ଓଡ଼ିଶାକୁ ୩ ଜାତୀୟ ପୁରସ୍କାର
ସହରାଞ୍ଚଳ ପରିମଳ ପରିଚାଳନାରେ ଶ୍ରେଷ୍ଠ ପ୍ରଦର୍ଶନ
ଭୁବନେଶ୍ୱର (ବୁ୍ୟରୋ): ସହରାଞ୍ଚଳ ପରିମଳ ବ୍ୟବସ୍ଥାରେ ଓଡ଼ିଶାର ବିଭିନ୍ନ ପଦକ୍ଷେପ ପାଇଁ ରାଜ୍ୟକୁ ୩ ଜାତୀୟ ପୁରସ୍କାର ମିଳିଛି । ମଳ ଉପଚାର ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ବିଏମସିକୁ ଆଇଏସସି-ଫିକି ପରିମଳ ଆୱାର୍ଡରେ ପରୁସ୍କୁତ କରାଯାଇଥିବାବେଳେ ପରିମଳ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ କାର୍ଯ୍ୟ କରୁଥିବା ଭଦ୍ରକ ମୁ୍ୟନିସପାଲଟିର ଜଣେ ସ୍ୱଚ୍ଛସାଥୀଙ୍କୁ ପୁରସ୍କୃତ କରାଯାଇଛି । ସେହିପରି ପରିମଳ ବ୍ୟବସ୍ଥାରେ ଶ୍ରେଷ୍ଠ ଦକ୍ଷତା ପ୍ରତିପାଦନ ପାଇଁ ଯାଜପୁର ମୁ୍ୟନସିପାଲଟିକୁ ମଧ୍ୟ ପୁରସ୍କାର ମିଳିଛି । ରାଜ୍ୟର ଏହି ପୌର ସଂସ୍ଥାକୁ ଏହି ଜାତୀୟ ସ୍ତରର ପୁରସ୍କାର ମିଳିବା ପରେ ରାଜ୍ୟ ନଗର ଉନୟନ୍ନ ବିଭାଗ ପକ୍ଷରୁ ଏହି ୩ ପୌର ସଂସ୍ଥାକୁ ଶୁଭେଚ୍ଛା ଜଣାଇଛି ।
ନିଜର ସ୍ୱତନ୍ତ୍ର କାର୍ଯ୍ୟଶୈଳି ସହ ମଳ ଉପରାଚର ପାଇଁ ଭୁବନେଶ୍ୱରକୁ ଜାତୀୟ ସ୍ତରର ପରୁସ୍କାର ମିଳିଛି । ସ୍ୱେରେଜ, ସେଫଟେଜ ଓ ଫିକଲ ସ୍ଲଜ୍ ମେନେଜମେଣ୍ଟ କ୍ଷେତ୍ରରେ ଭୁବନେଶ୍ୱରରେ ହୋଇଥିବା କାର୍ଯ୍ୟ ପାଇଁ ବିଏମସିକୁ ପୁରସ୍କାର ମିଳିଛି । ଫିକି ପକ୍ଷରୁ ଏନେଇ ଏକ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ରଖାଯାଇଥିବା ମାନଦଣ୍ଡ ପୂରଣ କରିବା ସହ ଭୁବନେଶ୍ୱର ଅନ୍ୟ ସହର ତୁଳନାରେ ଉନ୍ନତ ପ୍ରଦର୍ଶନ କରିଛି । ଯାହାପାଇଁ ଭୁବନେଶ୍ୱରକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।