ଭୂମିହୀନଙ୍କୁ ଶୀଘ୍ର ମିଳିବ ଜମି ପ୍ରମାଣପତ୍ର

ଜାଗା ମିଶନ ଯୋଜନା ତ୍ୱରାନ୍ୱିତ
କଟକ (ବୁ୍ୟରୋ): ଜାଗା ମିଶନ ଯୋଜନାରେ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଯୋଗାଇ ଦେବାକୁ ହେବାକୁ ଥିବା ଘର ଘର ସର୍ଭେ ପାଇଁ ସଂପୃକ୍ତ ଗଣନାକାରୀଙ୍କ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଜୁ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୋଟ ୫୧ ଜଣ ଗଣନାକାରୀ ଯୋଗ ଦେଇଥିଲେ । ଆଗାମୀ ଦିନରେ କିଭଳି ସହଜରେ ସର୍ଭେ କାର୍ଯ୍ୟ ସମାପନ କରାଯାଇପାରିବ ସେ ସଂପର୍କରେ ଆଲୋଚନା କରାଯାଇଥିଲା । ପୂର୍ବରୁ ଡ୍ରୋନ୍ ମାଧ୍ୟମରେ ଏରିଏଲ ସର୍ଭେ କାର୍ଯ୍ୟ କରାଯାଇ ପ୍ରସ୍ତୁତ ମ୍ୟାପ୍ ଆଧାରରେ ଏକ ଆପ୍ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ କି ସର୍ଭେ କାର୍ଯ୍ୟକୁ ଅଧିକ ସରଳ କରାଯାଇପାରିବ ଏବଂ ଗଣନାକାରୀମାନେ ମ୍ୟାପ୍ ସାହାଯ୍ୟରେ ତଥ୍ୟ ହାସଲ କରି ସଫଳତାର ସହ କାର୍ଯ୍ୟ ସଂପାଦନ କରିପାରିବେ । ଯାହା ଫଳରେ ୨୬୩ ବସ୍ତିରେ ଥିବା ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ସହଜରେ ଯୋଗାଇ ଦିଆଯାଇପାରିବ । ଟାଟା ଷ୍ଟିଲ୍ ଫାଉଣ୍ଡେସନ ଓ ସ୍ପାର୍କ ନାମକ ସଂସ୍ଥା ପକ୍ଷରୁ ଏହି ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
ବସ୍ତିବାସୀଙ୍କୁ ଭୂମି ଅଧିକାର ଯୋଗାଇ ଦେବା ପାଇଁ ରାଜ୍ୟର ୫ଟି ମହାନଗର ନିଗମରେ ପ୍ରାଥମିକ ପର୍ଯ୍ୟାୟରେ ଡ୍ରୋନ୍ ସର୍ଭେ ଆରମ୍ଭ କରାଯାଇଥିଲା । ଜାଗା ମିଶନ ଜରିଆରେ ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ଦିଆଯିବ । ବିଶେଷକରି ବସ୍ତିଗୁଡିକରେ ମୈାଳିମ ଭିତ୍ତିଭୂମିର ବିକାଶ ଓ ସେବା ଯୋଗାଣକୁ ଉନ୍ନତମାନର କରାଯିବ । ରାସ୍ତା, ରାସ୍ତାକଡ ଆଲୋକ ବ୍ୟବସ୍ଥାରୁ ଆରମ୍ଭ କରି କମୁ୍ୟନିଟି ହଲ ପରି ମୋଟ ୯ଟି ମୈାଳିକ ତଥା ସହରୀ ସୁବିଧା ଯୋଗାଇ ଦିଆଯିବ । ବିଶେଷକରି ଭୂମିହୀନ ଗରିବଙ୍କୁ ମାଗଣାରେ ୩୦ ବର୍ଗମିଟରରୁ ୪୫ ବର୍ଗମିଟର ଜମି ଯୋଗାଇ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଅନୁଷ୍ଠିତ ବୈଠକରେ ସିଏମସି ମେୟର ସୁବାସ ସିଂ, ଡେପୁଟି ମେୟର ଶ୍ୱେତପଦ୍ମା ଡି. ଶତପଥୀଙ୍କ ସମେତ ଟେକ୍ନିକାଲ ଟିମ୍ର ସଦସ୍ୟମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *