ବଦଳିବ ମୋଦି କ୍ୟାବିନେଟ୍!

ଭୁବନେଶ୍ୱର/ନୂଆଦିଲ୍ଲୀ, ୧୧ା୧୨ (ବୁ୍ୟରୋ): ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ୨୦୨୩ରେ ୧୦ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ୨୦୨୩ ଓ ୨୦୨୪ର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ସମୀକରଣ ପାଇଁ କ୍ୟାବିନେଟ୍ ପୁନଃନିର୍ମାଣ ଏବଂ ସମ୍ପ୍ରସାରଣ ଖୁବ ଶୀଘ୍ର ଦେଖାଯିବ ବୋଲି ଅନୁମାନ କରାଯାଉଛି । ଉଭୟ ନିର୍ବାଚନରେ ବୃହତ ବିଜୟ ହାସଲ ପାଇଁ ବିଜେପି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ଅବସରରେ କେନ୍ଦ୍ର କ୍ୟାବିନେଟ୍ରେ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ଏଥି ସହ ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ସ୍ତରରେ ମଧ୍ୟ କିଛି ପରିବର୍ତ୍ତନ ହୋଇପାରେ ବୋଲି ବିଜେପି ସାଙ୍ଗଠନିକ କର୍ମକର୍ତ୍ତାଙ୍କ ଚର୍ଚ୍ଚାରୁ ପ୍ରକାଶ ପାଇଛି ।
ଯଦି ଆସନ୍ତା କିଛି ମାସ ମଧ୍ୟରେ ସବୁକିଛି ଯୋଜନା ଅନୁଯାୟୀ ଚାଲେ, ଖୁବ ଶୀଘ୍ର ମୋଦୀ କ୍ୟାବିନେଟରେ ପରିବର୍ତ୍ତନ ହେବ । ୨୦୨୧ ଜୁଲାଇ ପରଠୁ ମୋଦି କ୍ୟାବିନେଟରେ ପରିବର୍ତ୍ତନ ହୋଇନାହିଁ । ଏହି ଦେଢ଼ବର୍ଷ ମଧ୍ୟରେ ଦେଶରେ ବିଭିନ୍ନ ପ୍ରକାର ରାଜନୈତିକ ପରିବର୍ତ୍ତନ ହୋଇଛି, ହେଲେ ମେଦି ସରକାର ନିଜ ମନ୍ତ୍ରୀମଣ୍ଡଳ ଉପରେ ଭରସା ରଖିଛନ୍ତି । ବର୍ତ୍ତମାନ ଗୁଜରାଟ ଏବଂ ହିମାଚଳ ପ୍ରଦେଶର ନିର୍ବାଚନ ସରିଛି । ୨୪ରେ ୧୦ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ କ୍ୟାବିନେଟ୍ରେ ପରିବର୍ତ୍ତନ କରାଯାଇ କିଛି ନୂଆ ମୁହଁଙ୍କୁ ସାମିଲ କରିବା ସହ କିଛି ଦକ୍ଷ ନେତାଙ୍କୁ ସାଙ୍ଗଠନିକ ସ୍ତରରେ ବଡ ଦାୟିତ୍ୱ ଦିଆଯିବ । ଯେଉଁ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ଖରାପ, ସେମାନଙ୍କୁ କ୍ୟାବିନେଟରୁ ବାହାର କରାଯାଇପାରେ କିମ୍ବା ବିଭାଗ ପରିବର୍ତ୍ତନ କରାଯାଇପାରେ । ପ୍ରାୟ ପାଞ୍ଚ ମାସ ପୂର୍ବେ ଯେତେବେଳେ କ୍ୟାବିନେଟ୍ ସମ୍ପ୍ରସାରଣ ଉପରେ ଆଲୋଚନା ହୋଇଥିଲା ସେତେବେଳେ ପ୍ରାୟ ୧୨ରୁ ୧୩ ଜଣ ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ପ୍ରସଙ୍ଗ ସାମ୍ନାକୁ ଆସିଥିଲା । ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମଧ୍ୟ ପ୍ରସ୍ତୁତ କରାଯାଉଛି । ଏହି ରିପୋର୍ଟ କାର୍ଡ ଆଧାରରେ ପରିବର୍ତ୍ତନ ସହ ଅନ୍ୟ ଦାୟିତ୍ୱ ମିଳିପାରେ । କେନ୍ଦ୍ର ସରକାର ୮ ପଏଣ୍ଟ ଆଧାରରେ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ପ୍ରସ୍ତୁତ କରିବାର ସମ୍ପୂର୍ଣ୍ଣ ବିବରଣୀ ମାଗିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *