ପିଲାଙ୍କୁ ନେଇ ଧାରଣାରେ ବସିଲେ
ଆନେ୍ଦାଳନ ତୀବ୍ର କଲେ ଅଙ୍ଗନୱାଡି କର୍ମୀ
ଭୁବନେଶ୍ୱର (ବୁ୍ୟରୋ): ଭାରତୀୟ ମଜଦୁର ସଂଘ (ବିଏମ୍ଏସ୍) ସଂଲଗ୍ନ ଅଲ୍ ଓଡିଶା ଅଙ୍ଗନୱାଡି ଲେଡ଼ିଜ ୱାର୍କରସ ଆସୋସିଏସନ ତରଫରୁ ଗତ ୨୧ ତାରିଖରୁ ଗାନ୍ଧୀମାର୍ଗରେ ଧାରଣା ଦିଆଯାଇଛି । କର୍ମୀଙ୍କୁ ସମାନ କାମକୁ ସମାନ ଦରମା, ବର୍ଦ୍ଧିତ ବେତନ ସହ ପେନସନ୍, ମୃତୁ୍ୟକାଳୀନ ସହାୟତା ପରି ୮ ଦଫା ଦାବିରେ ଅଙ୍ଗନୱାଡୀ କର୍ମୀମାନେ କାର୍ଯ୍ୟବନ୍ଦ ଆନେ୍ଦାଳନ ଜାରି ରଖିଛନ୍ତି । କିନ୍ତୁ କର୍ମୀଙ୍କ ଦାବି ପ୍ରତି ସରକାରଙ୍କ ଅଣଦେଖା ଓ ବାରମ୍ବରାର ଆଲୋଚନା ପରେ ବି ସରକାରୀ ସ୍ତରରେ ଦାବି ପୂରଣ ନେଇ କୌଣସି ନିଷ୍କର୍ସ ନ ବାହାରିବା କର୍ମୀ ଓ ସହାୟିକାଙ୍କ କ୍ଷେତ୍ରରେ ଅସନ୍ତୋସ ଖେଳାଇଦେଇଛି । ସଂଘ ପକ୍ଷରୁ ଆନେ୍ଦାଳନକୁ ବ୍ୟାପକ କରାଯାଉଥିବାବେଳେ ସୋମବାର ଧାରଣାରେ ବୌଦ୍ଧ ଜିଲ୍ଲା ସାମିଲ ହୋଇଛି ।
ହଜାରରୁ ଊଦ୍ଧ୍ୱର୍ କର୍ମୀ ଓ ସହାୟିକା ଗାନ୍ଧୀମାର୍ଗରେ ନିଜ ପିଲାଙ୍କୁ ନେଇ ଧାରଣା ଦେଇଛନ୍ତି । ସଂଘ ପକ୍ଷରୁ ଆନେ୍ଦାଳନକୁ ବ୍ୟାପକ କରାଯାଇଥିବାବେଳେ ଆଗାମୀ ଦିନରେ ଯଦି ସରକାର ତାଙ୍କ ଦାବି ନ ଶୁଣିଲେ ତେବେ କର୍ମୀମାନେ ନିଜ ନିଜ କ୍ଷେତ୍ରରେ ହିତାଧିକାରୀ, ଅଭିଭାବକ, ସ୍ଥାନୀୟ ସରପଞ୍ଚ, ବ୍ଲକ୍ ଚେୟାରମ୍ୟାନ, ବିଧାୟକ ତଥା ମନ୍ତ୍ରୀ, ସାଂସଦଙ୍କୁ ଭେଟି ଦାବି ସମ୍ପର୍କରେ ଆଲୋଚନା କରିବା ସହ ସମର୍ଥନ ମାଗିବେ ବୋଲି ସର୍ବଭାରୀତୟ କର୍ମୀ ଅଞ୍ଜଳୀ ପଟେଲ କହିଛନ୍ତି ।
ସେହିପରି ସଂଘ ପକ୍ଷରୁ ରାଜ୍ୟପାଳଙ୍କୁ ଭେଟି ଦାବି ସମ୍ପର୍କରେ ଆଲୋଚନା ହୋଇଛି । ଏନେଇ ରାଜ୍ୟପାଳ ପ୍ରଫୋର ଗଣେଷୀ ଲାଲ ଦୁଃଖ ପ୍ରକାଶ କରିବା ସହ ସମସ୍ତ ଆବଶ୍ୟକ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ବିଭାଗୀୟ ମନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କ ସହ ବାରମ୍ବାର ଆଲୋଚନା ବିଫଳ ହେବା ଫଳରେ ଏ ଆନେ୍ଦାଳନ ଦାବି ପୂରଣ ହେବା ଯାଏ ଚାଲିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ସରକାର ଓ କର୍ମୀ ନିଜ ନିଜ ଜିଦ୍ରେ ଅଟଳ ଥିବାବେଳେ ମହିଳା ଓ ଶିଶୁଙ୍କୁ ସରକାରୀ ସେବା ମିଳିବା ବାଧାପ୍ରାପ୍ତ ହୋଇଥିବା ନଜରକୁ ଆସିଛି ।