କବାଟରେ ଷାଣ୍ମାସିକ ପ୍ରଶ୍ନ

୫-ଟି ସ୍କୁଲ୍ରେ ନାହିଁ ବ୍ଲାକ୍ବୋର୍ଡ
ଧର୍ମଶାଳା (ଆପ୍ର): ସ୍କୁଲ୍ ଗୁଡିକର ଭିତିଭୂମି ସଜାଡିବା ପାଇଁ ସରକାର ୫‘ଟି’ ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରି ଚାଲିଛନ୍ତି । ହେଲେ ଉପକୂଳବର୍ତୀ ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାରେ ୫ ‘ଟି’ ରୁପାନ୍ତରିତ ଏକ ସ୍କୁଲରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।
ଧର୍ମଶାଳା ବ୍ଲକ୍ ଅଣ୍ଟିଆ ଗାଁରେ ୫ ‘ଟି’ ରୁପାନ୍ତରିତ ପଞ୍ଚାୟତ ହିଙ୍ଗୁଳା ସରକାରୀ ହାଇସ୍କୁଲ୍ରେ ଗତକାଲି ଭଳି ମଙ୍ଗଳବାର ମଧ୍ୟ ଛାତ୍ରଛାତ୍ରୀମାନେ ପ୍ରଶ୍ନପତ୍ର ନ ପାଇ ଶିକ୍ଷକଙ୍କ ଦ୍ୱାରା କବାଟ ବା୍ଲକ୍ବୋର୍ଡରେ ଲେଖାଯାଇଥିବା ପ୍ରଶ୍ନକୁ ଦେଖି ପରୀକ୍ଷା ଦେଇଛନ୍ତି । ସ୍କୁଲର କେତେକ କ୍ଲାସ୍ରେ ବ୍ଲାକବୋର୍ଡ ନଥିବାରୁ କବାଟ ବ୍ୟବହାର କରାଯାଇଥିବା ଜଣାପଡ଼ିଛି । ସର୍ବଶିକ୍ଷା ଅଭିଯାନରେ ପ୍ରଥମରୁ ଅଷ୍ଟମ ଯାଏଁ ଛାତ୍ରଛାତ୍ରୀମାନଙ୍କ ଷାଣ୍ମାସିକ ପରୀକ୍ଷା ପାଇଁ ସ୍କୁଲ୍ଗୁଡିକୁ ନିଦେ୍ର୍ଦଶ ଦିଆଯାଇଥିବା ବେଳେ ଏହି କ୍ରମରେ ହିଙ୍ଗୁଳା ସ୍କୁଲ୍ରେ ପ୍ରଥମରୁ ଅଷ୍ଟମ ପିଲାଙ୍କ ସୋମବାର ଠାରୁ ପରୀକ୍ଷା ଆରମ୍ଭ ହୋଇଛି । ଗତକାଲି ଛାତ୍ରଛାତ୍ରୀ ପ୍ରସ୍ତୁତ ହୋଇ ଅସିଥିବା ବେଳେ ସ୍କୁଲରେ ପ୍ରଶ୍ନପତ୍ର ନ ଆସିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଅବିଭାବକମାନେ ସ୍କୁଲରେ ପହଞ୍ଚô ପ୍ରଧାନଶିକ୍ଷୟିତ୍ରୀଙ୍କ ଅବହେଳାକୁ ଦାୟୀ କରିଥିଲେ । ସେପଟେ ଅନିର୍ବାର୍ଯ୍ୟ କାରଣ ଯୋଗୁ ପ୍ରଶ୍ନପତ୍ର ଆଣିିବା ସମ୍ଭବପର ହୋଇ ନ ଥିବା ପ୍ରଧାନଶିକ୍ଷୟିତ୍ରୀ ସଫେଇ ଦେଇଥିଲେ । ପରେ ଅବିଭାଗକ, ସ୍କୁଲ କମିଟି ସଦସ୍ୟ ଓ ଶିକ୍ଷକମାନଙ୍କ ସହିତ ଆଲୋଚନା ପରେ ଶ୍ରେଣୀ କଳାପଟ୍ଟାରେ ପ୍ରଶ୍ନ ଲେଖାଯାଇଥିଲା । ଗତକାଲି ପରି ମଙ୍ଗଳବାର ମଧ୍ୟ କେତେକ କ୍ଲାସରେ କଳାପଟା ନଥିବାରୁ ଶିକ୍ଷକମାନେ କବାଟରେ ପ୍ରଶ୍ନ ଲେଖୁଥିବା ଦେଖିବାକୁ ମିଳିଥିଲା । ଏହି ସ୍କୁଲ ୫ ‘ଟି’ ଅଧୀନରେ ରୁପାନ୍ତରିତ ହୋଇଥିବା ବେଳେ ଶ୍ରେଣୀଗୃହରେ ଏପରି ଅବ୍ୟବସ୍ଥାକୁ ନେଇ ଶିକ୍ଷାବିଭାଗର ଇଏ କିଭଳି ଶିକ୍ଷାନୀତି ବୋଲି ପ୍ରଶ୍ନ ଉଠିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *