ରିମାଣ୍ଡ୍ ସରିଲା, ମୁହଁ ଖୋଲିଲେନି ଅର୍ଚ୍ଚନା
ଭୁବନେଶ୍ୱର, ୧୨ା୧୨ (ବୁ୍ୟରୋ): ସେମାବାର ବ୍ଲାକ୍ମେଲର ଅର୍ଚ୍ଚନା ନାଗଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି । ଇଡିକୁ ତଦନ୍ତରେ ଅର୍ଚ୍ଚନା ସହଯୋଗ କରୁ ନଥିବା ଇଡି ଅଧିକାରୀ ପ୍ରକାଶ କରିଥିବାବେଳେ ମଙ୍ଗଳବାର ଇଡି ଅଚ୍ଚନାଙ୍କୁ କୋର୍ଟରେ ହାଜର କରାଇବ । ୭ ଦିନ ମଧ୍ୟରେ ଅର୍ଚ୍ଚନା ନିଜ କଳାକାରବାର ନେଇ ମୁହଁ ଖେଶଲି ନାହିଁ । ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇ ଉଭୟଙ୍କୁ ମୁହାଁମୁହିଁ ଜେରା କରିବାକୁ ଇଡି ମସୁଧା କରିଛି । ଏନେଇ କୋର୍ଟରେ ଇଡି ୧୫ ଦିନିଆ ରିମାଣ୍ଡ ଆବେଦନ କରିବ ବୋଲି ଆଲୋଚନା ଜୋର ଧରିଛି ।
ସୂଚନାଯୋଗ୍ୟ, ମନି ଲଣ୍ଡରିଂ ମାମଲାରେ ଅର୍ଚ୍ଚନାଙ୍କୁ ପଚାରି ପଚାରି ବେଦମ ହେଲେଣି ଇଡି ଅଧିକାରୀ । ହେଲେ ଅର୍ଚ୍ଚନା ମୁହଁ ଖୋଲୁନାହାନ୍ତି । ଯାହାକୁ ନେଇ ଇଡି ଅଧିକାରୀ ନ୍ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ସୋମବାର ତାଙ୍କର ୭ ଦିନିଆ ରିମାଣ୍ଡ ଶେଷ ହେଉଛି । ତାଙ୍କୁ ପୁଣି ରିମାଣ୍ଡରେ ନେବାକୁ ଇଡି ପ୍ରସ୍ତୁତ ହୋଇଛି । ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରିବ ଇଡି । ସେହିଭଳି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମଧ୍ୟ ଜିଲ୍ଲା ଦୌରା ଜଜ୍ଙ୍କ କୋର୍ଟରେ ହାଜର କରାଯିବ । ଜଗବନ୍ଧୁଙ୍କୁ ୧୫ ଦିନ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିବ । ବ୍ଲାକମେଲିଂ ମାମଲାରେ ଇଡି ୧୧ ଜଣଙ୍କୁ ପଚରାଉଚରା କରିଛି । ଅର୍ଚ୍ଚନାକୁ ପଚରା ଉଚରାରେ କିଛି ନାଁ ସାମ୍ନାକୁ ଆସିଛି । ଜଗବନ୍ଧୁ ଓ ଅର୍ଚ୍ଚନାଙ୍କୁ ମୁହାଁମୁହିଁ ଜେରା ପରେ ଆଉ କିଛି ଲୋକଙ୍କ ନାମ ମଧ୍ୟ ସାମ୍ନାକୁ ଆସିବ ବୋଲି ଇଡି ଅଧିକାରୀ ଆଶା ପ୍ରକାଶ କରିଛନ୍ତି ।