କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ପଞ୍ଜାବରେ ଅଦିନିଆ ରଥଯାତ୍ରା
ପୁରୀ (ବୁ୍ୟରୋ): ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ । ତାଙ୍କ ବିନା ଅନୁମତିରେ କିଛି ସମ୍ଭବ ନୁହେଁ । ତାଙ୍କ ଧର୍ମ ପରମ୍ପରା ଅନ୍ୟନ୍ୟ । ମହାପ୍ରଭୁ ତାଙ୍କର ଅଗଣିତ ଭକ୍ତଙ୍କୁ ଦର୍ଶନ ଲାଗି ଆଷାଢ଼ ମାସରେ ରଥଯାତ୍ରାରେ ବଡ଼ଦାଣ୍ଡକୁ ଆସିଥାନ୍ତି । ସେଠାରେ ସେ ରଥାରୂଢ଼ ଅବସ୍ଥାରେ ସମସ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହା ହେଉଛି ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରା । କିନ୍ତୁ ଦିନକୁ ଦିନ ପରମ୍ପରାର ଗାରିମା ନଷ୍ଟ ହେବାକୁ ବସିଲାଣି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପଞ୍ଜାବ ଅମୃତସର ସହରରେ । ଏଠାରେ ଇସ୍କନ ପକ୍ଷରୁ ଗତ ୧୦ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଏପରିକି ଏହାର ଭିଡିଓ ଓ ଫଟୋ ମଧ୍ୟ ସୋସିଆଲ୍ ମିଡିଆ ଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ଏହାକୁ ବିରୋଧ କରିଛି ଉତ୍କଳ ବିଦ୍ୱତ୍ ପରିଷଦ ।
ପରିଷଦର ଅଧ୍ୟକ୍ଷ ମନୋଜ କୁମାର ରଥ କୁହନ୍ତି, ବାରମ୍ବାର ମହାପ୍ରଭୁଙ୍କ ପରମ୍ପରାକୁ ବ୍ୟବସାୟ କରାଯାଉଛି । ଏପରିକି ଆଷାଢ଼ ମାସରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । କିନ୍ତୁ ଏବେ ଯିଏ ଯେଉଁଠାରେ ଚାହିଁଲା ସେଠାରେ ରଥଯାତ୍ରା କରୁଛନ୍ତି । ଯାହାକି ପରମ୍ପରା ବିରୋଧୀ । ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା କାର୍ଯ୍ୟକର୍ତ୍ତାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ତତ୍ସହିତ ଶ୍ରୀ ରଥ ଏନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ମାଧ୍ୟମରେ ଘଟଣା ସମ୍ପର୍କରେ ଅବଗତ କରିବା ସହ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି ଉକ୍ତ ଘଟଣାରେ ହସ୍ତକ୍ଷେପ କରି ଏଭଳି କାର୍ଯ୍ୟ କରୁଥିବା ଅନୁଷ୍ଠାନକୁ ବନ୍ଦ କରିବା ଲାଗି ପଦକ୍ଷେପ ନେବାକୁ ଶ୍ରୀ ରଥ ଅନୁରୋଧ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *