ଗାନ୍ଧୀ ମାର୍ଗରେ ଗର୍ଜିଲେ ଅଙ୍ଗନୱାଡ଼ି କର୍ମୀ
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟରେ କାର୍ଯ୍ୟରତ ଅଙ୍ଗନୱାଡୀ କର୍ମୀ ନିଜ ଆନେ୍ଦାଳନକୁ ଆହୁରି ତୀବ୍ର କରିବେ । ଯଦି ରାଜ୍ୟ ସରକାର ଏନେଇ ତୁରନ୍ତ କିଛି ସମସଧାନ ବାଟ ନ ଖେଶଜନ୍ତି, ତେବେ ଅଙ୍ଗନୱାଡୀ କର୍ମୀ ଗାନ୍ଧୀମାର୍ଗ ସମେତ ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କ ବାସଭବନ ଘେରିବେ ବୋଲି ଭାରତୀୟ ମଜଦୁର ସଂଘ ପକ୍ଷରୁ କୁହାଯାଇଛି । ସଙ୍ଗଠନର ପ୍ରତିନିଧିଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା ପୁଣି ବିଫଳ ହୋଇଛି । ସରକାରୀ ପ୍ରଶଶସନିକ ଅଧିକାରୀଙ୍କ ଅଙ୍ଗନୱାଡୀ କର୍ମୀଙ୍କ ଦାବି ପ୍ରତି କୌଣସି ଦୃଷ୍ଟି ଦେଇ ନଥିବା ପରିଲିକ୍ଷିତ ହେଉଥିବାରୁ ସଂଘ ଆନେ୍ଦାଳନକୁ ଆହୁରି ତୀବ୍ର କରିବ ବୋଲି ଶୁକ୍ରବାର ପ୍ରକାଶ କରିଛି ।
ଏହି ସ୍ଥିତିରେ ଶୁକ୍ରବାର ରାଜ୍ୟର ୩୦ ହଜାରରୁ ଊଦ୍ଧ୍ୱର୍ କର୍ମୀ ଗାନ୍ଧୀମାର୍ଗରେ ଧାରଣା ଦେଇଥିବା ନଜରକୁ ଆସିଛି । ୨ ପୃଥକ ସଙ୍ଗଠନ ପକ୍ଷରୁ ଏହି ଧାରଣା ଦିଆଯାଇଥିବା ନଜରକୁ ଆସିଛି । ଗତ ମାସରୁ ବିଏମ୍ଏସ୍ କର୍ମୀ ଧାରଣାରତ ଥିବାବେଳେ ଶୁକ୍ରବାର ଅଙ୍ଗନୱାଡୀ କର୍ମଚାରୀ ୟୁନିଅନ୍, ସଂଯୁକ୍ତ ମୋର୍ଚ୍ଚା ମଧ୍ୟ ଆନେ୍ଦାଳନକୁ ଓହ୍ଲାଇଛି । ହଜାର ହଜାର ଅଙ୍ଗନୱାଡ଼ି କର୍ମୀ, ମିନି ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ବିଧାନସଭାରେ ତାଙ୍କ ପ୍ରମୁଖ ଦାବି ନେଇ ମାଷ୍ଟରକ୍ୟାଣ୍ଟିନ୍ରୁ ଗାନ୍ଧୀମାର୍ଗ ଜାମ୍ କରିଥିଲେ । ବିକ୍ଷୋଭ ସମାବେଶ ଚାଲିଥିବା ମଧ୍ୟରେ ସଂଯୁକ୍ତ ମୋର୍ଚ୍ଚାର ଆବାହକ ବିଜୟ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମହିଳା ଓ ଶିଶୁ ବିକାଶ ସଚିବ ତଥା କମିଶନର୍ଙ୍କୁ ସାକ୍ଷାତ କରି ଦାବିପତ୍ର ଉପସ୍ଥାପନ କରିଥିଲେ । ସମସ୍ତ ଦାବି ଖୁବ୍ ଶୀଘ୍ର ପୂରଣ ନ କଲେ ବିଧାନସଭାର ବଜେଟ୍ ଅଧିବେଶନ ସମୟରେ ସମଗ୍ର ରାଜ୍ୟର ଲକ୍ଷାଧିକ ଅଙ୍ଗନୱାଡ଼ି କର୍ମୀ, ମିନିକର୍ମୀ ଓ ସହାୟିକାମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିରହିବେ ଓ ଏଥିରୁ ଉତ୍ପନ୍ନ ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି ଅଙ୍ଗନୱାଡ଼ି କର୍ମଚାରୀ ୟୁନିୟନ୍ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି ।