ଶ୍ରୀଲଙ୍କା, ନୁ୍ୟଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଶୃଙ୍ଖଳା ଆୟୋଜନ କରିବ ଭାରତ

୨୦୨୨-୨୩ ଘରୋଇ ସିଜନ୍
ମୁମ୍ବାଇ, ୮ା୧୨ (ଏଜେନ୍ସି): ଟିମ୍ ଇଣ୍ଡିଆ ଆସନ୍ତା ବର୍ଷ ଶ୍ରୀଲଙ୍କା, ନୁ୍ୟଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳା ଆୟୋଜନ କରିବ । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଗୁରୁବାର ଏହି ତିନି ଟିମ୍ ବିପକ୍ଷ ଘରୋଇ ଶୃଙ୍ଖଳା (ସବୁ ଫର୍ମାଟ୍ର) ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି ।
ଘରୋଇ ସିଜନ୍ରେ ୬ ଟି-୨୦ ଆନ୍ତର୍ଜାତିକ, ୯ ଦିନିକିଆ ଆନ୍ତର୍ଜାତିକ ଓ ୪ ଟେଷ୍ଟ ମ୍ୟାଚ୍ ଆୟୋଜନ କରାଯିବ ଏବଂ ଏହା ଜାନୁଆରୀରେ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ର ଟି-୨୦ ଶୃଙ୍ଖଳାରୁ ଆରମ୍ଭ ହେବ । ବିସିସିଆଇ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ଏହି ମ୍ୟାଚ୍ଗୁଡ଼ିକ ଜାନୁଆରୀ ୩, ୫ ଓ ୭ରେ ଯଥାକ୍ରମେ ମୁମ୍ବାଇ, ପୁନେ ଓ ରାଜକୋଟ୍ ଠାରେ ଖେଳାଯିବ । ଏହାପରେ ଭାରତ ଓ ଶ୍ରୀଲଙ୍କା ଜାନୁଆରୀ ୧୦, ୧୨ ଓ ୧୫ରେ ଗୌହାଟୀ, କୋଲକାତା ଓ ତିରୁଭନନ୍ତପୁରମ୍ ଠାରେ ତିନି ଦିନିକିଆ ମ୍ୟାଚ୍ ଖେଳିବେ ।
ଟିମ୍ ଇଣ୍ଡିଆ ଏହାପରେ ନୁ୍ୟଜିଲାଣ୍ଡ ବିପକ୍ଷରେ ଜାନୁଆରୀ ୧୮, ୨୧ ଓ ୨୪ରେ ହାଇଦରାବାଦ, ରାୟପୁର ଓ ଇନେ୍ଦାର ଠାରେ ତିନି ମ୍ୟାଚ୍ର ଦିନିକିଆ ଶୃଙ୍ଖଳା ଖେଳିବ । ଭାରତ କିୱି ଟିମ୍ ବିପକ୍ଷରେ ତିନି ମ୍ୟାଚ୍ର ଟି-୨୦ ଶୃଙ୍ଖଳା ବି ଖେଳିବ । ଏହି ମ୍ୟାଚ୍ଗୁଡ଼ିକ ଜାନୁଆରୀ ୨୭, ୨୯ ଓ ଫେବ୍ରୁଆରୀ ୧ରେ ରାଞ୍ଚି, ଲକ୍ଷ୍ନୌ ଓ ଅହମଦାବାଦ ଠାରେ ଆୟୋଜିତ ହେବ ।
ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆର ଭାରତ ଗସ୍ତ ଫେବ୍ରୁଆରୀ ୯ରୁ ନାଗପୁର ଠାରେ ଆରମ୍ଭ ହେବ । ଟିମ୍ ଇଣ୍ଡିଆ ଏହାପରେ ପରବର୍ତ୍ତୀ ତିନି ଟେଷ୍ଟ ମ୍ୟାଚ୍ ଦିଲ୍ଲୀ (ଫେବ୍ରୁଆରୀ ୧୭ରୁ), ଧର୍ମଶାଳା (ମାର୍ଚ୍ଚ ୧ରୁ) ଏବଂ ଅହମଦାବାଦ (ମାର୍ଚ୍ଚ ୯ରୁ) ଠାରେ ଖେଳିବ । ବର୍ଡର-ଗାଭାସ୍କର ଟ୍ରଫିର ଏହା ଶେଷ ସଂସ୍କରଣ ହେବ, ଯାହାକି ଚାରି ମ୍ୟାଚ୍ର ଟେଷ୍ଟ ଶୃଙ୍ଖଳା ହେବ । ଏହା ପରଠାରୁ ଦୁଇ ଟିମ୍ ମଧ୍ୟରେ ପାଞ୍ଚ ମ୍ୟାଚ୍ର ଟେଷ୍ଟ ଶୃଙ୍ଖଳା ଖେଳାଯିବ ।
ଘରୋଇ ସିଜନ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ର ଦିନିକିଆ ଶୃଙ୍ଖଳା ସହ ଶେଷ ହେବ । ଏହି ତିନି ମ୍ୟାଚ୍ ମୁମ୍ବାଇ (ମାର୍ଚ୍ଚ ୧୭), ଭାଇଜାଗ୍ (ମାର୍ଚ୍ଚ ୧୯) ଓ ଚେନ୍ନାଇ (ମାର୍ଚ୍ଚ ୨୨) ଠାରେ ଖେଳାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *