୧ଠ ବର୍ଷ ହେଲା ପଶୁ ସହାୟକ କେନ୍ଦ୍ରରେ ତାଲା

ଦାନଗଦି (ଆପ୍ର): ଦାନଗଦି ବ୍ଲକ୍ ରାଣୀପଡ଼ା ପଞ୍ଚାୟତରେ ଦୀର୍ଘ ୧୨ ବର୍ଷ ହେଲା ଉଦ୍ଘାଟନ ହୋଇ ତାଲା ପଡ଼ିଛି ପ୍ରାଣୀ ସହାୟକ କେନ୍ଦ୍ର । ସରକାରୀ ଅର୍ଥର ଦୂରୁପଯୋଗ କରାଯାଉଥିବା ପଞ୍ଚାୟତ ବାସୀ ଅଭିଯୋଗ କରୁଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ୨୦୧୦-୧୧ ବର୍ଷରେ ଏହାକୁ ଉଦ୍ଘାଟନ କରିଥିବା ବେଳେ ଏହି ପଞ୍ଚାୟତ ସମେତ ନିକଟସ୍ଥ କୋରେଇ ବ୍ଲକ୍ର କିଛି ପଞ୍ଚାୟତ ବାସିନ୍ଦା ତଥା ପଶୁପାଳକମାନେ ମଧ୍ୟ ଉଦ୍ଘାଟନକୁ ନେଇ ଖୁସିବ୍ୟକ୍ତ କରିଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ଦୀର୍ଘ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ପଶୁ ସହାୟକ କେନ୍ଦ୍ରଟି କୌଣସି ଲକ୍ଷ୍ୟ ସାଧନା କରିପାରିଲା ନାହିଁ ।
ସଞ୍ଜ ନଇଁଲେ ଏହି ଗୃହ ବାରଣ୍ଡାରେ ଅସାମାଜିକଙ୍କର ଭିଡ଼ ଜମୁଛି । ଗୃହ ପଛପଟେ ମଦ ବୋତଲ, ଗୁଟଖା ଜରି, ଗ୍ଲାସ୍, ପଲିଥିନ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି । ଗୃହ ଭିତରେ ଚେୟାର ପଡିଛି, ସବୁ ବ୍ୟବସ୍ଥା ମଧ୍ୟ ହୋଇଛି; ହେଲେ ଫଳ ଶୂନ । କେତେ ସରପଞ୍ଚ ଗଲେଣି ଆଉ ଆସିଲେଣି; ହେଲେ କାହାର ଏଥିପ୍ରତି ଦୃଷ୍ଟି ପଡ଼ୁନାହିଁ । ଗୋରୁଙ୍କର କିଛି ଅସୁବିଧା ହେଲେ ପାଖରେ ଥିବା ଡାକ୍ତରକୁ ଫୋନ କଲେ ଆସନ୍ତି ଏବଂ ଯାହା ବି ଔଷଧ ଇଞ୍ଜେକ୍ସନ ଦିଅନ୍ତି ଟଙ୍କା ନିଅନ୍ତି । ବାସ୍ତବରେ ସରକାରଙ୍କ ଯୋଜନା ଗୁଡିକ ଖାଲି ଫଳକମରା ଉଦ୍ଘାଟନରେ ରହୁଛି ସିନା ସାଧାରଣଲୋକଙ୍କ କାମରେ ଲାଗି ପାରୁନି ବୋଲି ପଞ୍ଚାୟତବାସୀ ଦୃଢ଼ ଅଭିଯୋଗ କରିଛନ୍ତି ।
ଆଉ କିଛି ପଞ୍ଚାୟତ ରେ ଅନୁରୂପ ଭାବେ ପଶୁ ସହାୟକ କେନ୍ଦ୍ର ଉଦଘାଟନ ପରେ ପରିତ୍ୟକ୍ତ ଅବସ୍ଥାରେ ପଡିଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ୍ୟ ଡାକ୍ତର ନାହାନ୍ତି କି ସପ୍ତାହରେ ଥରେ ପାଖରେ ଥିବା ପଶୁ ଡାକ୍ତରଖାନା ରୁ କେହି ଜଣେ ଆସି ଗାଈ ଗୋରୁଙ୍କୁ ସେବା ଯୋଗାଇ ଦେଉନାହାନ୍ତି । ବ୍ଲକ ପଶୁ ଚିକିତ୍ସା ଅଧିକାରୀ କୁହନ୍ତି ଆମର କର୍ମଚାରୀ କମ୍ ଥିବା ବେଳେ ୨୩ ପଞ୍ଚାୟତରେ କିପରି କାମ ହେବ ବୋଲି ଓଲଟା ପ୍ରଶ୍ନ କରିଛନ୍ତି । ଧୀରେନ୍ଦ୍ର ଦାସ, କୈଳାଶ ଚନ୍ଦ୍ର ସାମଲ, କୃଷ୍ଣଚନ୍ଦ୍ର ଦାସଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅନ୍ୟମାନେ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *