୧୨ଠଠ ଛାତ୍ରଛାତ୍ରୀଙ୍କୁ ବିଷ ଦେଇଥିବା ଅଭିଯୋଗ

ଇରାନ୍ ସରକାରଙ୍କ ସାଂଘାତିକ ଷଡ୍ୟନ୍ତ୍ର!
ତେହରାନ୍ (ଏଜେନ୍ସି): ଇରାନ୍ରେ ସମ୍ପ୍ରତି ହିଜାବ ବିରୋଧୀ ଆନେ୍ଦାଳନ ତୀବ୍ରତର ହେଉଥିବା ବେଳେ ସରକାର ଏହାକୁ ଯେନତେନ ପ୍ରକାରେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି । ରାଜରାସ୍ତାକୁ ଚାଲିଆସି ପ୍ରଦର୍ଶନ କରୁଥିବା ନାଗରିକଙ୍କୁ ଗୁୂଳି କରି ହତ୍ୟା କରାଯାଉଛି । ଏସବୁ ମଧ୍ୟରେ ଇରାନ୍ ସରକାରଙ୍କ ଆଉ ଏକ ହୀନ ଉଦ୍ୟମ ସମ୍ପର୍କରେ ଜଣାପଡିଛି । ଇରାନ୍ ସରକାର ବିକ୍ଷୋଭ ପ୍ରଦର୍ଶନ କରୁଥିବା କଲେଜ୍, ବିଶ୍ୱ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଖାଦ୍ୟରେ ବିଷ ଦେଇ ମାରିଦେବାକୁ ହୀନ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି ।
ପ୍ରାପ୍ତ ସୂଚନାନୁସାରେ ଇରାନ୍ ବିଶ୍ୱବିଦ୍ୟାଳୟରେ ଥିବା ହଷ୍ଟେଲ୍ରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଖାଦ୍ୟରେ ବିଷ ମିଶାଯାଇଥିବା ନେଇ ଅଭିଯୋଗ ହୋଇଛି । ବିଶ୍ୱ ବିଦ୍ୟାଳୟର ପ୍ରାୟ ୧୨ଠଠ ଛାତ୍ରଛାତ୍ରୀ ଗୁରୁତର ଅସୁସ୍ଥ ହୋଇପଡି ଏବେ ଚିକିତ୍ସାଧୀନ ରହିଛନ୍ତି । ସବୁଠୁ ବଡ଼ କଥା ହେଉଛି ଏହି ଛାତ୍ରଛାତ୍ରୀମାନେ ଇରାନ୍ ସରକାରଙ୍କ ବିରୋଧରେ ଦୀର୍ଘଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି । ସୁତରାଂ ଇରାନ୍ ସରକାର ଏମାନଙ୍କୁ ଚୁପ୍ କରାଇବା ଉଦେ୍ଦଶ୍ୟରେ ଏପ୍ରକାର ହୀନ ପ୍ରୟାସ କରିଥିବା ଅଭିଯୋଗ ହୋଇଛି । ହିଜାବ ବିରୋଧରେ ଏକ ବଡ଼ଧରଣର ପ୍ରଦର୍ଶନ ପାଇଁ ଏହି ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ହେଉଥିବା ବେଳେ ଏପ୍ରକାର ଅଘଟଣ ଘଟିଥିବାରୁ ସବୁତକ ସନେ୍ଦହ ଇରାନ୍ ସରକାରଙ୍କ ଉପରେ ଦୃଢ଼ୀଭୂତ ହେବାରେ ଲାଗିଛି । ଏହାର ଠିକ କିଛି ଦିନ ପୂର୍ବେ ତେହେରାନର ଅଲ-ଜାହରା ବିଶ୍ୱବିଦ୍ୟାଳୟ ଓ ଇସଫହାନ ଇନଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜିର ଛାତ୍ରଛାତ୍ରୀମାନେ ବି ଅସୁସ୍ଥ ହୋଇପଡିଥିଲେ । ଅନ୍ୟପକ୍ଷେ ଇରାନ୍ର ଛାତ୍ର ସଂଗଠନଗୁଡ଼ିକ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଅଧିକାଂଶ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ହଷ୍ଟେଲରେ ଖାଦ୍ୟ ଖାଇବା ବନ୍ଦ କରିଦେଇଛନ୍ତି । ତେବେ ଦୂଷିତ ପାଣି ପିଇବା ଯୋଗୁୂ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିବା ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି ।
ପ୍ରକାଶ, ହିଜାବ ବିରୋଧୀ ଆନେ୍ଦାଳନ ତୀବ୍ରତର ହେବା ପରେ ଇରାନ୍ ସରକାର ବାଧ୍ୟହୋଇ ନିଜର ମୋରାଲିଟି (ନୈତିକତା) ପୁଲିସ୍ ବ୍ୟବସ୍ଥାକୁ ମଧ୍ୟ ହଟାଇନେଇଛନ୍ତି । ଏହି ପୁଲିସ୍ ବ୍ୟବସ୍ଥା ହିଁ ଆନେ୍ଦାଳନକାରୀଙ୍କ ଉପରେ ଅକଥନୀୟ ନିର୍ଯାତନା ଦେଇଆସୁଥିବା ଅଭିଯୋଗ ହେଉଥିଲା । ଇରାନ୍ରେ ଏପ୍ରକାର ଘଟଣାକୁ ନେଇ ଏବେ ବିଶ୍ୱସ୍ତରରେ ନିନ୍ଦା କରାଯାଉଛି । ଉଲ୍ଲେଖଯୋଗ୍ୟ, ଇରାନ୍ରେ ୨୨ ବର୍ଷୀୟ ମହସା ଅମୀନିଙ୍କୁ ହିଜାବ ଠିକ୍ ସେ ନ ପିନ୍ଧିବା ଅଭିଯୋଗରେ ମୋରାଲିଟି ପୁଲିସ୍ କଷ୍ଟଡିରେ ହତ୍ୟା କରାଯିବା ଘଟଣା ସମ୍ପ୍ରସାରିତ ହେବା ପରେ ପରେ ହିଜାବ ପିନ୍ଧିବାକୁ ବିରୋଧ କରି ଇରାନ୍ର ମହିଳା ଏବଂ ଛାତ୍ରଛାତ୍ରୀ ଏବେ ରାଜରାସ୍ତାରେ ପ୍ରଦର୍ଶନ କରୁଛନ୍ତି । ଏସବୁ ମଧ୍ୟରେ ଚଳିତ ବର୍ଷ ଇରାନ୍ରେ ୫ଠ୪ ଜଣଙ୍କୁ ମୃତୁ୍ୟଦଣ୍ଡ ଦିଆଯାଇଥିବା ନେଇ ମାନବାଧିକାର ରିପୋର୍ଟ ଦର୍ଶାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ହିଜାବ ବିରୋଧରେ ବିକ୍ଷୋଭରେ ସାମିଲ ଥିବା ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *