ଡିଜିପିଙ୍କୁ ସୁପ୍ରିମ୍ ତାଗିଦ
ଓକିଲଙ୍କୁ ବାନ୍ଧି ନ ପାରିଲେ ସେଣ୍ଟ୍ରାଲ୍ ଫୋର୍ସ ଯିବେ
ଭୁବନେଶ୍ୱର, ୧୨ା୧୨ (ବୁ୍ୟରୋ): ପଶ୍ଚିମ ଓଡ଼ିଶାରେ ଓକିଲ ଆନେ୍ଦାଳନ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ ଏନେଇ ରାଜ୍ୟ ପୁଲିସ ଡିଜି ଓ ସମ୍ବଲପୁର ଆଇଜିଙ୍କୁ ତାଗିଦା କରିଛନ୍ତି । ଓକିଲ ଆନେ୍ଦାଳନ ପ୍ରତିହତ କରିବାରେ ଯଦି ଓଡ଼ିଶା ପୁଲିସ ବିଫଳ, ତେବେ ଆମକୁ ଜଣାନ୍ତୁ, ଆମେ କେନ୍ଦ୍ରୀୟ ଫୋର୍ସ ବ୍ୟବସ୍ଥା କରିବୁ । ଏହାଛଡ଼ା ପୁଲିସ ଡିଜି ଓ ସମ୍ବଲପୁର ଆଇଜିଙ୍କୁ ଭିଡିଓ କନଫରେନସିଂରେ ବୁଧବାର ହାଜର ହେବାକୁ ସୁପ୍ରିମକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ପୁଲିସ ଆନେ୍ଦାଳନ ରୋକିବା କାହିଁକି ବିଫଳ ହେଲା ସେହି ବିଷୟରେ ସବିଶେଷ ତଥ୍ୟ ରଖିବାକୁ କହିପାରନ୍ତି ସୁପ୍ରିମକୋର୍ଟ ।
ପୂର୍ବରୁ ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ଏକ ବେଞ୍ଚ ସ୍ଥାପନ ଓ ଅନ୍ୟାନ୍ୟ ଦାବି ନେଇ ଆନେ୍ଦାଳନ କରୁଥିବା ଓକିଲଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ ସୁପ୍ରିମକୋର୍ଟ । ସେମାନଙ୍କ ଲାଇସେନ୍ସ ସସ୍ପେଣ୍ଡ୍ କରିବାକୁ ବାର କାଉନସିଲ୍ ଅଫ ଇଣ୍ଡିଆକୁ କହିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍ ସଞ୍ଜୟ କିଷନ କୌଲ ଓ ଜଷ୍ଟିସ୍ ଅଭୟ ଏସ ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠ ବାର କାଉନସିଲକୁ ଏହା କହିବା ସହ ଯେଉଁ ଜିଲ୍ଲା ବାର ଆସୋସିଏସନର ସଦସ୍ୟମାନେ ଏହି ଆନେ୍ଦାଳନରେ ଅଂଶଗ୍ରହଣ କରୁଛନ୍ତି, ସେସବୁ ବାର ଆସୋସିଏସନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ । କୋର୍ଟରେ ଶତ ପ୍ରତିଶତ କାମ ଆରମ୍ଭ ହେବା ଦରକାର । ଏହାଛଡ଼ା ଆଉ କିଛି ବିକଳ୍ପ ନାହିଁ । ଏପରି ନହେଲେ ସେମାନେ ଏହାର ପରିଣତିର ସମ୍ମୁଖୀନ ହେବେ ।
ଜଷ୍ଟିସ୍ କୌଲ ଆହୁରି ମଧ୍ୟ କହିଥିଲେ, ବାର ଆସୋସିଏସନ୍କୁ ଆମେ ପୂର୍ବରୁ ବି ସତର୍କ କରାଇଦେଇଥିଲୁ ଯଦି ଆଇନ ପେସାର ଗରିମା ରକ୍ଷା ପାଇଁ ସେମାନେ ଉପଯୁକ୍ତ ଆଚରଣ ନ କରନ୍ତି, ତେବେ ସେମାନଙ୍କ ଉପରେ ଥିବା ସୁରକ୍ଷା ହଟାଇଦିଆଯିବ । ଆଇନର ଗରିମା ରକ୍ଷା ଓ କୋର୍ଟକୁ କାର୍ଯ୍ୟକ୍ଷମ ରଖିବାକୁ ଆମେ ଏବେ ଯାହା ନିଦେ୍ର୍ଦଶ ଦେଉଛୁ, ତାହା କରିବାକୁ ସେମାନଙ୍କ ଆଚରଣ ଆମକୁ ବାଧ୍ୟ କରିଛି । ବାର ଆସୋସିଏସନ ଯଦି ଚାହୁଁଛନ୍ତି ଯେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ, ତେବେ ଆମେ ତାହା କରିବୁ ବୋଲି ସେ କହିଛନ୍ତି ।
ସେପଟେ ସୁପ୍ରିମକୋର୍ଟଙ୍କ କଡ଼ା ନିଦେ୍ର୍ଦଶ ଓ ଲାଇସେନ୍ସ ନିଲମ୍ବନ ଭଳି ଚରମ ଆଭିମୁଖ୍ୟ ସତ୍ତ୍ୱେ କିଛି ଫରକ ପଡ଼ିନି । ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ଜିଦ୍ରେ ଅଟଳ ଓକିଲ ସଂଘ ତା’ର ଆନେ୍ଦାଳନ ଜାରି ରଖିଛି । ଆଉ ସୋମବାର ସେମାନଙ୍କ ସହ ଆନେ୍ଦାଳନରେ ବିଭିନ୍ନ ସଙ୍ଗଠନ ସାମିଲ ହେବା ପରେ ସମ୍ବଲପୁରର କଚେରି ଛକ କୁରୁକ୍ଷେତ୍ର ପାଲଟିଛି । ମୁହାଁମୁହିଁ ହୋଇଛନ୍ତି ଆନେ୍ଦାଳନକାରୀ ଓ ପୁଲିସ୍ । ବିଭିନ୍ନ ସଙ୍ଗଠନର ସଦସ୍ୟମାନେ ସେମାବାର ପାରମ୍ପରିକ ବାଦ୍ୟ ଧରି ନାଚ କରି ନିଜ ନିଜ ବ୍ୟାନର ଧରି ରାଲିରେ ଆସି କଚେରି ଛକରେ ଓକିଲଙ୍କ ସହ ଆନେ୍ଦାଳନରେ ସାମିଲ ହୋଇଥିଲେ ।
ଆନେ୍ଦାଳନକାରୀ ସଂଘବଦ୍ଧ ହୋଇ ବ୍ୟାରିକେଡ୍ ଭାଙ୍ଗି କୋର୍ଟ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୁଲିସ୍ ସେମାନଙ୍କୁ ବାଧା ଦେଇଥିଲା । ଫଳରେ ଆନେ୍ଦାଳନକାରୀ ଓ ପୁଲିସ୍ ମୁହାଁମୁହିଁ ହୋଇଥିଲା । ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଆନେ୍ଦାଳନକାରୀମାନେ ବ୍ୟାରିକେଡ୍ ଭାଙ୍ଗି ପୁଲିସ୍କୁ ଠେଲି କୋର୍ଟ ଭିତରକୁ ପ୍ରବେଶ କରିଥିଲେ ଓ ବିଚାରପତିଙ୍କୁ କୋର୍ଟ କାର୍ଯ୍ୟ କରିବାକୁ ବାରଣ କରିଥିଲେ । ପରେ ପୁଲିସ୍ ବିଚାରପତିଙ୍କୁ ସୁରକ୍ଷିତ ଭାବେ କୋର୍ଟ ବାହାରକୁ ଆଣିଥିଲା । କେବଳ ଏତିକି ନୁହେଁ, ଆନେ୍ଦାଳନକାରୀମାନେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ୍ ପକ୍ଷରୁ ମୃଦୁ ଲାଠି ଚାଳନା ମଧ୍ୟ କରାଯାଇଥିଲା ।
ସୂଚନା ଥାଉକି, ହାଇକୋର୍ଟ ବେଞ୍ଚ ଦାବିକୁ ନେଇ ଆଇନଜୀବୀଙ୍କ ଆନେ୍ଦାଳନ ସମ୍ବଲପୁର ସହ ଗଞ୍ଜାମ, କୋରାପୁଟ, କଳାହାଣ୍ଡି, ବଲାଙ୍ଗିର ଭଳି ଅନେକ ଜିଲ୍ଲାରେ ଜାରି ରହିଛି । କିଛି ସ୍ଥାନରେ କ୍ରିୟାନୁଷ୍ଠାନ କମିଟି ବ୍ୟାନରରେ ମାସର ଏକାଧିକ ଦିନ ଆନେ୍ଦାଳନ ହେଉଛି । ଏଭଳି ଆନେ୍ଦାଳନକୁ ଦେଖି ଏକ ଆବେଦନ ଉପରେ ଶୁଣାଣି କରି ଗତ ୨୮ ତାରିଖରେ ସୁପ୍ରିମକୋର୍ଟ ଆନେ୍ଦାଳନକାରୀ ଆଇନଜୀବୀଙ୍କ ଲାଇସେନ୍ସ ସସ୍ପେଣ୍ଡ କରିବା ଭଳି ଚରମବାଣୀ ଶୁଣାଇଥିଲେ । ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆକୁ ଲାଇସେନ୍ସ ସସ୍ପେଣ୍ଡ ପାଇଁ ନିଦେ୍ର୍ଦଶ ବି ଦେଇଥିଲେ ।