୬ ନର୍ସିଂହୋମ୍ରେ ପ୍ରଶାସନିକ ଚଢ଼ଉ
ବ୍ରହ୍ମପୁର (ବୁ୍ୟରୋ): ଏମ୍କେସିଜି ମେଡିକାଲ୍ କଲେଜ ନିକଟ ତଥା କୋର୍ଟପେଟା ଛକ ଠାରୁ ଗେଟ୍ବଜାର ମଧ୍ୟରେ ଥିବା ବିଭିନ୍ନ ଘରୋଇ ନର୍ସିଂ ଉପରେ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଚାନକ ଚଢ଼ଉ କରାଯାଇଛି । କମିଶନର ଜେ.ସୋନାଲ ଓ ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ୬ଟି ବେସରକାରୀ ଚିକିତ୍ସାଳୟ ଉପରେ ଅଚାନକ ଚଢ଼ାଉ କରି ସ୍ୱାସ୍ଥ୍ୟସେବାର ଯାଞ୍ଚ କରିଥିଲେ ।
ପ୍ରଥମେ ବ୍ରହ୍ମପୁର କାର୍ଡିଆକ୍ସ ସେଣ୍ଟର ପରେ ଜଗନ୍ନାଥ ହସ୍ପିଟାଲ, ଯଶୋଦା ଡାଇଗ୍ନୋସିସ୍, ଆସ୍ଥା ହସ୍ପିଟାଲ, ଗୁରୁଦେବ ହସ୍ପିଟାଲ ସହ ଅମିତ୍ ହସ୍ପିଟାଲର ନଥିପତ୍ର ଯାଞ୍ଚ କରିଥିଲେ । ୬ଟି ବେସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରର ବିଲ୍ଡିଂ ଅକୁପେନ୍ସି ସାର୍ଟିଫିକେଟ୍ର ବୈଧତା, କ୍ଲିନିକାଲ୍ ଏଷ୍ଟାବ୍ଲିସ୍ମେଣ୍ଟ ସାର୍ଟିଫିକେଟ୍, ଜୈବିକ ବର୍ଜ୍ୟବସ୍ତୁର ପରିଚାଳନା, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଟ୍ରେଡ୍ ଲାଇସେନ୍ସର ବୈଧତା, ଏକ୍ସରା, ଅଲଟ୍ରାସାଉଣ୍ଡର ରେଜିଷ୍ଟ୍ରେଟଶର ବୈଧତା ଉପରେ ଯାଞ୍ଚ କରିଥିଲେ । ଏପରିକି ବିଭିନ୍ନ ଚିକିତ୍ସାଳୟରେ ଥିବା ଅସ୍ତ୍ରୋପଚାର କକ୍ଷ ବୁଲି ଦେଖିଥିଲେ । ପ୍ରାୟ ସବୁଠି ସ୍ୱାସ୍ଥ୍ୟକେନ୍ଦ୍ର ସରକାରୀ ନୀତି ନିୟମ ଅନୁସାରେ ଚାଲୁ ନ ଥିବା ଦେଖିବାକେୁ ମଳିଥିଲା । ଅମିତ୍ ହସ୍ପିଟାଲ ଯାଞ୍ଚ ବେଳେ ଅପରେସନ୍ କକ୍ଷରେ ଯୁକ୍ତଦୁଇ ପଢ଼ୁଥିବା ଛାତ୍ର ଡ୍ରେସିଂ କରୁଥିବା ସହ ଔଷଧ ଦୋକାନରେ ଫାର୍ମାଶିଷ୍ଟ ନଥିବା ଦେଖିଥିଲେ । ଏହି ସମୟରେ ହସ୍ପିଟାଲର କିଛି କର୍ମଚାରୀ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନଜରକୁ ଆସିଛି । ତେବେ ସମସ୍ତ ଘରୋଇ ଚିକିତ୍ସାଳୟ ଯାଞ୍ଚ ବେଳେ ବିଭିନ୍ନ ଅନିୟମିତତା ଦେଖାଦେଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଥିବା ହିତାଧିକାରୀଙ୍କୁ ସଠିକ୍ ଚିକିତ୍ସା ଯୋଗାଇ ଦିଆଯାଉଛି ନା ନାହିଁ ତାହା ମଧ୍ୟ ଦୁଇ ଅଧିକାରୀ ଚିକିତ୍ସିତ ହେଉଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ପଚାରି ବୁଝିଥିଲେ । ଅନିୟମିତତା ଜଣାପଡିବାପରେ ମହାନଗର ନିଗମ ଓ ପ୍ରଶାସନ ପକ୍ଷରୁ ୬ଟି ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ ବୋଲି ଉଭୟ କମିଶନର ଓ ଉପଜିଲ୍ଲାପାଳ କହିଛନ୍ତି ।