ବିମାନ ଚଳାଚଳ ବାଧାପ୍ରାପ୍ତ
ଭୁବନେଶ୍ୱର (ବୁ୍ୟରୋ): ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରେ ଘନ କୁହୁଡ଼ି ପରିଲକ୍ଷିତ ହୋଉଛି । କୁହୁଡ଼ି ପାଇଁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବାର ସୂଚନା ମିଳିଛି । ଭୁବନେଶ୍ୱରରୁ ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବେଙ୍ଗାଲୁରୁ ଅଭିମୁଖେ ଯାତାୟତ କରୁଥିବା ବିମାନ ଯଥା ସମୟରେ ଉଡ଼ାଣ ଆରମ୍ଭ କରିପାରିନାହିଁ ।
ଉଲ୍ଲେଖଯୋଗ୍ୟ, ଟ୍ୱିନି ସିଟି କଟକ-ଭୁବନେଶ୍ୱରରେ ସକାଳୁ ଘନ କୁହୁଡି ପଡିଥିଲା । ଚାରିଆଡେ ଘନ କୁହୁଡ଼ିର ଆସ୍ତରଣ । ଯୁଆଡ଼େ ଚାହିଁଲେ କେବଳ କୁହୁଡ଼ି ହିଁ କୁହୁଡ଼ି । ଘନ କୁହୁଡି ଯୋଗୁ ୫୦ ମିଟର ଦୂରରୁ କିଛି ଦେଖି ହେଉନାହିଁ । ସ୍ଥାନେ ସ୍ଥାନେ ମୁହଁକୁ ମୁହଁ ବି ଚିହ୍ନି ହେଉନି । ଘନ କୁହୁଡି ଯୋଗୁଁ ଗାଡ଼ି ·ଳକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ଗତ ଦୁଇ ଦିନ ହେଲା ରାଜ୍ୟରେ ଶୀତ ସାମାନ୍ୟ କମିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଗତ ରାତିରେ ସର୍ବନିମ୍ନ ତାପମାତ୍ରା ୧୭.୭ ଡିଗ୍ରି ଓ କଟକର ରହିଥିଲା ୧୭ ଡିଗ୍ରି । ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ । ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରି ଓ ସର୍ବାଧିକ ତାପମାତ୍ରା ୩୨ ଡିଗ୍ରୀ ମଧ୍ୟରେ ରହିବ ବୋଲି ଆକଳନ ପ୍ରକାଶ ପାଇଛି ।