ତେଜିଲା ସରକାର ବିରୋଧୀ ଆନେ୍ଦାଳନ

ଢାକାରେ ହଜାର ହଜାର ବିକ୍ଷୋଭକାରୀ
ଢାକା (ଏଜେନ୍ସି): ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ହଜାର ହଜାର ବାଂଲାଦେଶୀ ନାଗରିକ ଏବେ ରାଜରାସ୍ତାକୁ ଓହ୍ଲାଇଆସିଛନ୍ତି । ଶେଖ୍ ହସିନା ଏବଂ ତାଙ୍କ ସରକାର ବିରୋଧରେ ବାଂଲାଦେଶବାସୀଙ୍କ ମଧ୍ୟରେ ଦୀର୍ଘଦିନ ଧରି କୁହୁଳୁଥିବା ଅସନ୍ତୋଷ ଏବଂ ତୀବ୍ର ରୂପ ଧାରଣ କରିଛି । ରାଜଧାନୀ ଢ଼ାକାରେ ଏବେ ଲୋକେ ରାସ୍ତାରେ ବିକ୍ଷୋଭ ତଥା ନାରାବାଜି କରିବା ଆରମ୍ଭ କରିଦେଇଛନ୍ତି । ଶନିବାର ସକାଳୁ ଏହି ପ୍ରକି୍ରୟା ଆରମ୍ଭ ହୋଇଯାଇଛି । ବାଂଲାଦେଶୀ ନାଗରିକ ଏବେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଦାବିକୁ ଜୋରଦାର କରିଛନ୍ତି ।
ଦେଶର ପ୍ରମୁଖ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି)ର ନେତୃତ୍ୱରେ ଡାକରା ଦିଆଯାଇଥିବା ରାଲିରେ ପ୍ରାୟ ୫ଠ ହଜାର ଲୋକ କିମ୍ବା ତଦୁଦ୍ଧ୍ୱର୍ ସାମିଲ ହୋଇଛନ୍ତି । ଢାକାର ସୈୟଦାବାଦରେ ଗୋପାଳବାଗ ମୈଦାନରେ ଲୋକଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ବିଏନ୍ପି ପକ୍ଷରୁ ବାଂଲାଦେଶରେ ତକ୍ରାଳ ନିର୍ବାଚନ ନେଇ ଘୋଷଣା କରାଯିବାକୁ ଦାବି କରାଯାଇଛି । ଗୋପାଳବାଗ ମୈଦାନରେ ଏକଜୁଟ୍ ହୋଇଥିବା ପ୍ରତିବାଦକାରୀମାନେ ଶନିବାର ଦିନ ତମାମ୍ ‘ଶେଖ୍ ହସିନା ଭୋଟ୍ ଚୋର ହେ’ ବୋଲି ନାରାବାଜି ମଧ୍ୟ କରିଛନ୍ତି ।
ବାଂଲାଦେଶରେ ଦୀର୍ଘ ସମୟ ଧରି ଅଘୋଷିତ ବିଜୁଳି କାଟ୍ ଏବଂ ପେଟ୍ରୋଲ ଡିଜେଲ୍ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ସରକାର ବିରୋଧୀ ପ୍ରଦର୍ଶନ ହୋଇଆସୁୂଛି । ତେବେ ଜନତାଙ୍କ ଏହି ଅସନ୍ତୋଷକୁ ଏବେ ଖୁରାକ୍ ଯୋଗାଇବାର କାମ କରିଛି ବିରୋଧୀ ବିଏନ୍ପି ଦଳ । ଅନ୍ୟପକ୍ଷେ ଶେଖ୍ ହସିନା, ମଧ୍ୟ ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ଏବଂ କୌଣସି ପ୍ରକାର ବିକ୍ଷୋଭ, ପ୍ରତିବାଦ ରୋକିବାକୁ କଡା ଆଭିମୁଖ୍ୟ ଗ୍ରହଣ କରୁଥିବା ସୂଚନା ରହିଛି । ବିରୋଧୀ ଦଳର ଅନେକ ନେତାଙ୍କୁ ଜୋରଜବରଦସ୍ତି ତଥା ମିଛ ଅଭିଯୋଗରେ ଗିରଫ କରାଯାଇ ଜେଲ୍ରେ ଭର୍ତ୍ତି କରିଦିଆଯାଇଥିବା ବେଳେ ଆନେ୍ଦାଳନକାରୀଙ୍କୁ ଶାନ୍ତ କରିବା ପାଇଁ ସେନା ତଥା ପୁଲିସ୍ ବ୍ୟବସ୍ଥାକୁ ଲଗାଇ ଦିଆଯାଇଛି ।
ସୂଚନାଯୋଗ୍ୟ, ବାଂଲାଦେଶରେ ମଧ୍ୟ ଭାରତ ଭଳି ପ୍ରତି ୫ ବର୍ଷରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ଏହି ଧାରାରେ ଆଗାମୀ ୨ଠ୨୪ରେ ବାଂଲାଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ୨ଠଠ୯ରୁ ଶେଖ୍ ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ରହିଆସିଛନ୍ତି । ୨ଠ୨୪ ପ୍ରଥମ ସପ୍ତାହରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଶାସକ ଦଳ ବାଂଲାଦେଶ ଆୱାମୀ ଲିଗ୍ ପୁଣିଥରେ ସରକାର ଗଢ଼ିବା ନେଇ ଦୃଢ଼ୋକ୍ତି ପ୍ରକାଶ କରୁଛି । ଏପରି ହେଲେ ଶେଖ୍ ହସିନା ବାଂଲାଦେଶର କ୍ରମାଗତ ୫ମ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାର ଏକ ବିରଳ କୃତୀତ୍ୱ ହାସଲ କରିବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *