ପର୍ଯ୍ୟଟକଙ୍କ ଜୀବନ ନେଲା ମୁକୁଳା ଡ୍ରେନ୍

ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ର ଆର୍ନ୍ତଜାତୀୟ ପର୍ଯ୍ୟଟନସହର । ଏଠାକୁ ପ୍ରତ୍ୟେକ ଦିନ ବିଭିନ୍ନ ରାଜ୍ୟ ଓ ଦେଶବିଦେଶରୁ ପର୍ଯ୍ୟଟକ ବସ୍ ଓ ଟ୍ରେନ୍ ଯୋଗେ ଆସିଥାନ୍ତି । ପ୍ରଥମେ ସେମାନେ ଶ୍ରୀକ୍ଷେତ୍ରରେ ମାଟିରେ ପାଦ ଥାପିବାମାତ୍ରେ ତାହାକୁ ମୁଣ୍ଡରେ ଲଗାଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ଗଢି ତୋଳିବା ଲାଗି ଉଦ୍ୟମ କରୁଛନ୍ତି । ଏହାସହ ପର୍ଯ୍ୟଟକ ସୁବିଧା ନିମନ୍ତେ ପୁରୀରେ ପ୍ରଥମ କରି ନିର୍ମାଣ ହେଉଛି ଶ୍ରୀସେତୁ । ଯାହାଦ୍ୱାରା ପର୍ଯ୍ୟଟକମାନେ ସହରର ଗହଳି ମଧ୍ୟରେ ପ୍ରବେଶ ନ କରି ସିଧାସଳଖ ଜଗନ୍ନାଥବଲ୍ଲଭ ପହଞ୍ଚିବେ । ସେଠାରୁ ଗାଡ଼ି ପାର୍କିଂ କରି ସିଧାସଲଖ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ହେଲେ ଗୋଟିଏ ପାଶ୍ୱର୍ରେ ଶ୍ରୀକ୍ଷେତ୍ରର ଭୂଗୋଳ ପରିବର୍ତ୍ତନ ହେଉଥିବା ବେଳେ ସ୍ଥାନୀୟ ଅଧିକାରୀଙ୍କ ଖିଆଲି ମନୋଭାବ ଯୋଗୁଁ ସହରର ମୁଖ୍ୟ ରାସ୍ତା ଓ ଗଳିକନ୍ଦି ରାସ୍ତା ପାଶ୍ୱର୍ର ଡ୍ରେନ୍ ଏବେ ବି ମୁକୁଳା ରହିଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ ମରଣଯନ୍ତା ପାଲଟିଛି । ଏହି ଡ୍ରେନ୍ରେ ପଡ଼ି ପୁଣି ଜଣେ ପର୍ଯ୍ୟଟକଙ୍କ ଜୀବନ ଯାଇଛି ।
ସୂଚନାଯୋଗ୍ୟ ରେଳଷ୍ଟେସନ ସମ୍ମୁଖ ନାଳରେ ଜଣେ ବ୍ୟକ୍ତି ପଡିଥିଲେ । ତାଙ୍କୁ ନଳାପାଣିରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ନଳା ଭିତରେ କିପରି ପଡିଲେ ତାହାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ମୁକୁଳା ଡ୍ରେନ୍ ଯୋଗୁ ସେ ପଡ଼ି ଆଉ ଉଠିପାରିନଥିଲେ । ଫଳରେ ସେ ସେହି ପାଣିରେ ହିଁ ବୁଡି ପ୍ରାଣ ହରାଇଥିବା ଲୋକେ ସନେ୍ଦହ କରୁଛନ୍ତି । ମୃତବ୍ୟକ୍ତି ଜଣକ ମହାରାଷ୍ଟ୍ର ପୁନେର ଅତୁଲ ଭାଇ ସୁତାର ବୋଲି ଜଣାପଡ଼ିଛି ।
ପ୍ରକାଶଯୋଗ୍ୟ ଗତ ନଭେମ୍ବର ୫ରେ ରେଡକ୍ରସ୍ ରୋଡ୍ ଡ୍ରେନ୍ରୁ ଜଣେ ଅଜଣା ବ୍ୟକ୍ତି ପଡି ପ୍ରାଣ ହରାଇଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର ସମୟରେ ତାଙ୍କ ଶରୀର ନଳାପାଣିରେ ପଚି ସଢିଯାଇଥିବା ଦେଖିବାକୁ ମିଳିଥିଲା । ସେହିଭଳି ଗତ କିଛି ମାସ ତଳେ ମାର୍କେଟ ଛକଠାରେ ଥିବା ଡ୍ରେନ୍ରେ ପଡି ଜଣେ ରିକ୍ସାଚାଳକଙ୍କ ଜୀବନ ଯାଇଥିଲା । ରାତି ସାରା ସେ ଡ୍ରେନ୍ ପାଣିରେ ବୁଡି ରହିବା ଫଳରେ ତାଙ୍କର ମରଶରୀରକୁ ସକାଳେ ପୁଲିସ୍ ଉଦ୍ଧାର କରିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *