ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟ ନିମ୍ନମାନର!

ଡେଲାଙ୍ଗ (ଆପ୍ର): ଡେଲାଙ୍ଗ ବ୍ଲକ୍ର ବେରବୋଇଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୭ କୋଟି ୨୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ହୋଇଛି । ଦୁଃଖ ଓ ପରିତାପର ବିଷୟ ଶିଶୁମାନଙ୍କ ଭବିଷ୍ୟତ ଗଠନ ପାଇଁ ସରକାର ସର୍ବଦା ତତ୍ପର ଥିବା ବେଳେ ଏଠି ଓଲଟା ଚିତ୍ର ଦେଖିବାକୁ ମିଳିଛି । ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ନିମ୍ନମାନର କରାଯାଉଥିବା ନେଇ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଏହି କାର୍ଯ୍ୟରେ ରଡ୍, ଗୋଡ଼ି, ବାଲି, ସିମେଣ୍ଟ ଭାଗ ଠିକ୍ ଦିଆଯାଉ ନ ଥିବାବେଳେ କାର୍ଯ୍ୟାଦେଶର ସୂଚନା ଫଳକ ନାହିଁ । ବାଲି ବଦଳରେ ପାଉଁଶ ମାଟି ଗ୍ରାଉଣ୍ଡ୍ରେ ଭର୍ତ୍ତି କରାଯାଇଛି । ଯାହାକୁ ନେଇ ଅଞ୍ଚଳରେ ଜନଅସନ୍ତୋଷ ତେଜିବାରେ ଲାଗିଛି । ସଠିକ୍ କାର୍ଯ୍ୟ ପାଇଁ ଦାବିକରି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନିର୍ମାଣ ସ୍ଥାନରେ ଗୋପାଳଚନ୍ଦ୍ର ସ୍ୱାଇଁ, ସୁବାସ ଚନ୍ଦ୍ର ସ୍ୱାଇଁ, ସନ୍ତୋଷ କୁମାର ବିଶ୍ୱାଳ, କୃଷ୍ଣଚନ୍ଦ୍ର ସ୍ୱାଇଁ, ଘନଶ୍ୟାମ ସ୍ୱାଇଁ, ସୁରେଶ ଚନ୍ଦ୍ର ସ୍ୱାଇଁ, ଝରୁ ବରେଇ, ପୂର୍ବତନ ନାଏବ ସରପଞ୍ଚ ଦେବରାଜ ସ୍ୱାଇଁ ପ୍ରମୁଖ ହୋ-ହଲ୍ଲା କରିଥିଲେ ।
ପୂର୍ତ ବିଭାଗ ସହକାରୀ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭୁଦତ୍ତ ପ୍ରଧାନ ଘଟଣାରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବାରୁ ଗ୍ରାମବାସୀ ଏକପ୍ରକାର ଶାନ୍ତ ହୋଇଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ଅଭିଯୋଗରେ ନିର୍ମାଣ କାର୍ଯ୍ୟରେ ବିଭଗୀୟ ଯନ୍ତ୍ରୀ ଉପସ୍ଥିତ ରହିବା କଥା, କାର୍ଯ୍ୟାଦେଶର ସୂଚନା ଫଳକ ନିର୍ମାଣ ସ୍ଥାନରେ ଲାଗିବା, ନିମ୍ନମାନର କାର୍ଯ୍ୟକୁ ଲାବ୍ ଟେଷ୍ଟ ପାଇଁ ପଠାଯାଇ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ୯ଇଞ୍ଚ ଇଟାର ସାଇଜ୍ ବଦଳରେ ୧୦ ଇଞ୍ଚ୍ ଇଟାରେ କାର୍ଯ୍ୟ କରିବା, ମାଟି ବଦଳରେ ବାଲି ଫିଲିଂ କରିବା, ରଡ୍ ଗୋଡ଼ି ବାଲି ସିମେଣ୍ଟ ଭାଗ ସଠିକ୍ ଦେବା, ସଠିକ୍ କାର୍ଯ୍ୟ ନ ହେଲେ ତା’ର ବିଲ ପଇଠ ବନ୍ଦ ରଖିବା ଆଦି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଗ୍ରାମବାସୀ କହିଥିଲେ । ଅଭିଯୋଗ ମୁତାବକ ସେ ସବୁ ଘଟଣାର ତଦନ୍ତ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଥିଲେ । ଅଭିଯୋଗ ମୁତାବକ ସମସ୍ୟାର ସମାଧାନ ନ ହେଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଆନେ୍ଦାଳନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।ା

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *