ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ
ଆଠମଲ୍ଲିକ (ଆପ୍ର): ଆଠମଲ୍ଲିକ ବ୍ଲକ ରାଜ୍ୟର ଏକ ·ଷୀ ବହୁଳ ଅଞ୍ଚଳ ରୂପେ ଜଣାଯାଇଥାଏ । ଏଠାରେ ମୋଟ ଜନସଂଖ୍ୟାର ପ୍ରାୟ ୭୦ ରୁ ୮୦ ଭାଗ ଲୋକ ·ଷ ଉପରେ ନିର୍ଭରଶୀଳ । ·ଷୀଙ୍କର ମୁଖ୍ୟତଃ ପନିପରିବା ·ଷ ଉପରେ ଆର୍ଥିକ ମାନଦଣ୍ଡ ନିର୍ଭର କରେ । କାରଣ ପରିବା ·ଷ ହେଉଛି ବାରମାସୀ ଆୟ । ମାତ୍ର ଦୁଃଖ ଏବଂ ପରିତାପର ବିଷୟ ଦୀର୍ଘ ଦିନ ହେବ ·ଷୀ ମାସ ମାସ ଧରି କୋଠର ପରିଶ୍ରମ କରି ମଧ୍ୟ ଉପଯୁକ୍ତ ପାରିଶ୍ରମିକ ପାଇପାରୁ ନାହିଁ । ଏପରିକି କଳାବଜÿାରରୁ ଅଧିକ ମୂଲ୍ୟରେ ସାର, ଔଷଧ, ବର୍ଦ୍ଧିତ ହରରେ ବିଦୁ୍ୟତ ବିଲ ଦେଇ ଫସଲକୁ ପାଣି ଯୋଗାଇବା ସତ୍ତ୍ୱେ ଉପାର୍ଜିତ ହୋଇଥିବା ପନି ପରିବାକୁ ଖର୍ଚ୍ଚ ଠରୁ ବହୁତ କମ ମୂଲ୍ୟରେ ବଜାରରେ ବିକିବା ପାଇଁ ବାଧ୍ୟ ହେଉଛି । ସମ୍ପ୍ରତି ଆଠମଲ୍ଲିକ ବଜାରରେ ପିଆଜ କେଜି ୧୫ ଟଙ୍କା, ରସୁଣ କେଜି ୩୦ ଟଙ୍କା, ବାଇଗଣ ୫ ଟଙ୍କା, କୋବି ୧୦ ଟଙ୍କା, କାକୁଡି ୧୫ ଟଙ୍କା, ଝୁଡ଼ଙ୍ଗ ୧୫ ଟଙ୍କା, ବିନ ୨୫ ଟଙ୍କା ଟମାଟ ୧୫, ଲେମ୍ବୁ ୧୦ ରେ ୧୫ ଟଙ୍କା, ଅଦା କେଜି ୨୦ ଟଙ୍କା ଏହିପରି ଦର ବେଶୀ ସମୟ ରହିବା ଫଳରେ ·ଷୀ ·ଷ ଉପରେ ମୁଁହ ଫେରାଇବା ଆରମ୍ଭ କଲେଣି । ଏପରିକି ପରିବାପତ୍ର ଗାଡି ଭଡା କରି ବଜାରକୁ ଆଣିବା ଅପେକ୍ଷା ଗାଇ ଖୁଆଇଦେବା ଭଲ ବୋଲି ମନସ୍ଥ କଲେଣି । ଏପରି ସ୍ଥଳରେ ପ୍ରଶାସନ ଏ ଦିଗରେ ସମ୍ବେଦନଶୀଳ ନ ହେବା କାରଣରୁ ·ଷୀ ·ଷରୁ ବିମୁଖ ହୋଇ ଅନ୍ୟ ବୃତ୍ତି ଆପଣେଇବା ପାଇଁ ବାଧ୍ୟ ହେଉଛନ୍ତି ।
ପ୍ରକାଶ ଥାଉକି ଏ ଅଞ୍ଚଳରେ ଏକ ଶୀତଳ ଭଣ୍ଡାର ପାଇଁ ବାରମ୍ବାର ଦାବି ହୋଇଆସୁଛି । ମାତ୍ର ରାଜନୈତିକ କିମ୍ବା ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବରୁ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଏପରିକି ସମାଜର ସିଂହ ଭାଗ ଲୋକ ସୁସ୍ଥରେ ବଞ୍ଚିବା ପରିବର୍ତ୍ତେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯିବାପାଇଁ ବାଧ୍ୟ ହେଉଛନ୍ତି । ପିଢ଼ି ପିଢ଼ି ·ଷୀ ଶୋଷଣ ଏକ ସାଧାରଣ କଥା ପାଲଟିଲାଣି ·ଷୀଙ୍କ ଉଦେ୍ଧଶ୍ୟରେ ଆସୁଥିବା ସାର, ଔଷଧ, ବିହନ, ସବସିଡି ପାଣି ପମ୍ପ, ସିଞ୍ଚନ ଯନ୍ତ୍ର, ଧାନମଣ୍ଡି ରେ ସ୍ୱଚ୍ଛତା ଇତ୍ୟାଦି ଚାଷୀଙ୍କ ନାଁରେ ବଡ଼ବଡ଼ିଆ ପାଉଥିବା ଦେଖାଯାଉଛି । ଏପରିସ୍ଥଳରେ ଭବିଷ୍ୟତରେ ·ଷୀ ଙ୍କ ପାଇଁ ଉଦାସୀନତା ଲାଗି ରହିଲେ ସାଧରଣ ରେ ଖାଦ୍ୟ ସଙ୍କଟ ଦେଖାଦେବା ସହିତ ଏକ ବଡ଼ ଧାରଣର ·ଷୀ ଆନ୍ଦାଳନ ମୁଣ୍ଡ ଟେକିବ ବୋଲି ବହୁ ·ଷୀ ମତ ଦେଇଛନ୍ତି ।