ମହାପ୍ରଭୁଙ୍କଠାରେ ସମର୍ପିତ ହେଲେ ସଫଳତା ନିଶ୍ଚିତ

ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ବାର୍ଷିକୋତ୍ସବ
ପୁରୀ (ବୁ୍ୟରୋ): ଏକ ଆଧ୍ୟାତ୍ମିକ ପରିବେଶରେ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ତ୍ରୟୋଦଶ ସାଧାରଣ ଅଧିବେଶନ ଓ ଏକାଦଶ ବାର୍ଷିକ ଉତ୍ସବ ହୋଟେଲ୍ ହଲିଡେ ରିସର୍ଟ ପୁରୀ ଠାରେ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ଉଦ୍ଘାଟକ ଭାବେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ସମ୍ମାନିତ ଅତିଥି ଭାବେ ସ୍ୱାମୀ ସତ୍ୟପ୍ରଜ୍ଞାନନ୍ନ ସରସ୍ୱତୀ ମହାରାଜ ଓ ଡ. ତପନ କୁମାର ଚାନ୍ଦ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରତିଷ୍ଠାନର ମୁଖପତ୍ର ‘ଶ୍ରୀଜଗନ୍ନାଥ ଚେତନା-୧୨’ ଉନ୍ମୋଚିତ ହୋଇଥିଲା । ଏହି ଉତ୍ସବରେ ଓଡ଼ିଶାର ସ୍ୱନାମଧନ୍ୟ ସମାଜସେବୀ ପଦ୍ୱଶ୍ରୀ ଡକ୍ଟର ତୁଳସୀ ମୁଣ୍ଡାଙ୍କୁ ଜାତୀୟସ୍ତରୀୟ ଚେତନା ପ୍ରତିଭା ସମ୍ମାନ, ବିଶିଷ୍ଟ ଲେଖକ ପ୍ରାବନ୍ଧିକ ଗବେଷକ ଡକ୍ଟର ଭାସ୍କର ମିଶ୍ରଙ୍କୁ ଶ୍ରୀଜଗନ୍ନାଥ ଚେତନା ଗବେଷକ ସମ୍ମାନ, ଓଡ଼ିଶାର ପ୍ରଥିତଯଶା ପ୍ରବଚକ ଶ୍ରୀଜଗନ୍ନାଥ ଚେତନାର ଅନନ୍ୟ ପ୍ରଚାରକ ଶଙ୍କର୍ଷଣ ମଙ୍ଗରାଜଙ୍କୁ ଶ୍ରୀଜଗନ୍ନାଥ ଚେତନା ପ୍ରଚାରକ ସମ୍ମାନ ପ୍ରଦାନ କରାଯାଇଛି ।
ସେହିପରି ଜଗନ୍ନାଥଙ୍କ ପାଞ୍ଚଜଣ ସେବକ ଓ ସେବକ ପରିବାରର ସଦସ୍ୟଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରାଯାଇଥିଲା । ଏଥିରେ ସଭାପତିତ୍ୱ କରିଥିଲେ ଝାଞ୍ଜପିଟା ମଠ ଅଧ୍ୟକ୍ଷ ସଚ୍ଚିଦାନନ୍ଦ ଦାସ ବାବାଜୀ । କାର୍ଯ୍ୟକ୍ରମରେ ମହାସଚିବ ଡ. ନରେଶ ଚନ୍ଦ୍ର ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ରାଜ୍ୟପାଳ ଶ୍ରୀ ଲାଲ୍ ନିଜ ବକ୍ତବ୍ୟରେ ପ୍ରତିଷ୍ଠାନର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଶ୍ରୀଜଗନ୍ନାଥଙ୍କ କୃପାରୁ ସମସ୍ତେ ସୁଖଶାନ୍ତିରେ ଅବସ୍ଥାନ କରିବାକୁ କାମନା କରିଥିଲେ । ଉଦ୍ଘାଟକ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥଙ୍କ ନିକଟରେ ସମର୍ପିତ ଭାବ ନେଇ କାମ କଲେ ନିଶ୍ଚିତ ସଫଳତା ମିଳିଥାଏ ବୋଲି କହିବା ସହ ସମସ୍ତେ ମିଳିତ ହୋଇ ମହାପ୍ରଭୁୂଙ୍କ ମହିମାର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଉତ୍ସବରେ ଓଡ଼ିଶା ଓ ଭାରତବର୍ଷର ବିଭିନ୍ନ ରାଜ୍ୟରେ ଥିବା ପ୍ରତିଷ୍ଠାନର ଶତାଧିକ ସଦସ୍ୟ/ସଦସ୍ୟା ଯୋଗ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ସଚିବ ଡକ୍ଟର ଅସିତ୍ ମହାନ୍ତି । ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବା ପୂର୍ବରୁ ଅପରାହ୍ଣରେ ତ୍ରୟୋଦଶ ସାଧାରଣ ସଭା ହୋଇଥିଲା । ଏଥିରେ ପ୍ରତିଷ୍ଠାନର ଆଗାମୀ ବର୍ଷ ପାଇଁ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ବନ୍ଧରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଆସନ୍ତା ୨୦ରେ ଭୁବନେଶ୍ୱରରେ ହେବାକୁ ଯାଉଥିବା ଶ୍ରୀଜଗନ୍ନାଥ ଚେନା ସମାରୋହ ସମ୍ବନ୍ଧରେ ପ୍ରସ୍ତାବ ଗୃହିତ ହୋଇଥିଲା । ଯେଉଁଥିରେ ୨୦୦ ସଂକୀର୍ତ୍ତନ ମଣ୍ଡଳୀ ଓ ଖୋର୍ଦ୍ଧା ଜିଲ୍ଲାର ଶ୍ରୀଜଗନ୍ନାଥ ମନ୍ଦିରର ପୂଜକ ଏବଂ କର୍ମକର୍ତ୍ତାମାନେ ଯୋଗ ଦେବେ । ଏଥିସହିତ ଭାଗବତ ଟୁଙ୍ଗୀ ଗୁଡ଼ିକର ପୁନରୁଦ୍ଧାର ପାଇଁ ବିରାଟ ଆଧ୍ୟାତ୍ମିକ ସମ୍ମିଳନୀ ଆୟୋଜିତ ହେବ । ସନ୍ତୋଷ କୁମାର ପାତ୍ର, ରବିନାରାୟଣ ସାମନ୍ତରା. ଡ. କରୁଣାକର ପ୍ରଧାନ, ହରେକୃଷ୍ଣ ପ୍ରତିହାରୀ, ସୁଦର୍ଶନ ନାୟକ, ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର, ଡ. ଶ୍ରୀନିବାସ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ଦାସ ପ୍ରମୁଖ ସହଯୋଗ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *