୧୬ରୁ ଖରିଫ ଧାନ କିଣା

ଆସିକା (ଆପ୍ର): ଆସନ୍ତା ୧୬ତାରିଖଠାରୁ ଆସିକା ବ୍ଲକ୍ ଓ ଏନ୍ଏସି ପରିସରଭୁକ୍ତ ଅଞ୍ଚଳରେ ଖରିଫ ଧାନ କିଣା ଆରମ୍ଭ ହେବ । ପ୍ରଶାସନ ପକ୍ଷରୁ ଚାଷୀଙ୍କ ଠାରୁ ସରକାରୀ ନିର୍ଦ୍ଧାରିତ ଦରରେ ଧାନ କିଣିବା ଲାଗି ୧୬ ସେବା ସମବାୟ ସମିତି ଓ ୧୪ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦାୟିତ୍ୱ ଦିଆଯାଇଛି । ଚଳିତ ଖରିଫ ଋତୁ ୨୦୨୨-୨୩ ପାଇଁ ଆସନ୍ତା ୧୬ତାରିଖଠାରୁ ସରକାରୀ ଭାବେ ଧାନ ସଂଗ୍ରହ ଆରମ୍ଭ ହେବ । ଚାଷୀମାନେ ସେବା ସମବାୟ ସମିତି ଓ ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଧାନ ବିକ୍ରି କରିବେ । ଆସନ୍ତା ୧୬ତାରିଖରୁ ଆସିକାରେ ଧାନ ମଣ୍ଡି ଖୋଲିବାକୁ ଥିବା ବେଳେ ଏନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଧାନ ବିକ୍ରି ପ୍ରକ୍ରିୟାକୁ ଦଲାଲ୍ ମୁକ୍ତ କରିବା ପାଇଁ ଯୋଗାଣ ଅଧିକାରୀ ବିଶ୍ୱଜିତ୍ ସେଠୀଙ୍କ ନେତୃତ୍ୱରେ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି ।
ମଣ୍ଡିରେ ଚାଷୀମାନେ ଯେପରି ଶୃଙ୍ଖଳିତ ଓ ସ୍ୱଚ୍ଛତା ସହ ଧାନ ବିକ୍ରି କରିପାରିବେ ତାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ଆସିକା ବ୍ଲକ୍ର ନଳବଣ୍ଟା, ଘଟକୁରି, ହରିଡ଼ାପଦର, ମଙ୍ଗଳପୁର, ଗୁଣ୍ଠପଡ଼ା, ନିମିନା ଓ ଦେବଭୂମି ସେବା ସମବାୟ ସମିତିକୁ ଛାଡ଼ି ଦେଲେ ଆସିକା, ପାଣ୍ଡିଆପଥର, କାଳଷଣ୍ଢପୁର, ନୂଆଗାଁ, ଧନିଜା, ବଡ଼ଖୋଲି, ଗହଙ୍ଗୁ, ମୁନିଗାଡ଼ି, ବେଣାପାଟ, ବାଲିସିରା, ଜଗଦଳପୁର ସେବା ସମବାୟ ସମିତିର ଭିତ୍ତିଭୂମି ସୁଦୃଢ ଥିବା ଗୋଦାମଘର ନ ଥିବା ଯୋଗୁଁ ଭଡ଼ାଘରେ ଗୋଦାମ ଚାଲିଛି । ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ମଙ୍ଗଳପୁର ପଞ୍ଚାୟତର ଭାଗ୍ୟଲକ୍ଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠୀ, ଚଢେୟାପଲ୍ଲୀର ଧରିତ୍ରୀ, ବାଙ୍ଗରଡ଼ାର ଗାୟତ୍ରୀ, ଦେବଭୂମିର ଗୌରୀଶଙ୍କର, ବାଲିଛାଇର ଜାଗୃତି, ଜୟପୁରର ଜୟ ମା’ ମଙ୍ଗଳା, ଗହଙ୍ଗୁର ଜୟ ମା’ ସନ୍ତୋଷୀ, ଭେଟନଈର କଙ୍କଣଦେବୀ, ଆଲିପୁରର ମା’ଖମ୍ବେଶ୍ୱରୀ, ବଡ଼ଖୋଲିର ମା’ ମହାମାୟୀ, ଆସିକା ଏନ୍ଏସିର ମା’ପର୍ବତୀ, ଖଣ୍ଡଦେଉଳୀ ପଞ୍ଚାୟତର ସମେଇଗୁଡ଼ା ଗ୍ରାମର ରାଧାକୃଷ୍ଣ ଏଚ୍ଏଚ୍ଜି, ନଳବଣ୍ଟା ଚେରମାରିଆ ଗ୍ରାମର ସାତଶଙ୍ଖ, ଜୟପୁରର ଶିବପାର୍ବତୀ, ବାବନପୁରର ଶ୍ରୀରଘୁନାଥ, କମାଗଡ଼ର ତ୍ରିବେଣୀ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସମେତ ୧୬ ସେବା ସମବାୟ ସମିତିକୁ ଧାନକିଣା ଦାୟିତ୍ୱ ଦିଆଯାଇଛି ।
ଚଳିତ ୨୦୨୨-୨୩ ଖରିଫ ଋତୁରେ ଆସିକା ବ୍ଲକ୍ର ୨୭ ପଞ୍ଚାୟତ ଓ ଏନ୍ଏସିର ୧୮ ୱାର୍ଡରେ ମଣ୍ଡି ମାଧ୍ୟମରେ ଧାନ ବିକ୍ରି କରିବା ପାଇଁ ୭୧୧୬ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି । ମଣ୍ଡିରେ ଧାନ ବିକ୍ରି କରିବାର ୪୮ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟରେ ଅର୍ଥ ଜମା ହେବ ବୋଲି ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି । ସାଟେଲାଇଟ୍ ସର୍ଭେ ମାଧ୍ୟମରେ ଆସିକା ବ୍ଲକ୍ ଓ ଏନ୍ଏସି ଅଞ୍ଚଳରେ ପ୍ରାୟ ୮ ହଜାରରୁ ଊଦ୍ଧ୍ୱର୍ ପଞ୍ଜିକୃତ ଚାଷୀଙ୍କ ପ୍ଲଟକୁ ସନେ୍ଦହଜନକ ଅବସ୍ଥାରେ ରଖାଯାଇଥିଲା ବେଳେ କ୍ଷେତ୍ରସ୍ତରୀୟ ଯାଞ୍ଚ ନ ସରିବା ପର୍ଯ୍ୟନ୍ତ ସେଗୁଡିକର ଟୋକେନ୍ ଆସିପାରିବ ନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *