ପୁନରୁଦ୍ଧାର ଆରମ୍ଭ

ନୂଆ ରୂପରେ ଝଲସିବ ଐତିହ୍ୟ ମୂଷାନଈ
ପୁରୀ (ବୁ୍ୟରୋ): ଖୁବ୍ଶୀଘ୍ର ନୂଆ ରୂପରେ ଝଲସିବ ଐତିହ୍ୟ ଅଠରନଳା ଓ ମୂଷାନଈ । ସେଥିଲାଗି ପ୍ରସ୍ତୁତି ଜୋର୍ଦାର ଆରମ୍ଭ ହୋଇଛି । ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି । ଏପରିକି ଏହି ନଈର ପୁନରୁଦ୍ଧାର ଲାଗି ବହୁ ବର୍ଷ ପୂର୍ବେ ଶିଳାନ୍ୟାସ ହୋଇଥିବାବେଳେ ଆଜିପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇ ନ ଥିଲା । ଯାହାକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା । ଏବେ କାର୍ଯ୍ୟ ଆରମ୍ଭ ହୋଇଛି ।
ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ଜେସିବି ସହୟତାରେ ନଈରେ ଥିବା ଦଳ ଓ ଅନାବନା ଗଛକୁ ସଫା କରାଯାଉଛି । ପରେ ମୂଷାନଈର କିଛି ଜମିକୁ ଜବରଦଖଲ ମୁକ୍ତ କରାଯାଇ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହେବ । ବିଶେଷ ଭାବେ କୁମ୍ଭାରପଡ଼ା ଥାନା ପଛପାଶ୍ୱର୍ରୁ ଆରମ୍ଭ କରି ଅଠରନଳା, ହୁଳୁହୁଳିଆ ପୋଲ, ଆଳିକିଆ, ସମଙ୍ଗ, ରେଣ୍ଢୁଅ ଆଦି ଦେଇ କାଞ୍ଚô ନଦୀ ପର୍ଯ୍ୟନ୍ତ ସଫେଇ କରାଯାଇ ସୌନ୍ଦର୍ଯ୍ୟକରଣ କରାଯିବ । ତତ୍ସହିତ ଏଠାରେ ବୋଟିଂର ମଜା ନେବେ ପର୍ଯ୍ୟଟକ । ଶ୍ରୀକ୍ଷେତ୍ରରେ ବିଭିନ୍ନ ଉନ୍ନତୀମୂଳକ କାର୍ଯ୍ୟ ଜାରି ରହିଥିବା ବେଳେ ମୂଷାନଈର ପୁନରୁଦ୍ଧାର ଅନ୍ୟତମ । ଏହି ପ୍ରକଳ୍ପ ଲାଗି ଦ୍ୱିତୀୟ ପର୍ଯ୍ୟାୟରେ ୮୦କୋଟି ଟଙ୍କା ବ୍ୟୟବରାଦ୍ ହୋଇଥିବା ବେଳେ ୩୬ ମାସ ମଧ୍ୟରେ କାର୍ଯ୍ୟ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *