ମୁଁ ସବୁବେଳେ ତୁମ ସହ ଅଛି

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା କେନ୍ଦୁପତ୍ର କର୍ମଚାରୀ ସଂଘ
ଭୁବନେଶ୍ୱର, ୧୨ା୧୨ (ବୁ୍ୟରୋ): ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ସୋମବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ଗତ ୨୨ ତାରିଖରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସଭାପତି ବିଜୟ ମହାନ୍ତିଙ୍କ ନେତୃତ୍ୱରେ ୧୨ ଦଫା ଦାବି ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ୨୪ ଘଣ୍ଟା ନ ପୁରୁଣୁ ଅଧିକାଂଶ ଦାବି ପୂରଣ ସହ କେନ୍ଦୁପତ୍ର ତୋଳାଳୀଙ୍କୁ ୧୦୦୦ ଟଙ୍କା, ଶିଜିିନାଲ୍‌ କର୍ମଚାରୀଙ୍କୁ ୧୫୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବା ସହ ୨୦୧୯ରୁ ବନ୍ଦ ଥିବା ଛାତ୍ର ବୃତ୍ତିର ପୁନଃ ପ୍ରଚଳନ ସହ କେନ୍ଦୁପତ୍ର ଉପରେ ୧୮% ଲଗାଯାଇଥିବା ଜିଏସ୍ଟି ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କୁ ତୃତୀୟ ଥର ପାଇଁ ପତ୍ର ପ୍ରଦାନ କରିଛନ୍ତି ।
ଓଡ଼ିଶାରେ ୮ଲକ୍ଷ୍ୟ ପରିବାର ୧୮ଶିଜିନାଲ୍‌ କର୍ମଚାରୀ କେନ୍ଦୁପତ୍ର ଉପରେ ନିଜର ଜୀବିକା ପାଇଁ ନିର୍ଭର କରୁଛନ୍ତି । ବିଶେଷ ଭାବରେ ଏଥିରେ ୯୫% ମହିଳା ଏବଂ ଅନୁସୂଚିତ ଜାତି, ଜନଜାତି ବର୍ଗ ନିର୍ଭର କରିଥାନ୍ତି । ୨୦୧୭ରୁ କେନ୍ଦୁପତ୍ର ଉପରେ ଜିଏସ୍ଟି ଲାଗୁ ହେବାପରେ ଏହି ବ୍ୟବସାୟରେ ଏକ ମାନ୍ଦାବସ୍ଥା ସୃଷ୍ଟି ହୋଇଛି ଏବଂ ଲକ୍ଷ୍ୟ ଲକ୍ଷ୍ୟ ଲୋକଙ୍କ ଜୀବନ ଜୀବିକା ବିପନ୍ନ ହେବା ଆଶଙ୍କା ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜିଏସ୍ଟି ପ୍ରତ୍ୟାହାର ପ୍ରସ୍ତାବକୁ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ସ୍ୱାଗତ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍‌ ଅର୍ପଣ କରାଯାଇଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଁ ସଦାବେଳେ କେନ୍ଦୁପତ୍ର ତୋଳାଳୀ ଏବଂ କର୍ମଚାରୀଙ୍କ ସହ ଅଛି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଓଡ଼ିଶାର ୧୮ ଡିଭିଜନରୁ ପ୍ରାୟ ୨୫ ଜିଲ୍ଲାର ପ୍ରତିନିଧି ଶତାଧିକ ସଂଖ୍ୟାରେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଉପସ୍ଥିତ ରହି ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ସମ୍ପାଦକ ସଞ୍ଜିତ ମହାନ୍ତି, ଉପ ସଭାପତି ଗାକୁଳ ମେହେର, ସମ୍ପାଦକ ମହମ୍ମଦ ମୃତ୍ତୁଜା, ସମ୍ପାଦକ ଅନାଦି ସାହୁ, ଡିଭିଜନ ସମ୍ପାଦକ ଦୀନବନ୍ଧୁ ବେହେରା, କ୍ଷେତ୍ରମାହନ ବାରିକ, କିଶୋର ପ୍ରଧାନ, ଶିବାନନ୍ଦ ପରିଛା, ଭୂପେନ୍ଦ୍ର ନାୟକ, ଶ୍ରୀକାନ୍ତ ମିଶ୍ର, ସଞ୍ଜୟ ଚୌଧୁରୀ, ସରୋଜ କର୍ଣ୍ଣ, ରତ୍ନାକର ପ୍ରଧାନ, ମନାଜ ସାହୁ, ରାଜ କୁମାର ବିଶି, ପ୍ରଦୀପ ସାହୁ, ବିଜେଡ଼ି ସମ୍ପାଦକ ଦୁର୍ଗା ସାମନ୍ତରାୟ, ଯୁଗ୍ମ ସମ୍ପାଦକ ପୃଥିରାଜ୍‌ ସାହୁ, ଉଦିତ ତ୍ରିପାଠୀ, ଭିକାରୀ ପ୍ରଧାନ, ତରୁଣ ସାହୁ, ଭକ୍ତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *