣ୍ଡ୍ ଫିନାଲେ ମଙ୍ଗଳବାର ଭବନେଶ୍ୱରର ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି ଏବଂ ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍୍ର ସହଯୋଗିତାରେ ଆୟୋଜିତ ଏହି ପ୍ରତିଯୋଗିତାର ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ରାଜ୍ୟରେ ଟାଟା ଷ୍ଟିଲ୍ର ଏହି ବାର୍ଷିକ ପ୍ରମୁଖ କାର୍ଯ୍ୟକ୍ରମରେ ଓଡ଼ିଶାର ସବୁ ଜିଲ୍ଲାର ୩୦୦ ସ୍କୁଲ୍ରୁ ୭୭,୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷର ବିଷୟବସ୍ତୁ ଥିଲା ଟାଇମ୍ ଟୁ ଅନ୍ରାଭେଲ୍ ଦି ୟୁନିଭର୍ସ (ବ୍ରହ୍ମାଣ୍ଡକୁ ଉନ୍ମୋଚନ କରିବାର ସମୟ) । ବିଜେତାମାନେ ୨୦୨୩ ମେ ମାସରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ଅନ୍ୟତମ ପ୍ରମୁଖ ବ୍ୟବସ୍ଥାକୁ ପରିଦର୍ଶନ କରିବା ଏବଂ ମହାକାଶ ବିଜ୍ଞାନୀଙ୍କ ବିଷୟରେ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିବାର ସୁଯୋଗ ପାଇବେ । ଏହି ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର କମିସନର୍ ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା (ଆଇଏଏସ୍), ସୂଚନା ଓ ପ୍ରଯୁକ୍ତି ବିଭାଗ ଅତିରିକ୍ତ ସଚିବ ଓ ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ର ନିଦେ୍ର୍ଦଶିକା ସଞ୍ଜୁଲତା ବେହେରା, ଭୁବନେଶ୍ୱରର ଇନଷ୍ଟିଚୁ୍ୟଟ୍ ଅଫ୍ ଫିଜିକ୍ସର ନିର୍ଦେଶକ ଡକ୍ଟର କରୁଣାକର ନନ୍ଦ ଏବଂ ଟାଟା ଷ୍ଟିଲ୍ର କର୍ପୋରେଟ୍ କମୁ୍ୟନିକେସନ୍ ମୁଖ୍ୟ ସର୍ବେଶ କୁମାର ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ୟାଟ୍ସ ଏଭଳି ଏକ ମଞ୍ଚ ଭାବେ ଉଦୀୟମାନ ହୋଇଛି, ଯାହା ଯୁବ ପ୍ରତିଭାଙ୍କୁ କିଛି ଅଲଗା ଚିନ୍ତା କରିବା ଏବଂ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ର ପ୍ରତି ଆଗ୍ରହ ପ୍ରକାଶ କରିବାକୁ ଉତ୍ସାହିତ କରୁଛି । ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ କ୍ଷେତ୍ରରେ ଗବେଷଣାକୁ ଆହୁରି ସୁଦୃଢ଼ କରିବା ଦିଗରେ ୟାଟ୍ସ ସୁଦୂର ପ୍ରସାରୀ ସାବ୍ୟସ୍ତ ହେବ । ଏହି ଅଭିଯାନ ପାଇଁ ଟାଟା ଷ୍ଟିଲ ଓ ପ୍ଲାନେଟୋରିୟମ୍କୁ ପ୍ରଶଂସା କରି ବିଜ୍ଞାନ ଓ ପ୍ରଯୁକ୍ତି, ସରକାରୀ ଉଦ୍ୟୋଗ, ଦିବ୍ୟାଙ୍ଗ ଜନଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, ଆଗାମୀ ଦିନରେ ଆମେ ଏହି ମଞ୍ଚକୁ ଉଦୀୟମାନ ମହାକାଶ ବିଜ୍ଞାନୀଙ୍କ ଆବିର୍ଭାବ ସ୍ଥଳ ଭାବେ ଦେଖିବୁ । ୟାଟ୍ସ ୨୦୨୨ର ବିଜେତା ଓ ଫାଇନାଲିଷ୍ଟ୍ଙ୍କୁ ସେ ଶୁଭକାମନା ଜଣାଇଛନ୍ତି ।