ସବୁ କହିବି, ରାଜ୍ୟ ବଦଳିଯିବ

ପୁଣି ବିଷ ଓଗାଳିଲେ ନାଗ
ଭୁବନେଶ୍ୱର, ୬ା୧୨ (ବୁ୍ୟରୋ): ଅର୍ଚ୍ଚନା ପୁଣି ଦେଲେ ବିସ୍ଫୋରକ ବୟାନ । ଇଡିକୁ ରିମାଣ୍ଡରେ ଯିବା ପୂର୍ବରୁ ଗଣମାଧ୍ୟମ ସମ୍ମୁଖରେ ଗର୍ଜିଥିଲେ ଅର୍ଚ୍ଚନା । ମାତ୍ର ୩୦ ମିନିଟରେ ପ୍ରମାଣ ସହ ଏକ୍ସକ୍ଲୁସିଭ ତଥ୍ୟ ଦେବି । ମୁଁ କେବେବି ଛାଡ଼ିବିନି, ଯେବେ ମୁହଁ ଖୋଲିବି ସେତେବେଳେ ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ ବୋଲି କହିଛନ୍ତି ଅର୍ଚ୍ଚନା । ଅର୍ଚ୍ଚନାକୁ ଇଡି ୭ ଦିନିଆ ରିମାଣ୍ଡରେ ନେଇଥିବାବେଳେ ମେଡିକାଲ ଟେଷ୍ଟ ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରୁ ବାହାରିବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ବର୍ଷିଥିଲେ ଅର୍ଚ୍ଚନା । ଇଡି ତଦନ୍ତକୁ ସ୍ୱାଗତ କରିଥିବା ଅର୍ଚ୍ଚନା ସବୁ ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଥିବା କହିଛନ୍ତି । ଏଥିସହ ଯେତେ ତଦନ୍ତକାରୀ ସଂସ୍ଥା ଆସୁଛନ୍ତି, ଆସନ୍ତୁ ବୋଲି ବି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।
ଏହା ସହ ସେ କ’ଣ ଆତଙ୍କବାଦୀ, କ’ଣ ପାଇଁ ମୋ ମୁହଁ, ଆଖି ବାନ୍ଧି ନେଇଗଲେ ବୋଲି ପ୍ରଶ୍ନ କରିଛନ୍ତି । ଏଥିସହ ଗତକାଲି କୋର୍ଟରେ ହାଜର ବେଳେ ସୋ’ କଲ୍ଡ ଭିକ୍ଟିମ ଶ୍ରଦ୍ଧାଞ୍ଜଳିକୁ କୁଆଡ଼େ ଗଲା ବୋଲି ପଚାରିଥିବାବେଳେ ଆଜି ବି ସେ କୁଆଡ଼େ ଗଲା ବୋଲି ନିଜ ପ୍ରଶ୍ନକୁ ସେ ଦୋହରାଇଥିଲେ । ଏଥିସହ ଶ୍ରଦ୍ଧାଞ୍ଜଳିର କଲ୍ ଡିଟେଲ୍ସ ରେକର୍ଡ ଯାଞ୍ଚ କରାଯାଉ ବୋଲି କହିଥିଲେ । ଅକ୍ଷୟ ପରିଜା ନାଁରେ ଶ୍ରଦ୍ଧାଞ୍ଜଳି ଦେଇଥିବା ଏତଲା ପରଠାରୁ ତା’ର କଲ୍ ଡିଟେଲ୍ସ ଯାଞ୍ଚ ହେଉ । କାହା କାହା ସହ ସେ କଥା ହୋଇଛି, ସବୁ କିଛି ଯାଞ୍ଚ କରାଯାଉ । ଯଦି ସତସାହସ ଅଛି ଶ୍ରଦ୍ଧାଞ୍ଜଳି ସାମ୍ନାକୁ ଆସି ପ୍ରମାଣ ଦେଉ ।
ମୋ ପାଟି ବନ୍ଦ କରି ମୋତେ ସେମାନେ ଆରେଷ୍ଟ କଲେ । ମୁଁ ପ୍ରେସମିଟ୍ କରିଥାନ୍ତି, ମୁଁ କଣ ଆତଙ୍କବାଦୀ । ମୋ’ ଉପରେ ପ୍ରବଳ ଚାପ ପକାଯାଉଛି ବୋଲି କହିଛନ୍ତି ଅର୍ଚ୍ଚନା । କିଛି ନ ଜାଣି ମୋତେ ବଦନାମ କଲେ, ମୋ ୫ ବର୍ଷର ଛୁଆକୁ ମୋଠୁ ଦୂରେଇ ଦେଲେ । ତାର ଲୁହ ପଡ଼ିବ । ମୁଁ ସମୟକୁ ଅପେକ୍ଷା କରିଛି, ହେଲେ କାହାକୁ ଛାଡ଼ିବିନି ବୋଲି କହିଛନ୍ତି ଅର୍ଚ୍ଚନା । ମୋତେ ଯଦି ଗିରଫ କଲେ ୨୪ ଘଣ୍ଟାରେ କୋର୍ଟ ଫରୱାର୍ଡ ନ କରି କାହିଁକି ବାଲିଅନ୍ତା ଥାନାରେ ନଜରବନ୍ଦୀ କରି ରଖାଗଲା ବୋଲି ପଚାରିଛନ୍ତି ଅର୍ଚ୍ଚନା ।
ଏଥିସହ ୨ ଜଣ ମିଶି ପଣସ ଖାଇ ମୋ’ ମୁଣ୍ଡରେ ଅଠା ବୋଳିଦେଲେ ବୋଲି ଅର୍ଚ୍ଚନା କହିଥିବାବେଳେ ସେମାନେ କିଏ ବୋଲି ପ୍ରଶ୍ନର ଉତ୍ତର ଦେଇ ନ ଥିଲେ । ପ୍ରଶାସନର ଏ କି ବ୍ୟବସ୍ଥା ବୋଲି ବି ପ୍ରଶ୍ନ କରିଥିଲେ । ବିନା ତଥ୍ୟ, ପ୍ରମାଣରେ ମୋତେ କଳଙ୍କିତ କରାଯାଉଥିବା ସେ ଗଣମାଧ୍ୟମ ଆଗରେ କହିଛନ୍ତି ।
ମିଡିଆ ଆଗରେ ଖୋଲାଖୋଲି ଚେତାବନୀ ବି ଦେଇ ଅର୍ଚ୍ଚନା କହିଛନ୍ତି, କାହାକୁ ଛାଡ଼ିବିନି, ସବୁ ଗୁମର ଖୋଲିବ । ଲକ୍ଷ୍ମୀସାଗର ଥାନାରେ ଶ୍ରଦ୍ଧାଞ୍ଜଳିର ଏତଲା ପରଠାରୁ କଲ୍ ଯାଞ୍ଚ ହେଉ । ଅକ୍ଷୟ ପରିଜାଙ୍କ ନାଁରେ ଶ୍ରଦ୍ଧାଞ୍ଜଳିର ଏତଲା ପରଠାରୁ ଟିକନିକ୍ କଲ୍ ଯାଞ୍ଚ ହେଉ । ଯଦି ସତ ସାହସ ଅଛି ଶ୍ରଦ୍ଧାଞ୍ଜଳି ସାମ୍ନାକୁ ଆସୁ ଆଉ ପ୍ରମାଣ ଦେଉ । ମୁଁ ଇଡିକୁ ଅପେକ୍ଷା କରିଥିଲି, ମୁହଁ ଖୋଲିବାକୁ ସୁଯୋଗ ମିଳିବ ପ୍ରମାଣ ଦେଖାଇବି ମୁଁ ସମ୍ପୂର୍ଣ୍ଣ ନିଦେ୍ର୍ଦାଷ ବୋଲି ଅର୍ଚ୍ଚନା କହିଛନ୍ତି । ସେପଟେ ଅର୍ଚ୍ଚନାଙ୍କୁ ଇଡି ରିମାଣ୍ଡରେ ନେଇଛି । ଆସନ୍ତାକାଲି ସ୍ୱାମୀ ଜଗବନ୍ଧୁକୁ କୋର୍ଟରେ ହାଜର କରାଯିବା ସହ ତାଙ୍କୁ ମଧ୍ୟ ରିମାଣ୍ଡରେ ନେବ ବୋଲି ଇଡି ପକ୍ଷରୁ ସୂଚନା ମିଳିଛି । ତେବେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ପରେ ଇଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି । ଇଡି କାର୍ଯ୍ୟାଳୟରେ ଅର୍ଚ୍ଚନାଙ୍କ ରହଣୀ ପାଇଁ ଗଦି, ତକିଆ ଓ କମ୍ୱଳ ଆସିଛି । ନୂଆ ଫ୍ୟାନ୍ ମଧ୍ୟ ଦିଆଯାଇଥିବା ଦେଖିବାକୁ ମିଳିଛି । ଅର୍ଚ୍ଚନାଙ୍କ ପାଇଁ ଇଡି କାର୍ଯ୍ୟାଳୟରେ ଏ ସବୁ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି ।
ଅନ୍ୟପଟେ ଏହି ମାମଲାରେ ଇଡିରେ ହାଜର ହୋଇଛନ୍ତି ଆର୍କିଟେକ୍ଟ ରଞ୍ଜିତ ବେହେରା । ରାଜଧାନୀର ସତ୍ୟବିହାରରେ ଥିବା ସୁସଜ୍ଜିତ ଗୃହ ନିର୍ମାଣର ଆର୍କିଟେକ୍ଟ ରଞ୍ଜିତ ବେହେରା ଇଡିରେ ହାଜର ହୋଇଛନ୍ତି । ତାଙ୍କୁ ଇଡି ସମନ କରିଥିଲା । ସତ୍ୟବିହାରରେ ଥିବା ଅର୍ଚ୍ଚନା ନାଗଙ୍କ ଆଲିସାନ୍ ଘର ତିଆରିକୁ ନେଇ ରଞ୍ଜିତ ବେହେରାଙ୍କୁ ଇଡି ଜେରା କରିବ ବୋଲି ଜଣାଯାଇଛି ।
ଏଣେ ଗତକାଲି ସତ୍ୟବିହାରରେ ଥିବା ଅର୍ଚ୍ଚନା ନାଗଙ୍କ ଆଲିସାନ୍ ଘର ତିଆରି କରିଥିବା ଠିକାଦାର ପବିତ୍ର ପାତ୍ରଙ୍କୁ ବି ଇଡି ପାଖାପାଖି ୧୩ ଘଣ୍ଟାକାଳ ଜେରା କରିଥିଲା । ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ସେନେଇ ଇଡି ଅର୍ଚ୍ଚନାଙ୍କୁ ପଚାରିପାରେ ବୋଲି କୁହାଯାଉଛି । ଖାଲି ସେତିକି ନୁହେଁ, ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ·ନ୍ଦଙ୍କୁ ଇଡି ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରିବ ବୋଳଇ ବି ଜଣାଯାଇଛି ।
ସୂଚନାଯୋଗ୍ୟ, ଗତକାଲି ୭ ଦିନିଆ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଥିଲେ କୋର୍ଟ । ରିମାଣ୍ଡରେ ନେଇ ଆସନ୍ତା ୧୩ ତାରିଖରେ କୋର୍ଟରେ ହାଜର କରିବାକୁ ଇଡ଼ିକୁ ନିଦେ୍ର୍ଦଶ ଦିଆଯାଇଛି । ଅର୍ଚ୍ଚନାକୁ ୧୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିଥିଲା । ଜିଲ୍ଲା ଏବଂ ଦୌରା ଜଜଙ୍କ କୋର୍ଟରେ ଇଡି ଓକଲି ଯୁକ୍ତି ଉପସ୍ଥାପନ କରିଥିଲେ ଯେ ଗୋଟିଏ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଆସିଛି । ଟଙ୍କା ଆସିବା ପରେ ହଠାତ ସେ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି ।
ତେବେ ଟଙ୍କା ଆସିବାର ତିନିରୁ ·ରି ଦିନ ଭିତରେ ଆକାଉଣ୍ଟକୁ ଡିଆକ୍ଟିଭେଟ୍ ହୋଇଛି । ତେବେ କ୍ୟାସ୍ ଆକାରରେ କୋଟି କୋଟି ଟଙ୍କା କାରବାର ହୋଇଥିବା ଇଡି ସୁରାକ୍ ପାଇଛି । ତେଣୁ ଏହି ଅର୍ଥନୈତିକ କାରବାରର ଉତ୍ସ ଜାଣିବା ପାଇଁ ଅର୍ଚ୍ଚନାକୁ ରିମାଣ୍ଡରେ ନେବାକୁ ଇଡି ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ଆଉ ନ୍ୟାୟାଳୟ ୧୫ ଦିନ ବଦଳରେ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *