ପାକ୍ ଟିମ୍ର ଭିସା ବାତିଲ
ନୂଆଦିଲ୍ଲୀ, ୬ା୧୨: ଭାରତରେ ହେବାକୁ ଥିବା ବ୍ରାଇଣ୍ଡ୍ ଟି-୨୦ ବିଶ୍ୱକପ୍ରେ ପାକିସ୍ତାନ ଭାଗ ନେଇପାରିବ ନାହିଁ । ପାକିସ୍ତାନ ବ୍ଲାଇଣ୍ଡ୍ କ୍ରିକେଟ୍ ଟିମ୍ର ଭିସା ରଦ୍ଦ କରିଦେଇଛି ଭାରତ । ଭାରତୀୟ ବ୍ଲାଇଣ୍ଡ୍ କ୍ରିକେଟ୍ ସଂଘ ଅଧ୍ୟକ୍ଷ ଜି.କେ.ମହନ୍ତେଷ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ପାକିସ୍ତାନ ବ୍ଲାଇଣ୍ଡ୍ କ୍ରିକେଟ୍ କାଉନ୍ସିଲ୍ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହି ଭାରତ ସରକାରଙ୍କ ନିଷ୍ପତ୍ତିକୁ ନିନ୍ଦା କରିଛି । ପାକିସ୍ତାନୀ କର୍ତ୍ତୃପକ୍ଷ କହିଛନ୍ତି ଏହି ଟୁର୍ଣ୍ଣାମେଣ୍ଟରେ ତାଙ୍କ ଦଳ ଜିତିବା ସମ୍ଭାବନା ଥିଲା । ୨୦୧୨ ଓ ୨୦୧୭ରେ ପାକ୍ ଟିମ୍ ରନର୍ସଅପ୍ ହୋଇଥିଲା ।