ଖାରିଆଗୁଡ଼ାରୁ ଫେରିଲା ଛତୁଆ ଗାଡ଼ି
ଅଙ୍ଗନୱାଡ଼ି କର୍ମୀଙ୍କ ଧାରଣା ଜାରି
ପାତ୍ରପୁର (ଆପ୍ର): ପାତ୍ରପୁର ବ୍ଲକ୍ ଆଇସିଡିଏସ୍ ଅଫିସ୍ ସମ୍ମୁଖରେ ଅଙ୍ଗନୱାଡ଼ି କର୍ମୀଙ୍କ ଧାରଣା ଚାଲୁ ରହିଛି । ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାକର୍ସ ଆସୋସିଏସନ୍ ପାତ୍ରପୁର ବ୍ଲକ୍ ତରଫରୁ କର୍ମୀମାନଙ୍କ ଧାରଣାକୁ ୧୬ ଦିନ ବିତିଯାଇଥିଲେ ମଧ୍ୟ ସରକାରଙ୍କ ସହିତ ଆଲୋଚନା ପାଇଁ କୌଣସି ବାଟ ବାହାରିପାରି ନାହିଁ । ମଙ୍ଗଳବାର ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ କର୍ମୀମାନେ କ୍ଷୋଭ ପ୍ରକାଶ କରିବା ସହ କର୍ମୀଙ୍କ ଆନେ୍ଦାଳନକୁ ଭଣ୍ଡୁର କରିବା ପାଇଁ ଏସ୍ଏଚ୍ଜି ମାଧ୍ୟମରେ ଛତୁଆ ବଣ୍ଟନ କରିବା ପ୍ରୟାସକୁ ଦୃଢ଼ ନିନ୍ଦା କରିଛନ୍ତି । ମହିଳା ଓ ଶିଶୁଙ୍କ ହିତ ସାଧନ ପାଇଁ ପ୍ରଶାସନ ଆଲୋଚନା କରନ୍ତୁ । ଅଙ୍ଗନୱାଡ଼ି କର୍ମୀଙ୍କ ଏକତାକୁ ଭଣ୍ଡୁର କରିବାକୁ ପ୍ରଶାସନ ଚେଷ୍ଟା ନ କରନ୍ତୁ ବୋଲି ସଂଘ ଚେତାବନୀ ଦେଇଛି । ସରକାରୀ କର୍ମଚାରୀ, ସରପଞ୍ଚ ଓ ଏସ୍ଏଚ୍ଜି ମାଧ୍ୟମରେ ଛତୁଆ ବଣ୍ଟନ ପାଇଁ ଖାରିଆଗୁଡ଼ା ଯାଇଥିବା ଛତୁଆ ଗାଡ଼ି ଫେରି ଆସିଥିବା ଜଣାପଡିଛି । ୮ ଦଫା ଦାବି ଆନେ୍ଦାଳନକୁ ସଫଳ କରିବା ପାଇଁ ସରପଞ୍ଚ, ଏସ୍ଏଚ୍ଜି, ସିଆର୍ପି, ଏମ୍ବିକେ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ କର୍ମୀମାନେ ଅନୁରୋଧ କରିଛନ୍ତି । ଖାରିଆଗୁଡ଼ାରେ ସଂଘକୁ ସମର୍ଥନ କରିଥିବା ବ୍ୟକ୍ତିମାନଙ୍କୁ ଆନେ୍ଦାଳନକାରୀ ମାନେ ଧନ୍ୟବାଦ ଜଣାଇଛନ୍ତି ।