ଭୂତକୋଠି ପାଲଟିଛି ଛତରତୋଟା ବଜାର

ମାହାଙ୍ଗା (ଆପ୍ର): ମାହାଙ୍ଗା ଅଞ୍ଚଳରେ ଚାଷୀମାନେ କି ଭଳି ଅବସ୍ଥାରେ ଅଛନ୍ତି ତାହାର ମୁକସାକ୍ଷୀ ପାଲଟିଛି ଛତରତୋଟା ଦୈନିକ ବଜାର । କୁଳିଆଠାରେ ଥିବା ନିୟନ୍ତ୍ରିତ ବଜାର କମିଟି କେନ୍ଦୁପାଟଣାରେ ମାହାଙ୍ଗା ଅଞ୍ଚଳର ଚାଷୀମାନଙ୍କ ଉନ୍ନତୀ ପାଇଁ ଏକ ଦୈନିକ ବଜାର ସ୍ଥାପନ କରାଯାଇଥିଲା । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା କୋଠା ଘର ଗୁଡିକ ରକ୍ଷଣାବେକ୍ଷଣା ଅଭାବରୁ ଏବେ ଭୂତକୋଠି ପାଲଟିଛି । ସେହି ଅଞ୍ଚଳର ୭୦ ଜଣ ଚାଷୀ କୃଷିଜାତଦ୍ରବ୍ୟ ବ୍ୟବସାୟ ପାଇଁ ଘର ଯୋଗାଇ ଦେବା ନିମନ୍ତେ ଆରଏମ୍ସି ୨୦୦ ଟଙ୍କା ଲେଖାଏଁ ଆଦାୟ କରି ରସିଦ୍ ଦେଇଥିବା ଚର୍ଚ୍ଚା ହେଉଛି ।
ଦୀର୍ଘ ୨୪ ବର୍ଷ ବିତିଯାଇଥିଲେ ମଧ୍ୟ ଚାଷୀମାନଙ୍କୁ ବ୍ୟବସାୟ ନିମନ୍ତେ ଘର ଯୋଗାଇ ଦିଆଗଲା ନାହିଁ । ଚିଠି ନଂ ୩୦୫୫ ତା. ୧୮.୯.୨୦୧୭ ରିଖରେ ଛତର ତୋଟା ଦୈନିକ ବଜାର ପାଇଁ ୭୯ ଲକ୍ଷ ୩୮ ହଜାର ୬୬୩ ଟଙ୍କା ମଜୁରୀ ପ୍ରଦାନ କରାଯାଇଥିବା ବେଳେ ତାହା କାଗଜପତ୍ରରେ ସିମିତ ରହିଛି । ଏ ସମ୍ପର୍କରେ ଏମ୍ସିର ଅଧ୍ୟକ୍ଷ କଟକ ଜିଲ୍ଲାପାଳଙ୍କୁ ଦୈନିକ ବଜାର ସମସ୍ୟା ସମ୍ପର୍କରେ ଅବଗତ କରାଯାଇଛି । ଏବେ ଏହି ଦୈନିକ ବଜାରର ଜମିକୁ ଜବର ଦଖଲକାରୀମାନେ ମାଡି ବସିଥିବା ଅଭିଯୋଗ ହେଉଛି । ଜବରଦଖଲ ଉଚ୍ଛେଦ ପାଇଁ ଆରଏମ୍ସି କୌଣସି ଦୃଢ ପଦକ୍ଷେପ ଗ୍ରହଣ କରୁନାହିଁ । ଚାଷୀଙ୍କ ସୁବିଧା ନିମନ୍ତେ ମାହାଙ୍ଗାର ଛତର ତୋଟାଠାରେ ଏକ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *