ଇଣ୍ଡିଆ-ଏ’ର ଶୃଙ୍ଖଳା ବିଜୟ

ଦ୍ୱିତୀୟ ଅନ୍ଅଫିସିଆଲ୍ ଟେଷ୍ଟରେ ବାଂଲାଦେଶ-ଏ’ର ଇନିଂସ୍ ପରାଜୟ
ସିଲହଟ, ୯ା୧୨ (ଏଜେନ୍ସି): ବାମହାତି ସ୍ପିନର୍ ସୌରଭ କୁମାରଙ୍କ ପ୍ରଭାବଶାଳୀ ବୋଲିଂ ବଳରେ ଇଣ୍ଡିଆ-ଏ ଶୁକ୍ରବାର ଦ୍ୱିତୀୟ ତଥା ଶେଷ ଅନ୍ଅଫସିଆଲ୍ ଟେଷ୍ଟରେ ବାଂଲାଦେଶ-ଏ’କୁ ଇନିଂସ୍ ଓ ୧୨୩ ରନ୍ରେ ପରାସ୍ତ କରିଛି । ଏଥିସହିତ ଭ୍ରମଣକାରୀ ଟିମ୍ ଦୁଇ ମ୍ୟାଚ୍ର ଟେଷ୍ଟ ଶୃଙ୍ଖଳା ଜିତିଛି । ଏହା ପୂର୍ବରୁ ପ୍ରଥମ ଟେଷ୍ଟ ଡ୍ର’ ରହିଥିଲା ।
ଡିସେମ୍ବର ୧୪ରୁ ବାଂଲାଦେଶ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ଶୃଙ୍ଖଳା ପାଇଁ ଏହି ପ୍ରଦର୍ଶନ ସୌରଭଙ୍କ ଭାରତୀୟ ଟିମ୍ରେ ସ୍ଥାନ ପାଇବା ଦାବିଦାରୀକୁ ମଜଭୁତ କରିପାରିଛି ।
ଇଣ୍ଡିଆ-ଏ ଟିମ୍ ପ୍ରଥମ ଇନିଂସ୍ ଆଧାରରେ ୩୧୦ ରନ୍ରେ ଅଗ୍ରଣୀ ଥିଲା । ଜବାବରେ ବାଂଲାଦେଶ-ଏ ଦ୍ୱିତୀୟ ଇନିଂସ୍ରେ ୭୯.୫ ଓଭର୍ ଖେଳି ୧୮୭ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ଟିମ୍ ପକ୍ଷରୁ ଶଦମାନ୍ ଇସ୍ଲାମ୍ ଅପରାଜିତ ୯୩ ରନ୍ର ଇନିଂସ୍ ଖେଳିଥିଲେ । ଶଦମାନ୍ ଚତୁର୍ଥ ୱିକେଟ୍ ପାଇଁ ଶହାଦତ ହୋସେନ୍ (୨୯)ଙ୍କ ସହ ୫୪ ରନ୍ର ଭାଗୀଦାରୀ କରିଥିଲେ ।
ଇଣ୍ଡିଆ-ଏ ଅଧିନାୟକ ଅଭିମନୁ୍ୟ ଈଶ୍ୱରନ୍ଙ୍କ ୧୫୭ ରନ୍ ବଳରେ ପ୍ରଥମ ଇନିଂସ୍ରେ ୫୬୨/୯ ରନ୍ର ବଡ଼ ସ୍କୋର୍ ଛିଡ଼ା କରିଥିଲା । କିନ୍ତୁ ବାଂଲାଦେଶର ଇନିଂସ୍ ୨୫୨ ରନ୍ରେ ସୀମିତ ରହିଥିଲା ।
ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସ୍ରେ ୫ ୱିକେଟ୍ ନେଇଥିବା ସୌରଭ ୭୪ ରନ୍ ଦେଇ ୬ ୱିକେଟ୍ ନେଇଥିଲା । ଶୃଙ୍ଖଳା ବିଜୟରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଥିଲା । ଉତ୍ତର ପ୍ରଦେଶର ଏହି ସ୍ପିନର୍ ଶୃଙ୍ଖଳାରେ ସର୍ବାଧିକ ୧୫ ୱିକେଟ୍ ହାସଲ କରିଛନ୍ତି ।
ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସ୍ରେ ଉମେଶ ଯାଦବ ଓ ନବଦୀପ ସାଇନୀ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *