ସୁପର୍ ଓଭର୍ରେ ଜିତିଲା ଭାରତ

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ମହିଳା ଟି-୨୦
୧-୧ ସ୍ଥିତିରେ ଶୃଙ୍ଖଳା
ମୁମ୍ବାଇ, ୧୧ା୧୨ (ଏଜେନ୍ସି): ଭାରତୀୟ ମହିଳା ଟିମ୍ ରବିବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତିକରେ ଅଷ୍ଟ୍ରେଲିଆକୁ ସୁପର୍ ଓଭର୍ରେ ପରାସ୍ତ କରିଛି । ଏଥିସହିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ୧-୧ ବରାବର ସ୍ଥିତିରେ ପହଞ୍ଚିଛି । ଉଲ୍ଲେଖନୀୟ ବ୍ୟାଟିଂ ପ୍ରଦର୍ଶନ କରିଥିବା ଭାରତୀୟ ଓପନର୍ ସ୍ମୃତି ମନ୍ଧାନା ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲୀୟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୧ ୱିକେଟ୍ ହରାଇ ୧୮୭ ରନ୍ ସଂଗ୍ରହ କରିଥିଲା । ଅଧିନାୟିକା ଆଲିସା ହିଲୀ ୨୫ ରନ୍ କରି ଦୀପ୍ତି ଶର୍ମାଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ବେଥ୍ ମୁନୀ ଓ ତାହଲିଆ ମ୍ୟାକ୍ଗ୍ରା ଇନିଂସ୍ ସମ୍ଭାଳି ୧୫୮ ରନ୍ର ଭାଗୀଦାରୀ କରିଥିଲେ । ମୁନୀ ୫୪ ବଲ୍ରୁ ୮୨ ଓ ମ୍ୟାକ୍ଗ୍ରା ୫୧ ବଲ୍ରୁ ୭୦ ରନ୍ କରି ଅପରାଜିତ ଥିଲେ ।
ଜବାବରେ ଭାରତୀୟ ଟିମ୍ ମଧ୍ୟ ୫ ୱିକେଟ୍ ହରାଇ ସମାନ ୧୮୭ ରନ୍ ସଂଗ୍ରହ କରିଥିଲା । ସ୍ମୃତି ୪୯ ବଲ୍ରୁ ସର୍ବାଧିକ ୭୯ ରନ୍ର ଇନିଂସ୍ ଖେଳିଥିଲେ । ଏହାଛଡ଼ା ଶେଫାଲୀ ବର୍ମା ୩୪, ରିଚା ଘୋଷ ଅପରାଜିତ ୨୬, ଅଧିନାୟିକା ହରମନପ୍ରୀତ କୌର ୨୧, ଦେବୀକା ବୈଦ୍ୟ ଅପରାଜିତ ୧୧ ରନ୍ କରିଥିଲେ ।
ଏହାପରେ ଫଇସଲା ପାଇଁ ସୁପର୍ ଓଭର୍ର ସହାୟତା ନିଆଯାଇଥିଲା । ଭାରତ ଏଥିରେ ୨୧ ରନ୍ର ଟାର୍ଗେଟ୍ ଦେଇଥିଲା । କିନ୍ତୁ ଅଷ୍ଟ୍ରେଲିଆ ୧୬ ରନ୍ କରିବାକୁ ସମର୍ଥ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *