୭ ଦିନିଆ ରିମାଣ୍ଡରେ ଅର୍ଚ୍ଚନା
ଭୁବନେଶ୍ୱର, ୫ା୧୨ (ବୁ୍ୟରୋ): ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗଙ୍କୁ ୧୫ ଦିନିଆ ରିମାଣ୍ଡରେ ନେବା ପାଇଁ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ(ଇଡି) ମାଗିଥିଲା । ମାତ୍ର ଜିଲ୍ଲା ଦୌରା ଜଜ୍ ୭ ଦିନିଆ ରିମାଣ୍ଡ ନେବାକୁ ଅନୁମତି ଦେଇଛନ୍ତି । ରିମାଣ୍ଡରେ ନେଇ ୧୩ ତାରିଖରେ ହାଜର କରିବାକୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ମାମଲା ଦିନକୁ ଦିନ ବୁଢ଼ୀଆଣି ଜାଲରେ ଛନ୍ଦି ହେଉଛି । ପ୍ରତିଦିନ ନୂଆ ନୂଆ ଖିଅ ବାହାରୁଛି । ଅର୍ଚ୍ଚନାଙ୍କ ଲିଙ୍କରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳାୟ (ଇଡି) କିଛି ଲୋକଙ୍କୁ ଜେରା କରିଛି । ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇ ଜେରା କରିବାକୁ ଚାହିଁଥିଲା ଇଡି । ସେଥିପାଇଁ ୧୫ ଦିନ ରିମାଣ୍ଡରେ ନେବା ପାଇଁ ସୋମବାର ଭୁବନେଶ୍ୱର ସ୍ୱତନ୍ତ୍ର ଜିଲ୍ଲା ଦୌରାଜଜ୍ କୋର୍ଟରେ ଆବେଦନ କରିଥିଲା ଇଡି । ମାତ୍ର କୋର୍ଟ ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ।
ସେପଟେ ମାମଲାକୁ ଏବେ ସରଗରମ କରାଇଛନ୍ତି ଖେଶଦ୍ ଅର୍ଚ୍ଚନା । କୋର୍ଟରୁ ବାହାରିବା ବେଳେ ଅର୍ଚ୍ଚନା ନାଗ ପୁଲିସ୍ର ତଦନ୍ତ ଓ ତାଙ୍କ ଗିରଫଦାରୀକୁ ନେଇ ବର୍ଷିଛନ୍ତି । ଆଉ ପଚାରିଛନ୍ତି ସୋ’ କଲ୍ଡ ଭିକ୍ଟିମ୍ମାନେ ଲୁଚୁଛନ୍ତି କାହିଁକି? ଯଦି ତାଙ୍କ ପାଖରେ ପ୍ରମାଣ ଅଛି, ତାହାହେଲେ ସେମାନେ କାହିଁକି ଲୁଚୁଛନ୍ତି ବୋଲି ଅର୍ଚ୍ଚନା ପ୍ରଶ୍ନ କରିଛନ୍ତି । ସେହି ସୋ’ କଲ୍ଡ୍ ଭିକ୍ଟିମ୍ମାନେ କିଏ, ସେ ସମ୍ପର୍କରେ କିଛି କହିନାହାନ୍ତି ଅର୍ଚ୍ଚନା ।
ଅକ୍ଷୟ ପରିଜାଙ୍କଠାରୁ କେତେ ଟଙ୍କା ନେଇଛନ୍ତି?
ଗଣମାଧ୍ୟମର ପ୍ରଶ୍ନରେ ଅର୍ଚ୍ଚନା କହିଛନ୍ତି, କିଛି ନେଇନାହିଁ । କାହିଁକି ମୋ’ ନାଁରେ ମିଛ କହୁଛନ୍ତି? ମୋତେ କିଛି କହିବାକୁ ସ୍କୋପ୍ ଦିଆଯାଉ ନାହିଁ । ମୁହଁ ବନ୍ଦ କରି କୋର୍ଟ ଫରୱାର୍ଡ କରାଯାଉଛି । ମୁଁ ଚାହୁଁଛି ଘଟଣାର ତଦନ୍ତ ହେଉ । ମାମଲାର ସିବିଆଇ ତଦନ୍ତ ହେଲେ ସବୁ କଥା ବାହାରିବ । ମୁଁ ସବୁ କଥା କହିବି । ମୋତେ ଆରିବିଟାରୀ ଭାବେ ଗିରଫ କରାଯାଇଛି । ଗିରଫର ୬ ଦିନ ଯାଏଁ କିଛି ଜାଣି ପାରିଲେନି । ଖାଲି ଏତିକି ନୁହେଁ, ମୋ ପରିବାରକୁ ନଜର ବନ୍ଦୀ ଭାବେ ରଖାଯାଇଥିବା ଅର୍ଚ୍ଚନା କହିଛନ୍ତି ।
ଅନ୍ୟପକ୍ଷରେ ଅର୍ଚ୍ଚନାଙ୍କ ଓକିଲ୍ ମଧ୍ୟ ସୋମବାର କୋର୍ଟରେ ଆବେଦନ କରିଛନ୍ତି । ଇଡିର ଜେରାବେଳେ ଅର୍ଚ୍ଚନାଙ୍କ ଓକିଲ ଉପସ୍ଥିତ ରହିବାକୁ ଆବେଦନରେ ଦର୍ଶାଇଛନ୍ତି । କୋର୍ଟ ତାଙ୍କ ଆବେଦନ ଗ୍ରହଣ କରିଥିବା ଅର୍ଚ୍ଚନାଙ୍କ ଓକିଲ୍ କହିଛନ୍ତି । ସୂଚନାଯୋଗ୍ୟ, ଅର୍ଚ୍ଚନାଙ୍କୁ ରାତି ଅଧିଆ କମିଶନରେଟ୍ ପୁଲିସ୍ ଉଠାଇ ଆଣିଥିଲା । ପରେ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କରିଥିଲା । ହେଲେ ଅର୍ଚ୍ଚନାଙ୍କ ବିଜନେସ୍ ପାର୍ଟନର ଖଗେଶ୍ୱରଙ୍କ ପାଖରେ ପହଞ୍ଚିପାରୁ ନ ଥିଲା । ଏଥିରେ ଟଙ୍କା ହଡପ୍ ସାମ୍ନାକୁ ଆସିଥିବାରୁ ମାମଲାରେ ଇଡି ତଦନ୍ତ କରିଥିଲା । ଇଡି ତଦନ୍ତ ଆରମ୍ଭ କରି ପ୍ରଥମେ ଖଗେଶ୍ୱରକୁ ଅଟକ ରଖି ଜେରା କରିଥିଲା । ପରେ ତାକୁ ବାନ୍ଧି ପକାଇଥିଲା । ବର୍ତ୍ତମାନ ଅର୍ଚ୍ଚନା ଲିଙ୍କରେ ଇଡି ଅନେକ ବ୍ୟକ୍ତିଙ୍କୁ ଜେରା କରିସାରିଲାଣି । ତଥାପି ଇଡି ଟଙ୍କା ଉତ୍ସ ପାଖରେ ପହଞ୍ଚି ପାରିନାହିଁ ।