ଖାଲିପେଟରେ କେହି ନ ଶୁଅନ୍ତୁ
କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ
ନୂଆଦିଲ୍ଲୀ (ଏଜେନ୍ସି): “ଦାରିଦ୍ର୍ୟତା କାରଣରୁ ଦେଶରେ ଯେପରି କୌଣସି ବ୍ୟକ୍ତି ଖାଲିପେଟରେ ନ ଶୁଅନ୍ତି, ସେଥିପ୍ରତି ଭାରତ ସରକାର ଯତ୍ନବାନ ହେବା ଉଚିତ୍ । ପ୍ରତ୍ୟେକ ଗରିବ ଲୋକଙ୍କ ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀ ପହଞ୍ଚୁଥିବା ନେଇ କେନ୍ଦ୍ର ସରକାରଙ୍କୁ ସୁନିଶ୍ଚିତ କରିବାକୁ ହେବ । ସିଧାଅର୍ଥରେ କହିଲେ କୋଟି କୋଟି ଟଙ୍କା ରାଜସ୍ୱ ବିନିମୟରେ ପ୍ରଣୀତ ଭିନ୍ନ ଭିନ୍ନ ଯୋଜନାରେ କରାଯାଉଥିବା ରାସନ ସାମଗ୍ରୀ ଯୋଗାଣ ପ୍ରକ୍ରିୟାରୁ ଯେପରି କୌଣସି ଜଣେ ହେଲେ ଯୋଗ୍ୟ ହିତାଧିକାରୀ (ପ୍ରକୃତ ଗରିବ) ବଞ୍ଚôତ ରହିନଯାଆନ୍ତି ସେଥିପ୍ରତି କେନ୍ଦ୍ର ସରକାରଙ୍କୁ ଉତ୍ତରଦାୟୀ ରହିବାକୁ ହେବ ।” ମଙ୍ଗଳବାର କୋଭିଡ୍ ମହାମାରୀ ଏବଂ ଲକ୍ଡାଉନ୍ କାଳରେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦୁର୍ଦ୍ଦଶା ସହ ସମ୍ବନ୍ଧିତ ଆଗତ ଏକ ଜନସ୍ୱାର୍ଥ୍ୟ ମାମଲା ଉପରେ ଶୁଣାଣି କରିବା ଅବସରରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ଏପ୍ରକାର ପରାମର୍ଶ ଦେଇଛନ୍ତି ।
ସୁପ୍ରିମକୋର୍ଟଙ୍କ କହିବାନୁସାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ (ଏନ୍ଏଫ୍ଏସ୍ଏ) ଅନୁଯାୟୀ ଦେଶର ଅନ୍ତିମ ଗରିବ ଲୋକଙ୍କ ପର୍ଯ୍ୟନ୍ତ ସରକାରଙ୍କ ଖାଦ୍ୟ ଯୋଜନା ପହଞ୍ଚôବା ଉଚିତ୍ । ଜଷ୍ଟିସ୍ ଏମ୍ଆର୍ ଶାହା ଏବଂ ଜଷ୍ଟିସ୍ ହିମା କୋହଲିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହ÷ି ମାମଲାର ଶୁଣାଣି କରିଥିବା ବେଳେ କେନ୍ଦ୍ର ସରକାରଙ୍କୁ ଇ-ଶ୍ରମ ପୋର୍ଟାଲରେ ପଞ୍ଜିକୃତ ପ୍ରବାସୀ ତଥା ଅସଂଗଠିତ କ୍ଷେତ୍ର କର୍ମଚାରୀଙ୍କ ସଂଖ୍ୟା ସହିତ ଏକ ନୂତନ ଚାର୍ଟ ଦାଖଲ କରିବାକୁ ମଧ୍ୟ ନିଦେ୍ର୍ଦଶ ଦେଇଛନ୍ତି । ଖଣ୍ଡପୀଠଙ୍କ କହିବାନୁସାରେ କୌଣସି ଗରିବ ଯେପରି କ୍ଷୁଧାରେ ନ ରୁହେ, ସେନେଇ ସୁନିଶ୍ଚିତ କରିବା ଆମର ନୈତିକତା, ଧର୍ମ ତଥା ସଂସ୍କୃତିର ପରିଚାୟକ । ଏଥିରୁ ଆମେ କେହି ବି ବିମୁଖ ହୋଇପାରିବାନି ।
କରୋନା କାଳରେ ପ୍ରବାସୀ ଶ୍ରମିକ ତଥା ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଭାରତୀୟଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ମାସିକ ଖାଦ୍ୟଶସ୍ୟ ସାମଗ୍ରୀ (ରାସନ) ଯୋଗାଇ ଦିଆଯିବା ନୀତିକୁ ଖଣ୍ଡପୀଠ ତାରିଫ୍ କରିଛନ୍ତି । ତଥାପି କେତେକାଂଶରେ ଏଥିରେ ତ୍ରୁଟି ରହିଥିବା ପରିଲକ୍ଷିତ ହୋଇଛି । ଅର୍ଥାତ୍ ଦେଶର ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ଗରିବଙ୍କ ପ୍ରତି ଏହି ଯୋଜନା ପହଞ୍ଚôପାରିନଥିଲା । ଭାରତ ସରକାର ଏସବୁ ପ୍ରତି ସଚେତନ ହେବା ଉଚିତ୍ । ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ କାର୍ଯ୍ୟକାରୀ କରାଯାଉଥିବା ନୀତିକୁ ଦେଶର ଶେଷ ଗରିବ ପର୍ଯ୍ୟନ୍ତ ପହଞ୍ଚାଇବାର କର୍ତ୍ତବ୍ୟ ମଧ୍ୟ କେନ୍ଦ୍ର ସରକାରଙ୍କର । ୨ଠ୧୧ ଜନଗଣନା ଆଧାରରେ ଏନ୍ଏଫ୍ଏସ୍ଏ ଆଇନ୍କୁ କାର୍ଯ୍ୟକାରୀ ନକରି ସମ୍ବିଧାନର ଅନୁଚ୍ଛେଦ ୨୧ଅନ୍ତର୍ଗତ ପ୍ରତ୍ୟେକ ଦେଶବାସୀଙ୍କ ଭୋଜନ ଅଧିକାରକୁ ମୌଳିକ ଅଧିକାର ଭାବେ ବିବେଚନା କରିବା ପୂର୍ବକ ଏହି ଆଇନ୍କୁ କାର୍ଯ୍ୟକାରୀ କରିବାକୁ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି ।