ମାଷ୍ଟରମାଇଣ୍ଡ୍ ନାତି ଗିରଫ
ସାଲେପୁର/ନିଶ୍ଚିନ୍ତକୋଇଲି (ଆପ୍ର): ସାଲେପୁର ଉପଖଣ୍ଡ ନେମାଳ ଥାନା ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଜଣେ ବୃଦ୍ଧଙ୍କୁ ଗଳା କାଟି ହତ୍ୟା କରି ଲକ୍ଷାଧିକ ଟଙ୍କା ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ୍ । ମୃତକଙ୍କ ସମ୍ପର୍କୀୟ ନାତି ହିଁ ଏହି କାଣ୍ଡ ଭିଆଇ ଥିôବା ନେଇ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ଡ଼ିପିଓ ବିମଳ ବାରିକ । ସେ କହିଛନ୍ତି, ଏହି ଗ୍ରାମର ହୃଷିକେଶ ମୁଦୁଲିଙ୍କୁ ହତ୍ୟା କରିବା ଓ ପତ୍ନୀ କନକଲତା ମୁଦୁଲିଙ୍କୁ ଧରୁଆଅସ୍ତ୍ରରେ ହାଣି ଗୁରୁତର ଆହତ କରିଥିବା ଘଟଣାରେ ନାତି ଓମ୍କାର ମୁଦୁଲି ହିଁ ମୁଖ୍ୟ ଅଭିଯୁକ୍ତ । ହତ୍ୟାକାଣ୍ଡ ଘଟିବାର ୨୪ ଘଣ୍ଟା ମଧ୍ୟରେ ପୋଲିସ୍ ଘଟଣାର ଛାନଭିନ୍ କରି ମୁଖ୍ୟ ଆସାମୀ ନାତି ଓମ୍କାର ମୁଦୁଲି (୧୯)କୁ ଗିରଫ କରିବାରେ ସଫଳ ହୋଇଛି । ହତ୍ୟାକାରୀ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍ ତାକୁ ଗିରଫ କରି ଘନ ଘନ ଜେରା କରିବାରୁ ହତ୍ୟାକାରୀ ସତ ଓଗାଳି ଥିଲା । ଏହାସହ ଆସାମୀ ହତ୍ୟାକାରୀ ଓମ୍କାର ମୁଦୁଲି ଠାରୁ ଏକ ଏୟାର ବ୍ୟାଗରେ ଲୁଚାଇ ରଖିଥିବା ହତ୍ୟାରେ ବ୍ୟବହାର କରିଥିôବା କଟୁରି, ଦାଆ ସହ ୪୧୭୦ଟଙ୍କା , ସୁନାରୂପା ଗହଣା ଓ ସେ ବ୍ୟବହାର କରୁଥିବା ମୋବାଇଲକୁ ପୋଲିସ୍ ଜବତ କରିଛି ।
ସୂଚନାନୁଯାୟୀ, ଅଭିଯୁକ୍ତ ନାତି ଓମ୍କାର ପୂର୍ବ ଯୋଜନା ଅନୁସାରେ ଗୁରୁବାର ରାତିରେ ସଂପର୍କୀୟ ଅଜା ହୃଷିକେଶ ଘରକୁ ଯାଇ ଶୋଇବା ପାଇଁ କହିଥିଲା । ଅଜା ଆଈ ନାତି ରାତି ୧୧ ଟା ପର୍ଯ୍ୟନ୍ତ ଟିଭି ଦେଖି ସାରିବା ପରେ ଗୋଟିଏ କୋଠରୀରେ ଅଜା ଶୋଇଥିଲା ବେଳେ ଅନ୍ୟ କୋଠରୀରେ ଆଈ ଓ ନାତି ଶୋଇଥିଲେ । ରାତି ୨.୩୦ ରେ ନାତି ଉଠି ଅଜା ଘରେ ଥିବା ଆଲମୀରା ତାଲା ଭାଙ୍ଗି ସେଥିରେ ଥିବା ବିଭିନ୍ନ ସୁନାରୂପା ଅଳଙ୍କାର ଓ ନଗଦ ଟଙ୍କା ବାହାର କରୁଥିବା ବେଳେ ଅଜାର ନିଦ ଭାଙ୍ଗିଯାଇଥିବାରୁ ସେ ନାତିକୁ ଦେଖିô ଦେଇଥିଲେ । ଏହି ସମୟରେ ଧରାପଡିଯିବା ଭୟରେ ନାତି ପୂର୍ବ ପ୍ରସ୍ତୁତି କରିଥିବା କଟୁରୀରେ ଅଜାକୁ ଚୋଟ ମାରିଥିବା ବେଳେ ସେ ଚିକ୍ରାର କରିବାରୁ ଆଈ ସେଠାକୁ ଉଠି ଆସି ଏହାକୁ ବିରୋଧ କରିଥିଲା । ଏହି ବିରୋଧ କରିବା ସମୟରେ ନାତି ଆଈକୁ ମଧ୍ୟ କଟୁରୀରେ ଚୋଟ ମାରିଥିଲା । ଏହି ସମୟରେ ନାତିର ଏକ ଆଙ୍ଗୁଠିକୁ ଆଇ କାମୁଡି ଦେଇ ଥିଲା ବେଳେ ସେ ଅନ୍ୟ ଏକ ଚୋଟ ମାରିଥିବାରୁ ସେ ସେଠାରେ ଟଳି ପଡିଥିଲେ । ଦୁଇ ଜଣଙ୍କୁ ପୋଡି ଦେଇ ପ୍ରମାଣ ନଷ୍ଟ କରିଦେବାର ଯୋଜନା କରି ସେଠାରେ ଥିବା କମ୍ବଳ ଓ ବେଡ୍ସିଟ୍କୁ ଏକାଠି କରି ସେଥିରେ ନିଆଁ ଲଗାଇ ଦେଇଥିଲା । ମାଷ୍ଟରମାଇଣ୍ଡ ନାତି ରାତି ୪ଟାରେ ଟଙ୍କା ସୁନାଗୁଡିକୁ ନିଜ ଘରେ ରଖି ଦେଇ ଆସି ଗ୍ରାମବାସୀଙ୍କ ସମ୍ମୁଖରେ ଘରେ ଚାରି ଜଣ ଡକାୟତ ପଶି ଏଭଳି କାଣ୍ଡ ଭିଆଇଥିବା ଅଭିନୟ କରି କହିଥିଲା । ପୋଲିସ କଟକ ରେଲୱେ ଷ୍ଟେସନରୁ ନାତିକୁ ଥାନାକୁ ନେଇ ପଚରା ଉଚରା କରିବା ପରେ ସେ ଘଟଣାର ସମସ୍ତ ସତକଥା ପ୍ରକାଶ କରିଛି । ବିଭିନ୍ନ ନିଶାଦ୍ରବ୍ୟ ସେବନ କରିବା, ଝିଅକୁ ପ୍ରେମ କରି ସେମାନଙ୍କ ପିଛା ଅର୍ଥ ଖର୍ଚ୍ଚ କରିବା, ସାଙ୍ଗସାଥିମାନଙ୍କଠାରୁ ଧାର ଉଦ୍ଧାର କରିବା, ଦୋକାନରେ ବାକି କରିଥିବା ଯୋଗୁ ଅର୍ଥର ଆବଶ୍ୟକତା ଥିବାରୁ ସେ ଯୋଜନାବଦ୍ଧ ଭାବେ ଅଜା ଗଡରେଜ୍ରୁ ଚୋରି କରିବା ପାଇଁ ନିଷ୍ପତି କରି ଏଭଳି ଘଟଣା ଘଟାଇଥିବା ସେ ପୋଲିସ ଆଗରେ ପ୍ରକାଶ କରିଥିବା ସାଲେପୁର ଏସ୍.ଡି.ପି.ଓ. ବିମଳ କୁମାର ବାରିକ କହିଛନ୍ତି । ନେମାଳ ଭାରପ୍ରାପ୍ତ ଥାନା ଅଧିକାରୀ ଗୌରାଙ୍ଗ ଚରଣ ବିଶ୍ୱାଳ, ମୃତକଙ୍କ ବଡଭାଇ ନୃସିଂହ ମୁଦୁଲିଙ୍କ ଅଭିଯୋଗକୁ ଭିତ୍ତି କରି କେଶ ନଂ ୨୧୯/୨୨ରେ ନେମାଳ ଥାନାରେ ମାମଲା ରୁଜୁ କରାଯାଇଥିଲା । ଏଥିସହିତ ଦଫା ୪୪୯, ୩୦୨, ୩୦୭,୩୨୩, ୩୨୬,୩୯୭, ୫୦୬ ଓ ୩୪ ଆପିସିରେ ସକ୍ତୃକ୍ତ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିôବା ବେଳେ ଜାମିନୀ ନାମଞ୍ଜୁର ହେବାରୁ ନାତିକୁ ସାଲେପୁର ସବ୍ଜେଲକୁ ପଠାଇ ଦିଆଯାଇଛି । ଏଭଳି ଘଟଣା ଏ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପକ୍ଷରେ ଏଭଳି ଲଜ୍ଜାଜନକ ଘଟଣା ପାଇଁ ଆସାମୀର ପିତା ପ୍ରକାଶ କୁମାର ମୁଦୁଲି ଆତ୍ମହତ୍ୟା ପାଇଁ ବିଷ ପିଇ ଦେଇଥିବାରୁ ସେ ଏବେ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଅପରପକ୍ଷରେ ହତ୍ୟା କରାଯାଇଥିବା ଅଜା ହୃଷିକେଶ ମୁଦୁଲିଙ୍କ ପତ୍ନୀ କନକଲତା ମୁଦୁଲି ଏବେ କୋମା ଅବସ୍ଥାରେ ଅଶ୍ୱିନୀ ହସ୍ପିଟାଲରେ ରହି ଚିକିତ୍ସା ହେଉଛନ୍ତି ।