ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର

୪୦ ଆସନରେ ଜିତ୍
ହାରିଲେ ବିଜେପିର ୮ ମନ୍ତ୍ରୀ
ଶିମଳା, ୮ା୧୨: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ପୁଣିଥରେ ରାଜ୍ୟବାସୀ ପରମ୍ପରା ବଜାୟ ରଖି ଶାସନରେ ପରିବର୍ତ୍ତନ ଆଣିଛନ୍ତି । ରାଜ୍ୟର ୬୮ ଆସନରୁ କଂଗ୍ରେସକୁ ୪୦ ମିଳିଥିବା ବେଳେ ବିଜେପି ୨୫ରେ ସୀମିତ ରହିଛି । ୩ ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । ପଡ଼ୋଶୀ ରାଜ୍ୟ ପଞ୍ଜାବରେ ଆମ୍ ଆଦ୍ମୀ ପାର୍ଟି ସରକାର ଥିଲେ ହେଁ ହିମାଚଳରେ ଦଳ ଏଥର ଖାତା ଖୋଲିପାରି ନାହିଁ ।
ଗୁରୁବାର ନିର୍ବାଚନ ଫଳ ଘୋଷଣା ପରେ ପରାଜୟ ସ୍ୱୀକାର କରି ଜୟରାମ ଠାକୁର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ବିଧାୟକ ଦଳର ନେତା କିଏ ହେବେ ସ୍ପଷ୍ଟ ହୋଇନାହିଁ । ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପତ୍ନୀ ତଥା ପ୍ରଦେଶ କଂଗ୍ରେସ୍ ଅଧ୍ୟକ୍ଷା ପ୍ରତିଭା ସିଂହ ରେସ୍ରେ ସବା ଆଗରେ ଅଛନ୍ତି । ସରକାର ଗଠନ ପାଇଁ ଶୁକ୍ରବାର ଚଣ୍ଡୀଗଡ଼ରେ କଂ୍େରଗସ୍ ବିଧାୟକ ଦଳର ବୈଠକ ଡକାଯାଇଛି । ଏଥିରେ ହିମାଚଳ ପ୍ରଭାରୀ ରାଜୀବ ଶୁକ୍ଳା ଓ ଚତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଉପସ୍ଥିତ ରହିବେ ।
୨୦୧୭ ତୁଳନାରେ ଏଥର ବିଜେପି ୧୯ ଆସନ ହରାଇଛି । ବିଜେପିର ୧୦ ମନ୍ତ୍ରୀଙ୍କ ଭିତରୁ ୮ ମନ୍ତ୍ରୀ ଏହି ନିର୍ବାଚନରେ ହାରି ଯାଇଛନ୍ତି । ପ୍ରତ୍ୟେକ ଥର ଏହି ପାର୍ବତ୍ୟ ରାଜ୍ୟର ୪୫ରୁ ୭୫ ପ୍ରତିଶତ ମନ୍ତ୍ରୀ ହାରିବାର ରେକର୍ଡ ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *