ରୋଗୀଙ୍କୁ ଦିଆଯାଉଛି ନିମ୍ନମାନର ଖାଦ୍ୟ
ପୁଣି ବିବାଦରେ ଫସିବ ପିଆର୍ଏମ୍ ହସ୍ପିଟାଲ୍
ବାରିପଦା (ଆପ୍ର): ଉନ୍ନତ ରୋଗୀ ସେବା ଲକ୍ଷ ନେଇ ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଲା ପିଆରଏମ୍ ମେଡ଼ିକାଲ ଆଣ୍ଡ କଲେଜ । ମାତ୍ର ବିବାଦ ପିଛା ଛାଡ଼ୁନି ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ୍ର । କେତେବେଳେ ଚିକିତ୍ସାରେ ଅବହେଳା ତ ଆଉ କେତେବେଳେ ରୋଗୀ ମୃତ୍ୟୁକୁ ନେଇ ବିବାଦ ଘେରରେ ରହି ଆସିଛି ପଆରଏମ୍ ହସ୍ପିଟାଲ୍ । ଏବେ ପୁଣି ରୋଗୀକୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏଥି ସହିତ ସଠିକ୍ ସମୟରେ ଖାଦ୍ୟ ଦିଆଯାଉ ନ ଥିବା ବେଳେ ଖାଦ୍ୟ ତାଲିକା ପରିବର୍ତ୍ତେ ନିମ୍ନମାନର ଖାଦ୍ୟ ପରସା ଯାଉଥିବା ନେଇ ଉତ୍ତେଜିତ ହୋଇଛନ୍ତି ରୋଗୀଙ୍କ ସମ୍ପର୍କୀୟ ।
ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲ୍ ୨୦୧୭ ମସିହାରେ ବହୁ ବାଦ ବିବାଦ ପରେ ବାରିପଦାଠାରେ ଲୋକାର୍ପିତ ହୋଇଥିଲା । ଜିଲ୍ଲାବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ନଆ ଆଶା ସଞ୍ଚାର ହୋଇଥିଲା । ଉନ୍ନତ ମାନର ଚିକିତ୍ସା ସେବା ମିଳିବ ବୋଲି ଜିଲ୍ଲାବସୀ ଆଶା ବାନ୍ଧିଲେ । ମାତ୍ର ଡ଼ାକ୍ତରଖାନାରେ ଚିକିତ୍ସାରେ ଅବହେଳା ନେଇ ଅଭିଯୋଗ ହୋଇ ଆସୁଥିବା ବେଳେ ଏବେ ପୁଣି ଆସିଛି ସାଂଘାତିକ ଅଭିଯୋଗ । ରୋଗୀଙ୍କୁ ଦିଆଯାଉଛି ନିମ୍ନମାନର ଖାଦ୍ୟ । ସମୟ ମୁତାବକ ଦିଆଯାଉନି ଖାଦ୍ୟ । ସକାଳ ୮ ଟାରେ ଜଳଖିଆ ଦେବାକୁ ଥିବା ବେଳେ ଜଳଖିଆ ୧୦ଟା ୩୦ମିନିଟ୍ ପରେ ଦିଆଯାଉଥିବା ନେଇ ରୋଗୀଙ୍କ ସମ୍ପର୍କୀୟ ବିକାଶ ରଞ୍ଜନ ମାହାଲିକ୍, ରମେଶ ଚନ୍ଦ୍ର ଧୀର, ରାଜା ମଣ୍ଡଳ ପ୍ରମୁଖ ଅଭିଯୋଗ କରିଛନ୍ତି । ମେଡ଼ିକାଲରେ ରୋଗୀଙ୍କୁ ଖାଦ୍ୟ ଦେବାକୁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ତାଲିକା । କେଉଁ ଦିନ କେଉଁ ଖାଦ୍ୟ ଦିଆଯିବ ତାହା ଉଲ୍ଲେଖ ରହିଛି । ମାତ୍ର ସେ ତାଲିକା ମୁତାବକ ଖାଦ୍ୟ ଯୋଗାଇ ଦଆଯାଉ ନ ଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଏହି ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ୱ ନେଇଥିବା କଟକର ନିରାକର ସିକୁ୍ୟରିଟି ଆଣ୍ଡ କନ୍ମାଲ୍ଟେନ୍ସି । ୩ ବର୍ଷ ପାଇଁ ଚୁକ୍ତି ହୋଇଥିବା ଜଣାପଡ଼ିଛି । ମାତ୍ର କର୍ମଚାରୀ ଠିକ ଭାବେ ରଖି ପାରି ନଥିବା ଏବଂ
ଖର୍ଚ୍ଚ କମ୍ କରି ଅଧିକ ଲାଭବାନ ହେବା ଆଶାରୁ ଏଭଳି ସମସ୍ୟା ବାରମ୍ବାର ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ପାଇ ଏକ ଭିଜିଲାନ୍ସ୍ସ ଟିମ୍ ଗଠନ କରାଯାଇ ତଦନ୍ତ କରାଯାଇଥିବା କହିଛନ୍ତି ମେଡ଼ିକାଲ କଲେଜ ଅଧିକ୍ଷକ ପ୍ରତିଭା ପଣ୍ଡା । ତେବେ ପୁଣି ଘଟଣା ସମ୍ପର୍କରେ ଅବଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ନଆଯିବ ବୋଲି ସେ କହିଛନ୍ତି । ସରକାର ଉନ୍ନତ ମାନର ରୋଗୀ ସେବା ସାଙ୍ଗକୁ ରୋଗୀଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ଏଭଳି କିଛି ମୁନାଫାକର ଠିକା ସଂସ୍ଥା ପାଇଁ ସମାଲୋଚିତ ହେବାକୁ ପଡ଼ୁଛି । ତେବେ ଏହାର ସମାଧାନ କେବେ ହେଉଛି ତାହା ଦେଖିବାକୁ ବାକି ରହିଲା ।