ନିର୍ମାଣ ଶ୍ରମିକଙ୍କ ଓଟିପି ବ୍ୟବସ୍ଥା ବାତିଲ କର
୧୮ ଦଫା ଦାବିରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ
ଜଗତସିଂହପୁର (ଆପ୍ର): କେନ୍ଦ୍ରୀୟ ସଂଗଠନ ଡ଼ାକରାରେ ଓଡିÿଶା ନିର୍ମାଣ ଶ୍ରମିକ ପକ୍ଷରୁ ୧୮ ଦଫା ଦାବି ନେଇ ଜଗତସିଂହପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏହି ଅବସରରେ ଏକ ଶୋଭାଯାତ୍ରାରେ ଟାଉନହଲ୍ ଠାରୁ ବାହାରି ବଜାର ପରିକ୍ରମା କରାଯାଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ଲୋଭା କାନ୍ତ ସ୍ୱାଇଁ କହିଥିଲେ ୩୦ଟି ଜିଲ୍ଲାରେ ଘେରଉ କରାଯାଉଛି । ଓଡ଼ିଶାର ୪୦ ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଥିଲେ ମଧ୍ୟ ନିର୍ମାଣ ଶ୍ରମିକଙ୍କୁ ତାଙ୍କ ଅଧିକାରରୁ ବଞ୍ଚôତ କରାଯାଉଛି । ରୁଲ୍ରେ ଅନେକ ବ୍ୟବସ୍ଥା ନ ଥିଲେ ମଧ୍ୟ କେତେକ ଅଫିସରଙ୍କ ଦ୍ୱାରା ଓଟିପି ବ୍ୟବସ୍ଥା ପ୍ରଚଳନ ହେତୁ ଅନେକ ଶ୍ରମିକଙ୍କର ନାମ ତାଲିକାରୁ କଟିଯିବ । ଏହାର କାରଣ ମୁଲିଆଙ୍କ ପାଖରେ ମୋବାଇଲ ନାହିଁ ଓ ଇଂରାଜୀ ପଢି ଜାଣନ୍ତିନିି । ଏପରିକି ବର୍ଷବର୍ଷ ଧରି ଦରଖାସ୍ତ କରିଥିବା ହିତାଧିକାରୀ ଛାତ୍ର ବୃତ୍ତି, ମୃତୁ୍ୟ କାଳୀନ ସହାୟତା, ଝିଅ ବିଭାଗର ସହାୟତା ପାଇବାରୁ ବଞ୍ଚôତ ହେଉଛନ୍ତି ।
ପଞ୍ଜିକରଣ ପାଇଁ ଦରଖାସ୍ତ କରିଥିବା ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରାଯାଉନାହିଁ । ଏହି ମନୋମୁଖୀ ବେଆଇନ କାର୍ଯ୍ୟକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦୃଢ଼ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ୟୁନିଅନର ଜିଲ୍ଲା ସମ୍ପାଦକ ଶରତ ବେହେରା, ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ନାୟକ, ସହସମ୍ପାଦକ କୃଷ୍ଣ ଚନ୍ଦ୍ର ବସ୍ତିଆ, ଉପସଭାପତି ପ୍ରତାପ ସୁତାର, ବେଣୁଧର ବାରିକ, ସୁବାଷ ମହାରଣା, ସଞ୍ଜୟ ପରିଡା, ଧନେଶ୍ୱର ରାଉତ ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।