ମଶା ଦୌରାତ୍ମ୍ୟରେ ସହରବାସୀ ଅତିଷ୍ଠ

କଟକ(ବୁ୍ୟରୋ): କଟକ ସହରରେ ମଶାର ପ୍ରାଦ୍ରୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି । ଏପରିକି ସହରବାସୀଙ୍କ ନିଦ ହଜାଇ ଦେଲେଣି ମଶା । ଏହାକୁ ରୋକିବାକୁ କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ସ୍ଥାନୀୟ ବିଜୁ ଭବନରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିଏମସି ମେୟର ସୁବାସ ସିଂ ଅଧ୍ୟକ୍ଷତା କରିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ମଶାମରା ଅଭିଯାନକୁ ଅଧିକ ସକ୍ରିୟ କରିବା ପାଇଁ ସିଏମସି ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ । କି କି ପଦକ୍ଷେପ ଗ୍ରହଣ କରାଯାଇଛି ସେ ସଂପର୍କରେ ଆଲୋଚନା କରାଯାଇ ସାନିଟାରୀ ଇନ୍ସପେକ୍ଟର(ଏସଆଇ) ମାନଙ୍କୁ ଦୈନନ୍ଦିନ କାର୍ଯ୍ୟ ବିବରଣୀର ରିପୋର୍ଟ ଦାଖଲ କରିବାକୁ କମିଶନର ନିଖିଲ ପୱନ କଲ୍ୟାଣ ନିଦେ୍ର୍ଦଶ ଦେଇଛନ୍ତି ।
ବିଶେଷକରି ପ୍ରତିଦିନ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ସହ ନର୍ଦ୍ଦମାରେ ଭାସମାନ ପଦାର୍ଥ ସଂପର୍କିତ ତଥ୍ୟ, ବୁଦା ସଫେଇର ଷ୍ଟାଟସ୍, ମଶା ଲାର୍ଭା ମାରିବା ତେଲର ବ୍ୟବହାର, ସହରରେ ଥିବା କଲଭର୍ଟ ତଳର ସଫେଇ ବିବରଣୀ, ଜାଇକା ମ୍ୟାନ ହୋଲର ସ୍ଥିତି ସହ ଦୈନିକ ମଶାଧୂଆଁ ଛାଡିବାର ବିବରଣୀ ଆଦି ଉକ୍ତ ରିପୋର୍ଟରେ ଦର୍ଶାଇବାକୁ ସେମାନଙ୍କୁ ତାଗିଦ୍ କରାଯାଇଛି । ପ୍ରତି ୱାର୍ଡରେ ମଶାମରା ଅଭିଯାନରେଁ କର୍ପୋରେଟରମାନଙ୍କୁ ସାମିଲ କରିବାକୁ ଉକ୍ତ ବୈଠକରେ ନିଷ୍ପତି ନିଆଯାଇଛି । ସେମାନଙ୍କ ପରାମର୍ଶରେ କାର୍ଯ୍ୟ କରାଯିବ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ଡା. ସତ୍ୟବ୍ରତ ମହାପାତ୍ର କରିଛନ୍ତି । ବର୍ତ୍ତମାନ ପ୍ରତ୍ୟେକ ୱାର୍ଡରେ ୪ଟି ଲେଖାଏଁ ମେସିନ ମଶାଧୂଆଁ ଛାଡୁଥିଲା ବେଳେ ସମସ୍ତ ୱାର୍ଡ ପାଇଁ ଗୋଟିଏ ବଡ ମଶାମରା ଧୂଆଁ ମେସିନ କାମ କରୁଛି ବୋଲି ସେ କହିଛନ୍ତି । ମଶାମରା ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଆହୁରି ୧୫ଟି ଛୋଟ ମଶାଧୂଆଁ ଛଡା ମେସିନ୍ କ୍ରୟ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି । ଅନୁଷ୍ଠିତ ବୈଠକରେ ମେୟର ଶ୍ରୀ ସିଂଙ୍କ ସମେତ କମିଶନର ଶ୍ରୀ କଲ୍ୟାଣ, ଡେପୁଟି କମିଶନର ସଂଜିବୀତା ରାୟ, ସ୍ୱାସ୍ଥ୍ୟ ଅଧିକାରୀ ଡା. ମହାପାତ୍ର, ସିଟି ଇଂଜିନିୟର ଅତନୁ କୁମାର ସାମନ୍ତ, ନିର୍ବାହୀ ଯନ୍ତ୍ରୀ ଦିବ୍ୟରଂଜନ ତ୍ରିପାଠୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *