ହାଡ଼ଭଙ୍ଗା ଜାଡ଼ରେ ଥରୁଛି କନ୍ଧମାଳ

ଫୁଲବାଣୀ/ଭୁବନେଶ୍ୱର, ୯ା୧୨ (ବୁ୍ୟରୋ): ଗତ କିଛି ଦିନ ହେବ ନିର୍ମଳ ଆକାଶ ଓ ଖରାଟିଆ ପାଗ ରାଜ୍ୟରେ ଶୀତ ପାଇଁ ଅନୁକୂଳ ବାତାବରଣ ତିଆରି କରିଛି । ଓଡ଼ିଶାକୁ ଉତ୍ତର ଦିଗରୁ କ୍ରମାଗତ ଭାବେ ପ୍ରବେଶ କରୁଥିବା ଶୁଷ୍କ ଓ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବା ଆରମ୍ଭ ହୋଇଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଶୁକ୍ରବାର ରାଜ୍ୟର ୭ ସ୍ଥାନର ପାରଦ ୧୦ ଡିଗ୍ରି ତଳକୁ ଖସି ଆସିଛି । କନ୍ଧମାଳ ଜିଲ୍ଲା ହାଡ଼ଭଙ୍ଗା ଜାଡ଼ରେ ଥରୁଥିବାବେଳେ ଜିଲ୍ଲାର ଜି. ଉଦୟଗିରି ୬ଂ ତାପମାତ୍ରା ସହ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ସେହିପରି ଉକ୍ତ ଜିଲ୍ଲାର ଫୁଲବାଣୀରେ ୬.୬ଂ, ଦାରିଙ୍ଗବାଡିରେ ୭.୫ଂ ରେକର୍ଡ ହୋଇଛି ।
ଫଳରେ ଜିଲ୍ଲାବାସୀ ମର୍ଣ୍ଣିଂ ୱାକ୍ ସହ ରାସ୍ତାକଡ଼ରେ ନିଅାଁ ପୁ-ଥିବା ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ, ଶୀତ ବଢ଼ିବା ସାଙ୍ଗକୁ ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ଚଳଚଞ୍ଚଳ ହୋଇପଡ଼ିଛି । କନ୍ଧମାଳ ମୁଖ୍ୟତଃ ପାହାଡ଼ି ଅଞ୍ଚଳ ହୋଇଥିବାବେଳେ ଝରଣା ଓ ପ୍ରାକୃତିକ ସମ୍ପଦରେ ଭରପୂର ହୋଇରହିଛି । ପ୍ରତ୍ୟେକ ଦିନ ଏବେ ଶତାଧିକ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଥିବାବେଳେ ଆଗକୁ ଏହି ସଂଖ୍ୟା ବଢ଼ିବ ବୋଲି ଜିଲ୍ଲା ପ୍ରଶାସନ ପୂର୍ବାକଳନ କରିଛି ।
ଏହାବାଦ୍ ରାଜ୍ୟର ସୁନ୍ଦରଗଡ଼ର କିରେଇରେ ୮.୨ଂ, ଚିପିଲିମାରେ ୯.୨ଂ, ଝାରସୁଗୁଡ଼ାରେ ୯.୬ଂ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ୯.୬ଂ ଡିଗ୍ରି, ଭଦ୍ରକ ଜିଲ୍ଲାର ରାଣୀତାଲରେ ୧୦ଂ, ଅନୁଗୁଳରେ ୧୦ଂ, କୋରାପୁଟ ଓ ସୁନ୍ଦରଗଡ଼ରେ ୧୦ ଡିଗ୍ରି ରାତିର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ମାଣ୍ଡୋସ୍ ବାତ୍ୟାର ଓଡ଼ିଶା ଉପରେ ଏହାର ସିଧାସଳଖ କୌଣସି ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ବାତ୍ୟାର ବାହ୍ୟ ବଳୟ ପ୍ରଭାବରେ ଶନିବାର ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପ୍ରଦତ୍ତ ତଥ୍ୟ ଅନୁସାରେ ଦକ୍ଷିଣ ଭାରତରେ ଭୟଙ୍କର ରୂପରେ ମାଡିଆସୁଛି ବାତ୍ୟା ମାଣ୍ଡୋସ୍ ।
ବଙ୍ଗୋପସାଗରରେ ସକ୍ରିୟ ରହିଥିବା ବାତ୍ୟା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ରିପୋର୍ଟ ଲେଖା ହେବା ସୁଦ୍ଧା ଏହା ଚେନ୍ନାଇଠୁ ୧୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି । ବାତ୍ୟା ଅଧିକ ଘନୀଭୂତ ହେବା ପରେ ଏହା ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ର ଦେଇ ଗତିକରିବ । ତାମିଲନାଡୁର ମହାବଳିପୁରମରେ ବାତ୍ୟା ମାଣ୍ଡୋସ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଉଛି । ଏହା ଶନିବାର ସକାଳ ସୁଦ୍ଧା ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଉଥିବାବେଳେ ପୁଡୁଚେରୀ ଓ ଶ୍ରୀହରିକୋଟା ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଆଶଙ୍କା କରାଯାଉଛି ।
ଏହା ଗତି କରିବାବେଳେ ପବନର ବେଗ ଘଣ୍ଟାପ୍ରତି ୬୫ରୁ ୭୫ କିଲୋମିଟର ବହିବାର ସମ୍ଭାବନା ରହିଛି । ଏହା ବେଳେବେଳେ ୮୫ କିଲୋମିଟର ମଧ୍ୟ ହେବ । ହେଲେ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ନେଇ କିଛି ପାଣିପାଗ ମଡ଼େଲ୍ ଦର୍ଶାଉଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି । ଲ୍ୟାଣ୍ଡଫଲକୁ ଦୃଷ୍ଟିରେ ରଖି ତାମିଲନାଡୁର ୩ ଜିଲ୍ଲାରେ ରେଡ ଆଲର୍ଟ ଜାରି କରାଯାଇଥିବାବେଳେ ଥୁଥୁକୁଡିରେ ହାଇ ଆଲର୍ଟ ଜାରି କରାଯାଇଛି । ସେପଟେ ବର୍ତ୍ତମାନ ଏହା ପଶ୍ଚିମ ଓ ଉତ୍ତର ପଶ୍ଚମ ଦିଗରେ ଗତିକରି ପୁÿଡୁଚେରୀ-ଶ୍ରୀହରିକୋଟା ମୁହାଁ ହେଉଛି । ବାତ୍ୟା ମାଣ୍ଡସ ଚେନ୍ନାଇଠୁ ୧୭୦ କିମି ଦୂରରେ ଥିବାବେଳେ ଏହା ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶକୁ ଲାଗି ଗତି କରିବ । ବାତ୍ୟା ମାଣ୍ଡୋସ୍ ଉପକୂଳ ମୁହାଁ ହେଉଥିବାରୁ ତାମିଲନାଡୁରେ ସତର୍କତା ଜାରି କରାଯାଇଛି । ଚେଙ୍ଗଲପାଟୁ, ଭିଲୁପୁରମ, କାଞ୍ଚିପୁରମ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏହାସହ ପୁଡୁଚେରୀ ପାଇଁ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ଦୃଷ୍ଟିରୁ ଆଲର୍ଟ ଜାରି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *