ନଭେମ୍ବରରେ ୩୫,୧୪୪ ଇ-ଚାଲାଣ
ଭୁବନେଶ୍ୱର (ବୁ୍ୟରୋ): ୨୦୨୨ ନଭେମ୍ବରରୁ ରାଜ୍ୟ ପରିବହନ ପ୍ରାଧିକରଣ ସୁରକ୍ଷାକୁ ପ୍ରୋତ୍ସାହିତ କରିବା, ଦୁର୍ଘଟଣା ଏବଂ ମୃତୁ୍ୟହାରକୁ ହ୍ରାସ କରିବା ପାଇଁ ଦୁଇ ମାସର ସ୍ୱତନ୍ତ୍ର କାର୍ଯ୍ୟକାରୀ ଡ୍ରାଇଭ୍ ଆରମ୍ଭ କରିଛି । ନଭେମ୍ବର ମାସରେ, ଓଡିଶାରେ ମୋଟର ଯାନ ନିୟମକୁ ଖୋଲାଖୋଲି ଅବମାନନା କରୁଥିବା ଯାନ ବିରୋଧରେ ମୋଟ ୩୫୧୪୪ ଇ-ଚାଲାଣ ଜାରି କରାଯାଇଛି । ନିଲମ୍ବନ ପାଇଁ ମୋଟ ୫୮୬୮ ଏମ୍ଭି ଜବତ କରାଯାଇଛି ଏବଂ ଗୋଟିଏ ମାସ ମଧ୍ୟରେ ୧୨୭୫ ଗାଡି ଜବତ କରାଯାଇଛି । ହେଲମେଟ ଏବଂ ସିଟ୍ ବେଲ୍ଟ ବିନା ଡ୍ରାଇଭିଂ, ମଦ୍ୟପାନ କରି ଡ୍ରାଇଭିଂ, ଅତ୍ୟଧିକ ଦ୍ରୁତ ଗତିରେ ଗାଡି ଚଳାଇବା, ଗାଡି ଚଳାଇବା ସମୟରେ ମୋବାଇଲ୍ ବ୍ୟବହାର, ନାବାଳକଙ୍କ ଦ୍ୱାରା ଗାଡି ଚଲାଇବା, ରାସ୍ତାରେ ଗାଡି ଚାଲିବା ଯୋଗ୍ୟ କି ନାହିଁ ସେଥିପାଇଁ ଗାଡିର ଫିଟନେସ ଯାଞ୍ଚ, ଭୁଲ ପାଶ୍ୱର୍ ଡ୍ରାଇଭିଂ, ପଞ୍ଜୀକରଣ ଚିହ୍ନ ବିନା ଡ୍ରାଇଭିଂ ଏବଂ ବିପଦପୂର୍ଣ୍ଣ ପାର୍କିଂ ଉପରେ ଧ୍ୟାନ ଦିଆଯାଇଛି ।
ବିଭିନ୍ନ ଅପରାଧ ପାଇଁ ଜୋରିମାନା ଆଦାୟ କରାଯାଇଛି । ଅତ୍ୟଧିକ ବେଗରେ ଗାଡି ଚଲାଇବା ପାଇଁ ସମୁଦାୟ ୯୪୧୬ ଚାଲାଣ ଜାରି କରାଯାଇଛି । ହେଲମେଟ ବିନା ଦୁଇ ଚକିଆ ଯାନ ଚଳାଇବା ପାଇଁ ୧୫୬୬୧ ଚାଲାଣ ହୋଇଛି । କ୍ରମାଗତ ଏନଫୋର୍ସମେଣ୍ଟ ହେତୁ ଲୋକମାନେ ସହରାଞ୍ଚଳରେ ହେଲମେଟ ବ୍ୟବହାର କରୁଛନ୍ତି । କିନ୍ତୁ ଦୁର୍ଭାଗ୍ୟବଶତଃ ରାଜପଥରେ ହେଲମେଟ ପିନ୍ଧିବାଠାରୁ ଦୂରେଇ ରୁହନ୍ତି, ଯେଉଁଠାରେ କି ସୁରକ୍ଷା ଅଧିକ ଆବଶ୍ୟକ ଟ୍ରିପଲ୍ ରାଇଡିଂ ପାଇଁ ପ୍ରାୟ ୬୨୨ ଚାଲାଣ ଏବଂ ଭୁଲ୍ ପାଶ୍ୱର୍ ଚାଳନା ପାଇଁ ୨୨୫ ଚାଲାଣ ଜାରି ହୋଇଛି । ନାବାଳକ/ନାବାଳିକାଙ୍କ ଦ୍ୱାରା ଡ୍ରାଇଭିଂ ପାଇଁ ମୋଟ ୩୮ ଚାଲାଣ ଜାରି ହୋଇଛି ।