ତିନି ମାସରେ ଘଟିଲାଣି ୪୦ ଦୁର୍ଘଟଣା
ଚାନେ୍ଦାଳ-ଦାନପୁର ରାସ୍ତାରେ ଭାରିଯାନ ଚଳାଚଳ ନିଷେଧ ଦାବି
ଡ଼େରାବିଶ (ଆପ୍ର): ଡେରାବିଶ ବ୍ଲକ୍ ଅନ୍ତର୍ଗତ କଟକ-ଚାନ୍ଦାବାଲୀ ରାଜ୍ୟରାଜପଥର ଚାନେ୍ଦାଳ ବଜାର ନିକଟସ୍ଥ ଖରିଦାସାହି ଛକ ଠାରୁ ଦାନପୁର ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ନିସିଦ୍ଧ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏହି ରାସ୍ତାରେ ପ୍ରତ୍ୟହ ଶହ ଶହ ବାଲି ବୋଝେଇ ହାଇୱା ଯାତାୟାତ କରୁଥିବାରୁ ନିକଟରେ ୪୦ରୁ ଊଦ୍ଧ୍ୱର୍ ଦୁର୍ଘଟଣା ଘଟି ଧନଜୀବନ ହାନୀ ଘଟିଛି । ଏହି ରାସ୍ତାଟି ଅଣଓସାରିଆ ରାସ୍ତା ହୋଇଥିବା ବେଳେ ଲୁଣାନଦୀ ଅପରପାଶ୍ୱର୍ରେ ଥିବା ବ୍ଲକ୍ ଅଧିନସ୍ଥ ଇନ୍ଦାଳୋ, ହରିଅଙ୍କ ଓ ଯଅଁରାବାରୀମୂଳ ପଞ୍ଚାୟତକୁ ଯାତାୟାତ କରିବା ପାଇଁ ଏହା ମୁଖ୍ୟରାସ୍ତା । ଏପରିକି ଜଗତସିଂହପୁର ଜିଲ୍ଲାକୁ ମଧ୍ୟ ଏହି ରାସ୍ତା ସଂଯୋଗ କରୁଥିବାରୁ ଏହା ଏକ ବ୍ୟସ୍ତବହୁଳ ରାସ୍ତା ଭାବେ ପରିଚିତ । ଲୁଣାନବୀ ଉପରେ ପୋଲ ନିର୍ମାଣ ସମୟରେ ଏହି ରାସ୍ତାଟି ନୂତନ ଭାବେ ନିର୍ମାଣ କରାଯିବ ବୋଲି ସରକାରୀ ସ୍ତରରେ ସ୍ଥିରିକୃତ ହୋଇଥିଲା । ମାତ୍ର ପୋଲ ନିର୍ମାଣର ୧୦ବର୍ଷ ବିତିଯାଇଥିଲେ ମଧ୍ୟ ଆପ୍ରୋଚ ରୋଡ ନିର୍ମାଣ ହୋଇ ନ ଥିବା ବେଳେ ଏହି ରସ୍ତା ଅଣଓସାରିଆ ହୋଇ ପଡିରହିଛି ।
କେବେଳ ପୁର୍ତ୍ତ ବିଭାଗ ଅନୁକମ୍ପାରୁ ରାସ୍ତାଟି ତାଳି ପକାଯାଇ ଯାତାୟାତ ଉପଯୋଗୀ କରାଯାଇଛି । ଜନସାଧାରଣଙ୍କ ସମେତ ଏହି ରାସ୍ତାକଡ଼ରେ ଖରିଦାସାହି ପ୍ରାଥମିକ ବିଦ୍ୟାଳୟ, ଚାନେ୍ଦାଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ର ସମେତ ବୀଣାପାଣୀ ଶିଶୁ ବିଦ୍ୟାମନ୍ଦୀର, କଳିଙ୍ଗ ଆବାସିକ ବିଦ୍ୟାଳୟ, ବନମାଳୀ ବ୍ରହ୍ମଚାରୀ ଆଦର୍ଶ ଉଚ୍ଚ ବିଦ୍ୟାଳୟ ଓ ଦାନପୁର ସ୍ୱାସ୍ଥ୍ୟକେନ୍ଦ୍ର ସହିତ ଇଣ୍ଡିଆନ ବ୍ୟାଙ୍କ, ଦାନପୁର ପ୍ରାଥମିକ ବିଦ୍ୟାଳୟ ଓ ଦାନପୁର ଟେଲିଫୋନ ଏକ୍ସଚେଞ୍ଜ ରହିଥିବାରୁ ଶହ ଶହ ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଜନତା ଯାତାୟାତ କରିଥାନ୍ତି । ବାଲି ବୋଝେଇ ହାଇୱା ଯିବା ଫଳରେ ଦିନ ସମୟରେ ଧୂଳି ଉଡି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ବେଳେ ଦୈନନ୍ଦିନ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଛି । ଏଥିପ୍ରତି ବାରମ୍ବାର ଅଞ୍ଚଳବାସୀ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଯଦି ପ୍ରଶାସନ ପକ୍ଷରୁ ଭାରିଯାନ ଚଳାଚଳ ପାଇଁ କଟକଣା ଲାଗୁ କରା ନ ଯାଏ ତେବେ ଅଞ୍ଚଳବାସୀଙ୍କ ପକ୍ଷରୁ ଆନେ୍ଦାଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ସମାଜସେବୀ ସଂଜତ କୁମାର ପରିଡା ଚେତାବନୀ ଦେଇଛନ୍ତି ।