ସ୍କୁଲରେ ତାଲା ପକାଇ ଧାରଣାରେ ଛାତ୍ରଛାତ୍ରୀ

ଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ
ଡ଼େରାବିଶ (ଆପ୍ର): ଡେରାବିଶ ବ୍ଲକ୍ ଚାନେ୍ଦାଳ ପଞ୍ଚାୟତ ଗଣେଶପୁର ପ୍ରଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କ ବଦଳୀକୁ ନେଇ ବାଦାନୁବାଦ ଲାଗିରହିଛି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟରେ ତାଲା ପକାଇ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି ।
ଘଟଣାରୁ ପ୍ରକାଶ ଯେ, ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫୦ ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ଶିକ୍ଷାଦାନ ପାଇଁ ଦୁଇ ଜଣ ଶିକ୍ଷକ ନିଯୁ୍କ୍ତି ପାଇଥିଲେ । ମାତ୍ର ଶିକ୍ଷାଦାନ କରୁଥିବା ଇତିଶ୍ରୀ ନାୟକଙ୍କୁ ବଦଳୀ କରାଯାଇଥିବା ପ୍ରତିବାଦ କରି ଅବିଭାବକ ଓ ଛାତ୍ରଛାତ୍ରୀମାନେ ସ୍କୁଲରେ ତାଲା ପକାଇ ଦେଇଥିଲେ । ଏପରିକି ଶିକ୍ଷୟତ୍ରୀ ଇତିଶ୍ରୀଙ୍କ ବଦଳୀ ସ୍ତଗିତ ନ ହେବା ଯାଏ ଧାରଣା ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି । ଅବିଭାବକମାନେ ଏ ସମ୍ପର୍କରେ ଡେରାବିଶ ମଣ୍ଡଳ ଉନ୍ନୟନ ଅଧିକାରିଣୀଙ୍କୁ ଅବଗତ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଏ ସମ୍ପର୍କରେ ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରାଙ୍କୁ ପଚାରିବାରୁ ସମ୍ପୃକ୍ତ ଶିକ୍ଷୟତ୍ରୀ କିଛି ବର୍ଷ ପୂର୍ବେ ପଟ୍ଟାମୁଣ୍ଡାଇ ଜିଲ୍ଲାରୁ ଡେପୁଟେସନରେ ପଥରପଡା ବିଦ୍ୟାଳୟକୁ ଆସିଥିଲେ । ପରବର୍ତ୍ତି ଅବସ୍ଥାରେ ତାଙ୍କୁ ଟେକ୍ କ୍ଲାସ ପାଇଁ ଗଣେଶପୁର ବିଦ୍ୟାଳୟକୁ ପଠାଯାଇଥିଲା । ନିକଟରେ ତାଙ୍କର ଚାକିରୀ ନିୟମିତ ହୋଇଥିବା ବେଳେ ତାଙ୍କୁ ତାଙ୍କ ମୂଳ ବିଦ୍ୟାଳୟକୁ ଆସିବାକୁ ପଡିଥିôବାରୁ ଏଭଳି ଅବସ୍ଥା ଉପୁଜିଥିବା କହିଥିଲେ । ମାତ୍ର ଛାତ୍ରଛାତ୍ରୀଙ୍କ ଶିକ୍ଷାବ୍ୟବସ୍ଥାକୁ ସୁଧାରିବାକୁ ଖୁବ ଶିଘ୍ର ଜଣେ ଶିକ୍ଷକଙ୍କୁ ସେଠାକୁ ପଠାଯିବ ବୋଲି ତାଙ୍କ ଶିକ୍ଷାଅଧିକାରୀ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *